Indus Valley Times

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟପାଡ଼ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

 Breaking News

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟପାଡ଼ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋଟପାଡ଼ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
June 19
11:48 2026

ଭୁବନେଶ୍ବର,୧୯/୬ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଆଜି ସକାଳୁ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ୭ଟି ଠିକଣାରେ ଚଢ଼ଉ କରିଛି।
ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୭ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୧ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲାରେ ତାଙ୍କ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏକକାଳୀନ ତଲାସ କରାଯାଉଛି।
କେଉଁଠି ହୋଇଛି ଚଢ଼ଉ
ଚା ଶ୍ରୀ ସେଠିଙ୍କ କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ପାରାବେଡାର ଭଡା ଘର
ଚା ଖୋର୍ଦ୍ଧା ଜିଲ୍ଲା ଜଟଣୀର ମାଧିପୁର ମୌଜା ହାଇ-ଟେକ୍ ପ୍ଲାଜାରେ ଗ୍ରାଉଣ୍ଡ ଫ୍ଲୋର, ବ୍ଲକ- ବି-୬, ପ୍ଲଟ୍ ନମ୍ବର ୧୩୨ରେ ଫ୍ଲାଟ୍ ନମ୍ବର ଜି/ବି.୬-୧୪୧ ଆବାସିକ ଫ୍ଲାଟ୍
ଚା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଚାନ୍ଦୋଳ ଜାହାନଗରସ୍ଥିତ ତାଙ୍କର ପୈତୃକ ଘର
ଚା ଶ୍ରୀ ସେଠିଙ୍କ କୋଟପାଡ଼ସ୍ଥିତ ଆବାସିକ ସରକାରୀ କ୍ୱାର୍ଟର
ଚା ଶ୍ରୀ ସେଠିଙ୍କ କାର୍ଯ୍ୟାଳୟ ଚାମ୍ବର, କୋଟପାଡ
ଚା ଶ୍ରୀ ସେଠିଙ୍କ ଫାର୍ମ ମୌଜା- ତାରାଗାଁ, ବୋରିଗୁମା ତହସିଲ, ଜିଲ୍ଲା-କୋରାପୁଟ
ଚା ଶ୍ରୀ ସେଠିଙ୍କ କୋରାପୁଟ ଜିଲ୍ଲା ବୋରିଗୁମା ତହସିଲ ଅଧୀନ ଫାର୍ମ ମୌଜା- ତାରାଗାଁ
ରିପୋର୍ଟ ଲେଖାଯିବା ବେଳକୁ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ଉ ଜାରି ରଖିଛନ୍ତି। ଶ୍ରୀ ସେଠୀଙ୍କ ପାଖରେ ଥିବା ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରି ନାହିଁ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930