Indus Valley Times

ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଠାବ : ୪୨ ଟି ଦେଶୀ ବନ୍ଧୁକ ଜବତ , ୧୫ ଗିରଫ

 Breaking News

ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଠାବ : ୪୨ ଟି ଦେଶୀ ବନ୍ଧୁକ ଜବତ , ୧୫ ଗିରଫ

ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଠାବ : ୪୨ ଟି ଦେଶୀ ବନ୍ଧୁକ ଜବତ , ୧୫ ଗିରଫ
May 14
22:26 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୪/୫ : କନ୍ଧମାଳ ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ବ୍ୟବସ୍ଥା କୁ ବଜାୟ ରଖିବା ପାଇଁ କନ୍ଧମାଳ ଏସପି ହରିଶ ବିଶି ଙ୍କ ସ୍ବତନ୍ତ୍ର ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଓ ଦେଶୀ ବନ୍ଧୁକ ଠାବ ଅଭିଯାନ ଆରମ୍ଭ କରିଛନ୍ତି।
ଏଥିରେ ପୁଲିସ କୁ ବଡ ସଫଳତା ମିଳି ଥିବା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ ଭୋସଲେ ଗୁରୁବାର ସାମ୍ବାଦିକ ସମ୍ମିଳନୀ ରେ ଜଣାଇଛନ୍ତି।
ଜିଲ୍ଲାର ୩ ଟି ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ ଠାବ ହୋଇ ଥିବା ବେଳେ ୪୨ ଦେଶୀ ବନ୍ଧୁକ ଜବତ କରିବା ସହ ୧୫ ଜଣଙ୍କୁ ଗିରଫ କରାଯାଇଛି।
ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ ଗୁଡ଼ିକ ତୁମୁଡ଼ିବନ୍ଧ, ବ୍ରାହ୍ମଣୀ ଗାଁ ଓ ଫିରିଙ୍ଗିଆ ଥାନା ଅଞ୍ଚଳରେ ଠାବ ପରେ ନଷ୍ଟ କରାଯାଇଛି। ତୁମୁଡ଼ିବନ୍ଧ ଥାନା ଅଞ୍ଚଳ ରୁ ୧୮ ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗିରଫ ସେହି ଭଳି ବ୍ରାହ୍ମଣୀ ଗାଁ ୨ ଟି ଦେଶୀ ବନ୍ଧୁକ ସହ ଜଣେ ଗିରଫ, ଗୋଛାପଡା ଥାନା ୩ ବନ୍ଧୁକ ଜବତ ୨ ଗିରଫ, ଦାରିଙ୍ଗବାଡ଼ି ଥାନା ୩ ବନ୍ଧୁକ ଜବତ, ବେଲଘର ଥାନା ରୁ ୨ ବନ୍ଧୁକ ଜବତ ୨ଗିରଫ, ରାଇକିଆ ୨ ବନ୍ଧୁକ ଜବତ ଜଣେ ଗିରଫ, ଖଜୁରୀପଡ଼ା ୧ ବନ୍ଧୁକ ଜବତ ଜଣେ ଗିରଫ, ଟିକାବାଲି ଥାନା ଅଞ୍ଚଳ ରୁ ୪ ଦେଶୀ ବନ୍ଧୁକ ଜବତ ୩ ଗିରଫ, ଚକାପାଦ ୨ ବନ୍ଧୁକ ଜବତ ଜଣେ ଗିରଫ, କୋଟଗଡ ୩ ବନ୍ଧୁକ ଜବତ ଜଣେ ଗିରଫ, ବାଲିଗୁଡ଼ା ଥାନା ଅଞ୍ଚଳ ରୁ ଜଣେ ଗିରଫ ୧ ବନ୍ଧୁକ ଜବତ ହୋଇଥିବା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ ଭୋସଲେ ସାମ୍ବାଦିକ ସମ୍ମିଳନୀ ରେ ଜଣାଇଛନ୍ତି।
ଏହି ଅଭିଯାନ ଆଗାମୀ ଦିନ ରେ ମଧ୍ୟ ଯୋରଦାର କାରାଯିବ ବୋଲି କହିଛନ୍ତି ।
ତେବେ ଏହି ଦେଶୀ ଚୋରା ବନ୍ଧୁକ କେଉଁଠାରେ ତିଆରି ହେଉଥିଲା ଏବଂ କେବଳ ଶିକାରୀମାନଙ୍କ ପାଖରେ ପହଞ୍ଚୁ ଥିଲା ନା ଅନ୍ୟ କେଉଁ ଆଡେ ଯାଉଥିଲା ସେନେଇ ତଦନ୍ତ ଜାରି ରଖିଛି କନ୍ଧମାଳ ପୁଲିସ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031