Indus Valley Times

ଗଜପତି : ଓଡ଼ିଆ ପକ୍ଷ–୨୦୨୬ ପାଳନ ଅବସରରେ “ଆମ ପୋଷାକ ଆମ ପରିଚୟ” କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଓଡ଼ିଆ ପକ୍ଷ–୨୦୨୬ ପାଳନ ଅବସରରେ “ଆମ ପୋଷାକ ଆମ ପରିଚୟ” କାର୍ଯ୍ୟକ୍ରମ ଅନୁଷ୍ଠିତ

April 04
11:58 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୪/୪ : ଓଡ଼ିଆ ପକ୍ଷ- ୨୦୨୬ ପାଳନ ଅବସରରେ ଆଜି ଏହି ପକ୍ଷ ପାଳନର ତୃତୀୟ ଦିବସରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବ ଧାର୍ଯ୍ୟ ଦିବସ ପାଳନ ପ୍ରକାରେ ପାଳିତ ହୋଇଥିଲା ” ଆମ ପୋଷାକ ଆମ ପରିଚୟ ” କାର୍ଯ୍ୟକ୍ରମ ।
ହସ୍ତତନ୍ତ ଓ ପାରମ୍ପରିକ ପୋଷାକ ପିନ୍ଧି ସମସ୍ତ ଅଧିକାରୀ ଓ କର୍ମଚାରୀ ବୟନ ଅସ୍ମିତା’ର ଏହି ମହାପର୍ବରେ ସାମିଲ ହୋଇଥିଲେ ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ ଯୋଗ ଦେଇ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ କହି ଓଡ଼ିଆ ଅସ୍ମିତା ର ସୁରକ୍ଷା ଓ ପରମ୍ପରାର ମହତ୍ତ୍ଵ ଉପରେ କହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ ଯୋଗ ଦେଇ ଓଡ଼ିଶାର କଳା , ସଂସ୍କୃତି ଓ ଅସ୍ମିତା ର ପ୍ରତିଫଳନ ହେଉଛି , ଆମର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ।
ଓଡ଼ିଆ ପକ୍ଷର ଏହି ପବିତ୍ର ଅବସରରେ ସମସ୍ତେ ପାରମ୍ପରିକ ବସ୍ତ୍ର ପିନ୍ଧିବା ଏବଂ ଓଡ଼ିଆ ପଣର ଗର୍ବ\’କୁ ପାଳନ କରିବା କହି ପରମ୍ପରାକୁ ଆଦରି ନେଇ ଆମର ସ୍ବାଭିମାନକୁ ବଜାୟ ରଖିବା ପାଇଁ ଆହ୍ବାନ କରି ଏହା ଦ୍ବାରା ଆମ ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହୋଇପାରିବ ବୋଲି କହିଥିଲେ ।
ଆମେ ସମସ୍ତେ ଓଡ଼ିଆ ବୋଲି ଗର୍ବ କରି ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବା ସହ ସ୍ୱଦେଶୀ ଜିନିଷ ବ୍ୟବହାର କରି ଏହାକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ କରା ଯାଇଥିଲା ।
ଓଡ଼ିଶାର ହସ୍ତତନ୍ତ ଶିଳ୍ପ ଏବଂ କାରିଗରକୁ ପ୍ରୋତ୍ସାହନ ଦେବା ସହ ଏହାର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଏହି ଦିବସ ପାଳନ କରା ଯାଇଥିଲା ।
ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି ଦିବସ ପାଳନ ଅବସରରେ ଅଧିକାରୀ ଓ କର୍ମଚାରୀ ମାନେ ପାରମ୍ପରିକ ହସ୍ତତନ୍ତ ପୋଷାକ ଯାହାକି , ସମ୍ବଲପୁରୀ ବସ୍ତ୍ର ଓ ଶାଢ଼ୀ ସମେତ ଖଦୀ ପୋଷାକ , ବ୍ରହ୍ମପୁରୀ ଇତ୍ୟାଦି ପାରମ୍ପରିକ ହାତବୁଣା ଓଡ଼ିଆ ପୋଷାକ ପରିଧାନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତେ ଏକତ୍ରିତ ହୋଇ ଫୋଟ ସେସନ୍ କାର୍ଯ୍ୟକ୍ରମ କରିଥିଲେ ।
ପାରମ୍ପରିକ ପୋଷାକ ପରିଧାନ କରିଥିବା ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡ଼ ରାଇତ, ସହକାରୀ ଜିଲ୍ଲାପାଳ ଶ୍ରୀ ଜଗନ୍ନାଥ ପାଢୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031