Indus Valley Times

ଗଜପତି : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ରେ ଦୁଇଦିନିଆ ଜାତୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଉଦଘାଟିତ

 Breaking News

ଗଜପତି : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ରେ ଦୁଇଦିନିଆ ଜାତୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଉଦଘାଟିତ

ଗଜପତି : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ରେ ଦୁଇଦିନିଆ ଜାତୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଉଦଘାଟିତ
July 26
09:51 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୬/୭ : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ପରିସରରେ \”ବିକଶିତ ଭାରତ–୨୦୪୭ ଲକ୍ଷ୍ୟରେ ଜଳବାୟୁ-ଅନୁକୂଳ କୃଷି ଉଦ୍ଭାବନ\” ଶୀର୍ଷକ ୯ମ ଜାତୀୟ ସମ୍ମିଳନୀ ((NYC-CSISA ୨୦୨୬)ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅଲ୍ ଇଣ୍ଡିଆ ଆଗ୍ରିକଲଚରାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AIASA), ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ କେଲାଡି ଶିବପ୍ପା ନାୟକ କୃଷି ଓ ଉଦ୍ୟାନ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ (KSNUAHS), କର୍ଣ୍ଣାଟକର ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ୨୦ରୁ ଅଧିକ ବିଶ୍ୱବିଦ୍ୟାଳୟରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକ ଅଂଶଗ୍ରହଣ କରିଥିଲେ।
ଉଦଘାଟନୀ ଅଧିବେଶନ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଡ଼. ଏସ୍. ପି. ନନ୍ଦ, ଡିନ୍ (ପ୍ରଶାସନ) ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଫେସର ସାଗର ମୈତ୍ର, ଡିନ୍ (କୃଷି), ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ଜଳବାୟୁ-ଅନୁକୂଳ କୃଷି ପ୍ରଯୁକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରେ ଡ଼. ଦୁର୍ଗା ପ୍ରସାଦ ପାଢ଼ୀ, ନିର୍ଦ୍ଦେଶକ (ପ୍ରଶାସନ), ବିଶ୍ୱବିଦ୍ୟାଳୟର ସ୍ଥାୟୀ କୃଷି ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସଭାରେ ସଭାପତିତ୍ୱ କରି ପ୍ରଫେସର (ଡ଼.) ସୁପ୍ରିୟା ପଟ୍ଟନାୟକ, ମାନ୍ୟବର କୁଳପତି, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଯୁବ ଗବେଷକମାନଙ୍କୁ ନବସୃଜନ ଓ ସ୍ଥାୟୀ କୃଷି ପ୍ରଯୁକ୍ତି ବିକାଶ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ।
ଏହି ଅବସରରେ AIASAର ଜାତୀୟ ସଭାପତି ଶ୍ରୀ ନିନାଦ ମହାଜନ ସଂଗଠନର ଲକ୍ଷ୍ୟ ଓ ଭବିଷ୍ୟତ ଦୃଷ୍ଟିକୋଣ ସମ୍ପର୍କରେ ମତ ରଖିଥିବା ବେଳେ, ପ୍ରଫେସର (ଡ଼.) ସହଦେବ ସିଂହ, ମୁଖ୍ୟ ନୀତି ପରାମର୍ଶଦାତା, AIASA, କୃଷି କ୍ଷେତ୍ରରେ ନୀତି, ବିଜ୍ଞାନ ଓ ଉଦ୍ଭାବନର ସମନ୍ୱୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ପ୍ରଫେସର ହୃଷୀକେଶ ସେନାପତି, କୁଳପତି, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର କୃଷି ଉନ୍ନୟନରେ ଭୂମିକା ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ।
ମୁଖ୍ୟ ଅତିଥି ଡ଼. ଯଶପାଲ ସିଂହ ମଲିକ, ଉପ-ମହାନିର୍ଦ୍ଦେଶକ (କୃଷି ଶିକ୍ଷା), ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR), ନୂଆଦିଲ୍ଲୀ, ସମ୍ମିଳନୀର ଉଦ୍ଘାଟନ କରି ଜଳବାୟୁ-ଅନୁକୂଳ କୃଷି ପ୍ରଯୁକ୍ତି, ନବସୃଜନ, ଉଦ୍ୟମିତା ଏବଂ ଉଚ୍ଚମାନର କୃଷି ଶିକ୍ଷା ମାଧ୍ୟମରେ ଦେଶର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରି \’ବିକଶିତ ଭାରତ–୨୦୪୭\’ ସ୍ୱପ୍ନ ସାକାର କରିବାର ଆହ୍ୱାନ ଦେଇଥିଲେ।
ଶେଷରେ ଡ଼. ଆଶୀର୍ବଚନ ମହାପାତ୍ର, ୯ମ ଜାତୀୟ ଯୁବ ସମ୍ମିଳନୀର ଜାତୀୟ ଆୟୋଜନ ସମ୍ପାଦକ, ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ପ୍ରତିନିଧି, ଆୟୋଜକ ଏବଂ ସହଯୋଗୀ ମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031