Indus Valley Times

ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, ଏନ୍‌ଏଚ୍‌ଆରସି ରେ ରୁଜୁ ହେଲା ମାମଲା

 Breaking News

ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, ଏନ୍‌ଏଚ୍‌ଆରସି ରେ ରୁଜୁ ହେଲା ମାମଲା

ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, ଏନ୍‌ଏଚ୍‌ଆରସି ରେ ରୁଜୁ ହେଲା ମାମଲା
April 28
18:12 2026

ଭୁବନେଶ୍ବର, ୨୮/୪ : ବହୁ ଚର୍ଚ୍ଚିତ କେନ୍ଦୁଝରଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲୀପସିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଘଟିଥିବା ଅଭାବନୀୟ ଘଟଣା ନେଇ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି) ଅବଗତ ହୋଇଛନ୍ତି।
ଭଉଣୀର କଙ୍କାଳ କାନ୍ଧରେ ବୋହି ଜିତୁ ମଣ୍ଡଳ ବ୍ୟାଙ୍କରେ ପହଞ୍ଚିବା ଘଟଣାରେ ଏନ୍‌ଏଚ୍‌ଆରସିଙ୍କ ନିକଟରେ ମାମଲା ରୁଜୁ ହୋଇଛି। ତୁରନ୍ତ ଏହି ଘଟଣାର ତଦନ୍ତ ଆରମ୍ଭ ପାଇଁ ଏନ୍‌ଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। ମାନସିକ ଚାପ ପାଇଥିବା ଜିତୁ ମଣ୍ଡଳଙ୍କୁ କ୍ଷତିପୂରଣ ଦେବା ନେଇ ଆବେଦନ ହୋଇଛି। ଆଗାମୀ ଦିନରେ ଅସହାୟ ଅଳ୍ପ ଶିକ୍ଷିତଙ୍କ କ୍ଷେତ୍ରରେ ଟଙ୍କା ଉଠାଣରେ ବ୍ୟାଙ୍କ ପକ୍ଷରୁ ସରଳୀକରଣ ବ୍ୟବସ୍ଥା ଲାଗୁ ପାଇଁ ଆବେଦନ ହୋଇଛି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲୀପସି ସ୍ଥିତ ଓଡିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଭଉଣୀର କଙ୍କାଳ ଦେଖାଇ ଜମା ଟଙ୍କା ନେବାକୁ ଜନୈକ ଭାଇ ଦାବି କରିବା ଚର୍ଚ୍ଚା ହୋଇଥିଲା।
ପାଟଣା ବ୍ଳକ ଅନ୍ତର୍ଗତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ତାଙ୍କ ମୃତ ଭଉଣୀ କଲରା ମୁଣ୍ଡାଙ୍କ ନାମରେ ୧୯ ହଜାର ୩ ଶହଟଙ୍କା ଏହି ବ୍ୟାଙ୍କରେ ଜମା ଥିଲା। ସୋମବାର ଏହି ଟଙ୍କା ନେବାକୁ ତାଙ୍କ ଭାଇ ଜିତୁ ବ୍ୟାଙ୍କକୁ ଆସିଥିଲେ। କିନ୍ତୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଯାହା ନାମରେ ଟଙ୍କା ଅଛି ସେ ନଆସିଲେ ଟଙ୍କା ଦିଆଯାଇ ପାରିବନାହିଁ। ତାଙ୍କର ମୃତ୍ୟୁ ହୋଇଥିବା କହିବାରୁ ତାଙ୍କ ଉତ୍ତରାଧିକାରୀ ନେଇ କି ଆସ ବୋଲି କହିଥିଲେ।
ଏଥିରେ ବିବ୍ରତ ହୋଇ ଜିତୁ ମୁଣ୍ଡା ସିଧାସଳଖ ଯାଇ ଗାଁ ଶ୍ମଶାନ ଘାଟରେ ପହଞ୍ଚି ଥିଲେ। ସେଠାରେ ପୋତା ଯାଇଥିବା ଭଉଣୀର ମୃ‌ତଦେହ ବାହାର କରିଥିଲେ ଏବଂ ତାକୁ କାନ୍ଧରେ ପକାଇ ତିନି କିଲୋମିଟର ଦୂର ମଲ୍ଲୀପସି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଚାଲିଚାଲି ଆସି ପହଂଚି ଥିଲେ। କଙ୍କାଳକୁ ବ୍ୟାଙ୍କ ବାରଣ୍ଡାରେ ରଖି ଜମା ଥିବା ଟଙ୍କା ଦେବାକୁ ଦାବି କରିଥିଲେ। ଏଭଳି ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା। ଏଥିପାଇଁ ଅନେକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅମାନବିକତା ଓ ଅସମ୍ବେଦନଶୀଳତାକୁ ଦାୟୀ କରିଥିଲେ। ବ୍ୟାଙ୍କ୍ କର୍ମଚାରୀଙ୍କ ଠାରୁ ସୂଚନା ପାଇ ପାଟଣା ପୁଲିସ ପହଞ୍ଚି ଜିତୁକୁ ବୁଝାସୁ୍ଝା କରିଥିଲା।
ଉଲ୍ଲେଖଯୋଗ୍ୟ, କଲରା ମୁଣ୍ଡା କିଛି ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କ ସ୍ବାମୀ ଓ ଏକ ମାତ୍ର ସନ୍ତାନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏହା ପରେ ୨ ମାସ ପୂର୍ବେ କଲରାଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। କଲରାଙ୍କ ସମ୍ପର୍କୀୟ ବୋଇଲେ, ଜିତୁ ହିଁ ଏକ ମାତ୍ର ବ୍ୟକ୍ତି ଥିଲେ, ଯିଏ କି ବ୍ୟାଙ୍କକୁ ଯାଇ ଭଉଣୀର ଟଙ୍କା ଉଠାଇବାକୁ ଦାବି କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930