Indus Valley Times

କଣ୍ଟାମାଳରେ ଅବକାରୀ ବିଭାଗର ବଡ଼ ସଫଳତା; ୧୮ ଚକିଆ ଟ୍ରଲରରୁ ୨୯୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର

 Breaking News

କଣ୍ଟାମାଳରେ ଅବକାରୀ ବିଭାଗର ବଡ଼ ସଫଳତା; ୧୮ ଚକିଆ ଟ୍ରଲରରୁ ୨୯୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର

କଣ୍ଟାମାଳରେ ଅବକାରୀ ବିଭାଗର ବଡ଼ ସଫଳତା; ୧୮ ଚକିଆ ଟ୍ରଲରରୁ ୨୯୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର
July 01
16:49 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୭ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳ ପ୍ରାୟ ୫ଟା ସମୟରେ ଚାଲିଥିବା ଏକ ସ୍ୱତନ୍ତ୍ର ଅବକାରୀ ଚଢ଼ାଉରେ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରାଯାଇଛି।
ଏହି ଘଟଣାରେ କେଶ ନଂ–୫୭/୨୦୨୬–୨୭ ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । କଣ୍ଟାମାଳ ଥାନା ଶୁଲିଆ ଅଞ୍ଚଳରେ ଯାଞ୍ଚ ବେଳେ ଏକ ୧୮ ଚକିଆ ଟ୍ରଲର ଟ୍ରକକୁ ଅଟକାଯାଇଥିଲା। ତଲାସି ସମୟରେ ଟ୍ରକର ଗୁପ୍ତ (ସିକ୍ରେଟ୍) ଚାମ୍ବରରୁ ୨୯୫ କିଲୋଗ୍ରାମ ଗଞ୍ଜେଇ ଉଦ୍ଧାର କରାଯାଇଥିଲା।
କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର, କଣ୍ଟାମାଳ ଧନଞ୍ଜୟ କର୍ଣ୍ଣଙ୍କ ଉପସ୍ଥିତିରେ ଗଞ୍ଜେଇ ବାହାର କରାଯାଇ ନିୟମାନୁସାରେ ମାପ ଓ ଓଜନ କରାଯାଇଥିଲା।
ତେବେ ଚଢ଼ାଉ ସମୟରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ତାଙ୍କୁ ଠାବ କରିବା ପାଇଁ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ତଦନ୍ତ ଓ ଖୋଜାଖୋଜି ଜାରି ରହିଛି।
ଏହି ସଫଳ ଅଭିଯାନ ବୌଦ୍ଧ ରେଞ୍ଜର ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ଶତପଥୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।
ଏଥିରେ କଣ୍ଟାମାଳ ଓଆଇସି ରାହୁଲ ବେହେରା, ମନମୁଣ୍ଡା ଓ ଆଇସି ପ୍ରସନ୍ନ ଜାଲି, ଇ ସି ସୁଜିତ ସାହୁ, ନିରଞ୍ଜନ ମଲ୍ଲିକ, ବିଜୟ କୁମାର ବାଘ ଏବଂ ରାଜକିଶୋର କଁହର ସକ୍ରିୟ ଭାବେ ସାମିଲ ହୋଇଥିଲେ।
ସମଗ୍ର ଜବତ ପ୍ରକ୍ରିୟା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଧନଞ୍ଜୟ ସାହୁ, ଅତିରିକ୍ତ ତହସିଲଦାର, କଣ୍ଟାମାଳଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା।
ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ଏବଂ ଫେରାର ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031