Indus Valley Times

ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

 Breaking News

ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ
June 17
21:08 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୭/୬ : ଆଜି ଅପରାହ୍ନରେ ଖୋରଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶାର ମାନ୍ୟବର ସମବାୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ତଥା ଖୋରଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ “ବିକାଶର ଧାରା,ଓଡ଼ିଶା ସାରା” ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସରକାରୀ ଜନସଂପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୁଇବର୍ଷରେ ସଫଳତା, ଜିଲ୍ଲାରେ ବିଭିନ୍ନ ବିକାଶ ମୁଖୀ କାର୍ଯ୍ୟକ୍ରମ ଓ ଅଗ୍ରଣୀ ଯୋଜନା ସମ୍ବନ୍ଧରେ ଆଲୋଚନା କରି ସାମ୍ବାଦିକ ମାନେ ସରକାରଙ୍କ ଦୁଇ ବର୍ଷର ସଫଳତା ହିତାଧିକାରୀ ଯୋଜନାର ପ୍ରଚାର ପ୍ରସାର ଦିଗରେ କଲମ ଚାଳନା କରି ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ପ୍ରକୃତ ହିତାଧିକାରୀ ଯେପରି ଅଧିକରୁ ଅଧିକ ଫାଇଦା ପାଇ ପାରିବେ ସେ ସମ୍ବନ୍ଧରେ ଗଣମାଧ୍ୟମ କୁ ସମ୍ବୋଧନ କରିଛନ୍ତି।
ସୁଭଦ୍ରା ଯୋଜନା, ଲକ୍ଷ ପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା, ସାମାଜିକ ଭତ୍ତା ଯୋଜନା, ମଧୁବାବୁ ପେନସନ ଯୋଜନା, ଜାତୀୟ ସାମାଜିକ ସହାୟତା ଯୋଜନା, ବର୍ଦ୍ଧିତ ଭତ୍ତା, ଜାତୀୟ ପରିବାର ସହାୟତା ଯୋଜନା, ବିବାହ ପ୍ରୋତ୍ସାହନ ରାଶି, ଇ ରିକ୍ସା, ସ୍କୁଟି, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ସୁ ମଙ୍ଗଳ ଯୋଜନା, ବିକଶିତ ଗାଁ, ବିକଶିତ ଓଡ଼ିଶା,ପ୍ରଧାନ ମନ୍ତ୍ରୀ ଆବାସ, ଅନ୍ତଦ୍ଵୟ ଗୃହ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନ ପୂର୍ଣା ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଓ ପି ଏମ ଶ୍ରୀ ସ୍କୁଲ ଆଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜ୍ୟରେ ଓ ଖୋରଧା ଜିଲ୍ଲାରେ ଦ୍ୱିତୀୟ ବର୍ଷରେ ଉଲ୍ଲେଖନୀୟ ସଫଳତା ଉପରେ ସମସ୍ତ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ । ସେହିପରି ଗଣମାଧ୍ୟମ ପ୍ରତିନିଧି ମାନଙ୍କ ବିଭିନ୍ନ ଗଠନ ମୂଳକ ପ୍ରଶ୍ନର ଉତ୍ତର ଦେଇ ଖୋରଧା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଦୃତ ଗତିରେ ବିକାଶ ଧାରାକୁ ଆଗେଇ ନେବାକୁ ଏବଂ ବିକଶିତ ଓଡ଼ିଶା ଅ୨୦୩୬ ଓ ବିକଶିତ ଭାରତ ଅ୨୦୪୭ ଗଠନ ଦିଗରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ସହଯୋଗ କରିବାକୁ ଆହ୍ଵାନ ଦେଇଥିଲେ ।
ସେହିପରି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମାନ୍ୟବର ବିଧାୟକ, ଖୋରଧା ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଜିଲ୍ଲାର ବିଭିନ୍ନ ଅଗ୍ରଣୀ ଯୋଜନା କାର‌୍ୟ୍ୟ କାରିତା ଉପରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଭାଜପା ଜିଲ୍ଲା ସଭାପତି ବିଶ୍ଵ ରଞ୍ଜନ ବଡ଼ଜେନା, ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଜନ ପ୍ରତିନିଧି, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930