Indus Valley Times

ବିଜେଡିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ

 Breaking News

ବିଜେଡିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ

ବିଜେଡିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା: ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ ସବୁ ବନ୍ଦ, କଂଗ୍ରେସର ସମର୍ଥନ
April 18
10:52 2026

ମୟୁରଭଞ୍ଜ , ୧୮/୪ : ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ କରାଯିବ ଏହି ବନ୍ଦ ପାଳନ। ବିଭିନ୍ନ ସ୍ଥାନରେ ପିକେଟିଂ ମଧ୍ୟ କରାଯାଉଛି। ବନ୍ଦର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ଦୋକାନ ବଜାର ସ୍କୁଲ୍ କଲେଜ୍ ବନ୍ଦ ରହିଛି। କେବଳ ଜରୁରୀକାଳୀନ ଜିନିଷ ପାଇଁ ଦୋକାନ ଖୋଲା ରହିଛି।
ଛାତ୍ରୀଙ୍କୁ କ୍ଷତିପୂରଣ ଏବଂ ନ୍ୟାୟ ଦାବିରେ ପରିବାର ସହିତ ରାଜରାସ୍ତାରେ ବସିଛନ୍ତି ଗ୍ରମବାସୀ। ତେବେ ଉକ୍ତ ସ୍ଥାନରେ ପୋଲିସ ମଧ୍ୟ ଉପସ୍ଥିତ ରହିଛି।
ସୂଚନା ଅନୁସାରେ, କାକବନ୍ଧ ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତିରେ ସ୍କୁଲର ବହୁ ଛାତ୍ରୀ ଆକ୍ରାନ୍ତ ହୋଇଥିଲେ। ଏପରିକି ଏହି ଝାଡ଼ାବାନ୍ତିରେ ପଞ୍ଚମ ଶ୍ରେଣୀ ଛାତ୍ରୀ ରୂପାଲି ବେଶ୍ରାଙ୍କ ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଉତ୍ତେଜନା ଦେଖିବାକୁ ମିଳିଥିଲା।
ତେଣୁ ଆଜି ଛାତ୍ରୀ ମୃତ୍ୟୁ ମାମଲାରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ଦାବିରେ ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। କେବଳ ଜରୁରୀକାଳୀନ ଜିନିଷ ଚଡି ଆଉ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ଏହି ପାଳନରୁ ଚାତାୟାତ ବାଧାପ୍ରାପ୍ତ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031