Indus Valley Times

କଟକ ରେଳ ଷ୍ଟେସନ୍‌ରୁ ୫୮ ନାବାଳକ ଉଦ୍ଧାର

 Breaking News

କଟକ ରେଳ ଷ୍ଟେସନ୍‌ରୁ ୫୮ ନାବାଳକ ଉଦ୍ଧାର

କଟକ ରେଳ ଷ୍ଟେସନ୍‌ରୁ ୫୮ ନାବାଳକ ଉଦ୍ଧାର
April 15
11:49 2026

କଟକ, ୧୫/୪ : ୫୯ ନାବାଳକ ଉଦ୍ଧାର । କଟକ ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୫୯ ନାବାଳକ । ସମସ୍ତ ନାବାଳକଙ୍କୁ ଉଦ୍ଧାର କରି ସିଡବ୍ଲୁସିଙ୍କୁ ହସ୍ତାହର କରାଯାଇଛି । ଏହାସହ ପୋଲିସ ଏହି ଘଟଣାର ଛାନ୍ଭିନ୍ ଆରମ୍ଭ ମଧ୍ୟ କରିଛି ।
ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସ ରେ ଏହି ୫୯ ଜଣ ଆସି କଟକ ରେଳ ଷ୍ଟେସନ ରେ ଓହ୍ଲାଇଥିବା ବେଳେ ଆରପିଏଫ୍ ପୋଲିସର ନଜରକୁ ଆସିଥିଲେ। ସମସ୍ତେ ନାବାଳକ ଥିବା ଦେଖି ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ପଚରାଉଚରାରୁ ଜଣା ପଡିଥିଲା କି ସମସ୍ତ ନାବାଳକ ବିହାର ଆରାରିଆ ଜିଲ୍ଲାର।
କଟକ ଷ୍ଟେସନରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ମୌଲାନା ମହମ୍ମଦ ଅଖ୍ଲାଦ ଆସି ପୋଲିସକୁ କହିଥିଲେ କି ଏହି ନାବାଳକମାନେ ମଦ୍ରାସାରେ ପାଠ ପଢ଼ିବା ପାଇଁ କଟକ ଆସିଛନ୍ତି। ହେଲେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ।
ସେହିପରେ କଟକ ଆରପିଏଫ୍ ଥାନା ପୋଲିସ ସମସ୍ତ ନାବାଳକ ମାନଙ୍କୁ ସିଡବ୍ଲୁ ସିକୁ ହସ୍ତାନ୍ତର କରିଥିଲା। ଏହାସହ ତଦନ୍ତ ଜାରି ରଖିଛି ପୋଲିସ। ତେବେ ଏହିଭଳି ଭାବେ ଗୋଟିଏ ସପ୍ତାହ ମଧ୍ୟରେ ତିନୋଟି ଘଟଣା ଘଟି ସାରିଲାଣି । ଯେଉଁଥିରେ କି ବହୁ ସଂଖ୍ୟାରେ ନାବାଳକ କଟକ ରେଳ ଷ୍ଟେସନରେ ଧରା ପଡିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31