Indus Valley Times

ଯାଜପୁର ଗସ୍ତରେ କେନ୍ଦ୍ର ଷ୍ଟିଲ ମନ୍ତ୍ରାଳୟର ଯୁଗ୍ମ ସଚିବ

 Breaking News

ଯାଜପୁର ଗସ୍ତରେ କେନ୍ଦ୍ର ଷ୍ଟିଲ ମନ୍ତ୍ରାଳୟର ଯୁଗ୍ମ ସଚିବ

ଯାଜପୁର ଗସ୍ତରେ କେନ୍ଦ୍ର ଷ୍ଟିଲ ମନ୍ତ୍ରାଳୟର ଯୁଗ୍ମ ସଚିବ
April 24
10:21 2026

ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟ
ଯାଜପୁର, ୨୪/୪ : ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟର ଯୁଗ୍ମ ସଚିବ ତଥା ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଦୟା ନିଧାନ ପାଣ୍ଡେ, ଆଇଏଏସ ଆଜି ଯାଜପୁର ଜିଲ୍ଲାର ସୁକିନ୍ଦା ଗସ୍ତରେ ଆସିଥିଲେ।
ଯୁଗ୍ମସଚିବ ଶ୍ରୀ ପାଣ୍ଡେ ସୁକିନ୍ଦାରେ ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନ ସ୍ଥାପନ ସହ ଶିଳ୍ପ ତାଲିମ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ସମ୍ବନ୍ଧରେ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସହ ସବିଶେଷ ଆଲୋଚନା କରିଥିଲେ।
ଏହି ଅନୁଷ୍ଠାନରେ ମୁଖ୍ୟତଃ ଆସିଷ୍ଟାଣ୍ଟ ଫିଟର, ରିଗର, ଇଲେକ୍ଟ୍ରିସିଆନ୍, ମେକାନିକ୍ ଭଳି ଚାରୋଟି ଶିଳ୍ପ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଦକ୍ଷତା ବିକାଶ ତାଲିମ ନେବେ।
ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଯାଜପୁର ସାରା ଦେଶରେ ଏକ ଅଗ୍ରଣୀ ଜିଲ୍ଲା। ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନରୁ ପାସ୍ କରିଥିବା ଯୁବପିଢ଼ି ଯେଭଳି କେବଳ ଯାଜପୁର ନୁହେଁ ବରଂ ସାରା ଓଡ଼ିଶାରେ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡିକରେ ନିଯୁକ୍ତି ସୁଯୋଗ ପାଇବେ, ସେ ଉପରେ ଯୁଗ୍ମସଚିବ ଗୁରୁତ୍ୱାରୋପ କରିଥିଲେ। ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀ ଜଣେ ଦକ୍ଷ କୁଶଳୀ ଟେକ୍ନିସିଆନ ଭାବେ କ୍ୟାରିୟର ଗଢ଼ିବା ଦିଗରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରୟାସ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଅଧିକ ଛାତ୍ରଛାତ୍ରୀଙ୍କୁ ଆଡମିଶନ୍ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଶୁଳ୍କ ୨୦୦୦ ଟଙ୍କାକୁ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ୧୦୦୦ ଟଙ୍କାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ ପ୍ରତିଷ୍ଠାନକୁ ଏକ ଜାତୀୟ ସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଯୁଗ୍ମସଚିବ ଦୟା ନିଧାନ ପାଣ୍ଡେ କହିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଏବଂ ପ୍ରଶାସନର ଅଧିକାରୀଗଣ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031