Indus Valley Times

ଗଜପତି : ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳିତ

 Breaking News

ଗଜପତି : ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳିତ

ଗଜପତି : ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ରଜ ଉତ୍ସବ ପାଳିତ
June 17
10:40 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୭/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ.ଟେକ୍.କମ୍ପ୍ୟୁଟର ଏଜୁକେସନ୍ ସେଣ୍ଟର୍ ଠାରେ ପାରଳାଖେମୁଣ୍ଡି ସହରର ଅଗ୍ରଣୀ ଅନୁଷ୍ଠାନ “ପ୍ରଗତି ମହିଳା ସଂଗଠନ” ଆନୁକୂଲ୍ୟରେ ରଜ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ଓଡ଼ିଶା ସାହିତ୍ୟ ଏକାଡ଼େମୀ ର ପ୍ରାକ୍ତନ ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍: ଉଦୟଗିରିର ଉପ – ବିଭାଗୀୟ ଆରକ୍ଷୀ ଅଧିକାରୀ ରାକେଶ କୁମାର ସାହୁ (ଆଇ:ପି:ଏସ୍) ଯୋଗ ଦେଇ ଓଡ଼ିଆ ସଭ୍ୟତା ଓ ସଂସ୍କୃତିକୁ ସବୁ ବର୍ଗର ଲୋକେ ପ୍ରୋତ୍ସାହିତ କରି ଆମର ପବିତ୍ର ପରମ୍ପରାକୁ ବଜାୟ ରଖିବାକୁ ପଡ଼ିବ ବୋଲି କହିଥିଲେ।
ଵିଶିଷ୍ଟ ସମାଜ ସେବୀ ରମଗିରିର ସ୍ବେଚ୍ଛାସେବୀ ଶ୍ରୀମତୀ ନିର୍ମଳା ପଟ୍ଟାନାୟକ ସାମ୍ପ୍ରତିକ ନାରୀ ସଶକ୍ତି କରଣ ପାଇଁ ନିଜସ୍ୱ ସମର୍ପିତ ଶ୍ରମକୁ ସାକାର କରିବା ପାଇଁ ସଦା ସର୍ବଦା ଉଜ୍ଜୀବିତ ରହିବା ପାଇଁ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅନୁଷ୍ଠାନର ଶୁଭଶ୍ରୀ ଭୁକ୍ତା ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ଚାନ୍ଦିନୀ ସାହୁ ପରିଚୟ ପ୍ରଦାନ ଏବଂ ପ୍ରଗତିର ଅଧ୍ୟକ୍ଷ ଶ୍ରୀ ଲୋକନାଥ ମିଶ୍ର ଅଧ୍ୟକ୍ଷତା କରିଥିଲେ।
ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ପ୍ରଗତିର ନାରୀ ସଶକ୍ତି କରଣ ର ବିଭିନ୍ନ ପର୍ବ ପାଳନ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ।
ସେହିଭଳି ସମ୍ମାନିତ ଅତିଥି ଭାବେ ଶ୍ରୀ ଭାଗବତ ପାଢ଼ୀ ଯୋଗ ଦେଇ ରଜ ମଉଜ ର ପ୍ରାଚୀନତା ଏବଂ ତାର ଆଧୁନିକତା ର ଏକ ତୁଳନାତ୍ମକ ବିଚାର କରିଥିଲେ। ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଆକର୍ଷଣୀୟ ପୁରଷ୍କାର ବଣ୍ଟନ କରା ଯାଇଥିଲା।
ଶେଷରେ ରଜଦୋଳି ଗୀତ ସହ ସମସ୍ତ ଝିଅ ମହିଳା ଉପଭୋଗ୍ୟ ହୋଇଥିଲା।
କାର୍ଯ୍ୟକ୍ରମକୁ ଶରତ କୁମାର ପ୍ରଧାନ , ପାୟଲ ପାତ୍ର , ପଲକ୍ ପାତ୍ର , ଚାନ୍ଦିନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930