Indus Valley Times

ଗଜପତି : ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନଞ୍ଚ, ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ୧୭ ଯୋଡ଼ି ଦମ୍ପତିଙ୍କ ସାମୁହିକ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ

 Breaking News

ଗଜପତି : ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନଞ୍ଚ, ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ୧୭ ଯୋଡ଼ି ଦମ୍ପତିଙ୍କ ସାମୁହିକ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ

ଗଜପତି : ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନଞ୍ଚ, ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ୧୭ ଯୋଡ଼ି ଦମ୍ପତିଙ୍କ ସାମୁହିକ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ
April 21
23:09 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୧/୪ : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ପରିସରରେ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା\” ଅନ୍ତର୍ଗତ ସାମୂହିକ ବିବାହ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ବିବାହ କାର୍ଯ୍ୟକ୍ରମରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ମୋଟ ୧୭ ଯୋଡ଼ା ନବ ଦମ୍ପତ୍ତିଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି ।
ଉଭୟ ସମ୍ପ୍ରଦାୟର ନିଜ ପାରମ୍ପରିକ ରୀତିନୀତି ଅନୁଯାୟୀ ଆୟୋଜିତ ଏହି ପବିତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଦମ୍ପତ୍ତି ମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ର ହୋନ୍ନନାଗା\’ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ମୋହନା ଶ୍ରୀ ଦାଶରଥି ଗମାଙ୍ଗ ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ଏବଂ ୪୫୦୦୦/- ଟଙ୍କା ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ।
ସମ୍ମାନିତ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ କାମଦେବ ବଡ଼ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦୟାମୟ ପାଢ଼ୀ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ଥିଲେ।
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ , ଏହା ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତୀକରଣ ଦିଗରେ ରାଜ୍ୟ ସରକାରଙ୍କ ଏକ ଐତିହାସିକ ତଥା ଯୁଗାନ୍ତକାରୀ ପଦକ୍ଷେପ। ଏହି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ , ବାଲ୍ୟ ବିବାହ ବିରୋଧରେ ଏକ ସଂକଳ୍ପ ଓ ଯୌତୁକ ପ୍ରଥା ନିବାରଣ କରିବା ଦିଗରେ ଏକ ସାମାଜିକ ସନ୍ଦେଶ ସହ ସମାଜକୁ ବାର୍ତ୍ତା ଦେଉଛି ଯେ , କନ୍ୟା ମାନଙ୍କ ସମ୍ମାନ କୁ ସୁନିଶ୍ଚିତ କରିବାରେ ଦୃଢ଼ ପଦକ୍ଷେପ ।
ଝିଅମାନେ ପିତାମାତା\’ଙ୍କ ପାଇଁ ବୋଝ ନୁହନ୍ତି , ସେମାନେ ଭଗବାନଙ୍କ ଆଶୀର୍ବାଦ। ଏହି ଯୋଜନା କେବଳ ବିବାହ ଉତ୍ସବ ନୁହେଁ ବରଂ ସାମାଜିକ ସୁରକ୍ଷା ଏବଂ ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ ।
ଯାହାକି , ବିଧବା ବିବାହକୁ ପ୍ରୋତ୍ସାହନ ଦେବା ହେଉଛି ଏହି ଯୋଜନାର ସ୍ୱତନ୍ତ୍ର ବିଶେଷତା ।
ଏହି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ମୋଟ-୬୦, ୦୦୦/- ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ସେଥିରୁ ୪୫୦୦୦/- ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଏବଂ ୧୫୦୦୦/- ଟଙ୍କା ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଖର୍ଚ୍ଚ କରା ଯାଇଥାଏ। ଯୋଗ୍ୟତା ଅନୁଯାୟୀ କନ୍ୟାର ବୟସ ୧୮-୩୫ ବର୍ଷ ଏବଂ ବର\’ର ବୟସ ୨୧-୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ।
ବିଧବା ପୁନଃ ବିବାହ , ଅନୁସୂଚିତ ଜାତି , ଜନଜାତି ଓ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ପ୍ରାଥମିକତା ଦିଆ ଯାଇଥାଏ।
ଆଜିର କାର‌୍ୟ୍ୟକ୍ରମରେ ସମସ୍ତ ବିବାହ ବୈଧ ପଞ୍ଜୀକରଣ ମାଧ୍ୟମରେ ସମ୍ପନ୍ନ ହୋଇଛି। ଜିଲ୍ଲା ପ୍ରଶାସନ , ମହିଳା ଓ ଶିଶୁ ବିକାଶ ବିଭାଗ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ\’ଙ୍କ ସହଯୋଗରେ ସମସ୍ତ ବ୍ୟବସ୍ଥା କରା ଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଆଇ:ଏସ:ଆର:ଡି: ସଦସ୍ୟା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସଗୀତା ବଡ଼ରଇତ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରୋଗ୍ରମ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ସୁରକ୍ଷା ଅଧିକାରୀ ଶ୍ରୀମତୀ କେ: ସୁନିତା , ଆଇ:ଏସ:ଆର:ଡି: ର ସଦସ୍ୟା ଅନନ୍ୟା ପାତ୍ର , ସୁନିତା ବେହେରା , ମୋହିନୀ ପ୍ରଧାନ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ , ବିଭିନ୍ନ ବ୍ଲକ୍ର ଜନପ୍ରତିନିଧି , ଜିଲ୍ଲାର ସମସ୍ତ ସିଡ଼ିପିଓ , ଆଇଏସଆରଡି ସାମାଜିକ ସୁରକ୍ଷା କର୍ମୀ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଉପଖଣ୍ଡ ପ୍ରୋଗ୍ରମା ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ଭୂୟାଁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031