Indus Valley Times

ମେଡିକାଲରେ ବାରଣ୍ଡାରେ କାନ୍ଦୁଛି ମାଆ, ଭୁଲ୍ ଇଞ୍ଜେକସନ୍ ନେଇଗଲା ପୁଅର ଜୀବନ

 Breaking News

ମେଡିକାଲରେ ବାରଣ୍ଡାରେ କାନ୍ଦୁଛି ମାଆ, ଭୁଲ୍ ଇଞ୍ଜେକସନ୍ ନେଇଗଲା ପୁଅର ଜୀବନ

ମେଡିକାଲରେ ବାରଣ୍ଡାରେ କାନ୍ଦୁଛି ମାଆ, ଭୁଲ୍ ଇଞ୍ଜେକସନ୍ ନେଇଗଲା ପୁଅର ଜୀବନ
April 26
21:26 2026

ଭଦ୍ରକ, ୨୬/୪ : ପାଦରେ ସାମାନ୍ୟ ବାଁଉଶ ଖୁଞ୍ଚ ପଶିଥିଲା । କିନ୍ତୁ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ କିଛି କ୍ଷଣ ମଧ୍ୟରେ ଚାଲିଗଲା ନାବାଳକର ଜୀବନ । ଏଭଳି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ନାବାଳକ ଜଣକ ହେଲେ ପଦ୍ମପୁର ପଞ୍ଚାୟତ ମେଳକ ଗ୍ରାମର ଦେବକାନ୍ତ ବାରିକଙ୍କ ପୁଅ ମୁକେଶ ବାରିକ (୧୪) ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ପଦ୍ମପୁର ପଞ୍ଚାୟତ ମେଳକ ଗ୍ରାମର ମୁକେଶ ବାରିକ ରବିବାର ସକାଳେ ଖେଳୁଥିବାବେଳେ ଏକ ବାଁଉଶ ଖୁଞ୍ଚ ତାଙ୍କ ଆଣ୍ଠୁ ପାଖରେ ଫୁଟିଯାଇଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଆସିଥିଲେ ।
ସେଠାରେ ଉପସ୍ଥିତ ଥିବା ଡାକ୍ତର ଚିକିତ୍ସା କରି ତିନୋଟି ଇଞ୍ଜେକ୍ସନ୍ ଲେଖିଥିଲେ । ପିଲାଟିକୁ ଉକ୍ତ ଇଞ୍ଜେକ୍ସନ୍ ଦେବା ପରେ ହଠାତ୍ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଥିଲା ଏବଂ କିଛି ସମୟରେ ତାର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ପୁଅର ଜୀବନ ଯାଇଥିବା କହିଛନ୍ତି ମାଆ ସସ୍ମିତା ବାରିକ ।
ଏହା ପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ପରିବାର ଲୋକେ ଏବଂ ଗ୍ରାମବାସୀ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହି ସମୟରେ ପୋଲିସ ଓ ସମ୍ପର୍କୀୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହିତ ପରିବାରର ଜଣଙ୍କୁ ଚାକିରୀ ଦେବାକୁ ଦାବି କରିଛନ୍ତି । ସେପଟେ ଅତିରିକ୍ତ ଏସପି, ସଦର ଏସଡିପିଓ ଓ ଉପଜିଲ୍ଲାପାଳ ପ୍ରମୁଖ ଘଟଣାସ୍ଥଳେ ପହଁଚି ସ୍ଥିତି ପରଖିଛନ୍ତି । ଡାକ୍ତରଖାନା ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏଡିଏମଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି । ଡାକ୍ତରୀ ଟିମଙ୍କ ତଦନ୍ତ ରିପୋର୍ଟ ଆସିବା ପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930