Indus Valley Times

ଖୋରଧା ରେ ବିଶାଳ ଶୋଭାଯାତ୍ରା, ଜୟ ଶ୍ରୀରାମ ନାରାରେ କମ୍ପିଲା ସହର

 Breaking News

ଖୋରଧା ରେ ବିଶାଳ ଶୋଭାଯାତ୍ରା, ଜୟ ଶ୍ରୀରାମ ନାରାରେ କମ୍ପିଲା ସହର

ଖୋରଧା ରେ ବିଶାଳ ଶୋଭାଯାତ୍ରା, ଜୟ ଶ୍ରୀରାମ ନାରାରେ କମ୍ପିଲା ସହର
March 28
21:11 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୨୮/୩ : ଚୈତ ଶୁକ୍ଳ ନବମୀ ଶ୍ରୀରାମଙ୍କ ଜୟନ୍ତୀ ଅବସରରେ ବିଶ୍ବହିନ୍ଦୁ ପରିଷଦ (ବିଏଚପି), ବଜରଙ୍ଗ ଦଳ, ଖୋରଧା ଜିଲ୍ଲା ଏବଂ ଶ୍ରୀରାମ ନବମୀ ସମନ୍ୱୟ ସମିତି ପକ୍ଷରୁ ପୃଥକ ଭାବେ ଯଥାକ୍ରମେ ଶ୍ରୀରାମ ରଥ ପରିକ୍ରମା ଏବଂ ବିଶାଳ ଶୋଭଯାତ୍ରା ଆୟୋଜିତ ହୋଇଯାଇଛି ।
ଶ୍ରୀରାମଙ୍କ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହୋଇଥିଲା ସହର । ଖୋରଧାର ବିଭିନ୍ନ ଅଂଚଳରୁ କର୍ମକର୍ତା ମାନେ ବାଇକ ଶୋଭାଯାତ୍ରାରେ ବାହାରି ମୁକୁନ୍ଦପସାଦ ମେଲଣ ପଡିଆ ଠାରେ ଏକତ୍ରୀତ ହୋଇଥିଲେ ।
ପରେ ସେଠାରୁ ଜରିପୁଟ ସ୍ଥିତ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିର ଅଭିମୁଖେ ଆରମ୍ଭ ହୋଇଥିଲା ଶୋଭାଯାତ୍ରା ।
ଉଭୟ ପରିକ୍ରମା ଏବଂ ଶୋଭାଯାତ୍ରାରେ ୧୦ହଜାରରୁ ଉର୍ଦ୍ଧ୍ବ କର୍ମକର୍ତା ଙ୍କ ଏକ କିମି ବ୍ୟାପୀ ବାହାରିଥିଲା ବାଇକ ଶୋଭାଯାତ୍ରା ଓ ନାମ ସଂକୀର୍ତ୍ତନ, ଘଣ୍ଟଘଣ୍ଟା ,ମୃଦଙ୍ଗ, କାହାଳି ବାଦ୍ୟ ଜୟ ଶ୍ରୀରାମ ନାରାରେ କମ୍ପିଥିଲା ସହର।
ବିଏଚପି ପକ୍ଷରୁ ଚୈତ ଶୁକ୍ଳ ପ୍ରତିପଦା ଠାରୁ ଜିଲାରେ ସପ୍ତ ଦିନ ବ୍ୟାପୀ ଶ୍ରୀରାମ ରଥ ପରିକ୍ରମା କରୁଛି । ଏହି ରଥ ମୁକୁନ୍ଦପ୍ରସାଦ ମେଲଣ ପଡିଆରେ ପହଂଚିବା ପରେ ପୂର୍ବାହ୍ଣ ୧୧ଟାରେ ଆୟୋଜିତ ହୋଇଥିଲା ଶ୍ରୀରାମ ଲାଲାଙ୍କ ରଥ ପରିକ୍ରମା ଶୋଭାଯାତ୍ରା ସହରରେ ଏକ ଆଧାତ୍ମକ ବାତାବରଣ ସୃଷ୍ଟି ହୋଇଥଲା।
ବିଏଚପି ପକ୍ଷରୁ ସହ ସମ୍ପାଦକ ସନ୍ତୋଷ ଶ୍ରୀଚନ୍ଦନ, ଜିଲା କୋଷାଧକ୍ଷ ଅଭିମନ୍ୟୁ ଘଟୁଆଳ, ବିଶେଷ ପ୍ରମୁଖ ମିହର ବିଧାରଙ୍କ ସମେତ ବଚ୍ଚରଙ୍ଗ ଦଳ ଜିଲା ସଂଯୋଜକ ଉଦିତ ପହରାଜ, ସହ ଜିଲା ସଂଯୋଜକ ଏସଏମ ଦିବ୍ୟ ପ୍ରକାଶ, ଗୋଭକ୍ତ ରାଧାମୋହନ ପ୍ରଧାନ ଓ ଅନ୍ୟ ମାନେ ପରିଚାଳନା କରିଥିଲେ ।
ସେହପରି ଅପରାହ ୩ଟାରେ ଶ୍ରୀରାମ ନବମୀ ସମନ୍ୱୟ ସମିତି ପକ୍ଷରୁ ଶତାଧିକ କର୍ମୀ ଭକ୍ତ ମେଲଣ ପଡିଆରେ ପହଞ୍ଚିଥିଲେ ।
ଆଗରେ ଶ୍ରୀରାମଲକ୍ଷ୍ମଣ, ସୀତା ଶ୍ରୀ ହନୁମାନ ବେଶଧାରୀଙ୍କ ସମେତ ସୁସଜ୍ଜିତ ରଥରେ ଶ୍ରୀରାମଙ୍କ ଭବ୍ୟ ଫଟୋ ଚିତ୍ର ସହ ବିଶାଳ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ସନ୍ଧ୍ୟାରେ ଜରିପୁଟ ହନୁମାନ ମନ୍ଦିରରେ ପହଂଚିବା ପରେ ସେଠାରେ ପୂଜାର୍ଚ୍ଚନା ସହ ଶୋଭାଯାତ୍ରା ସମାପ୍ତ ହୋଇଥିଲା ।
ଏହି ଶୋଭାଯାତ୍ରାରେ ଆରଏସଏସ ସମେତ ଅନ୍ୟ ହିନ୍ଦୁ ସଙ୍ଗଠନ ସାମିଲ ହୋଇଥିଲେ । ସମନ୍ୱୟ ସମିତି ଅଧକ୍ଷ ବେଲେଶ୍ବର ସାହୁ ପ୍ରଶାନ୍ତ ବେହେରା, ବରିଷ୍ଠ ଆଇନଜୀବୀ ଅଜିତ ପଟ୍ଟନାୟକ, ହିନ୍ଦୁ ଜାଗରଣ ମଂଚ ପ୍ରାନ୍ତ ସହ ସଂଯୋଜକ ଆଶିଷ ବିଦୁରେନ୍ଦ୍ର ଓ ଅନ୍ୟମାନେ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031