Indus Valley Times

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

 Breaking News

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ
August 10
14:40 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୦/୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ୯ଟି ବିଭାଗରେ ନବ ନିଯୁକ୍ତ ୧୩୨୬ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ସୋମବାର ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି ।
ଗୃହ ଓ ନଗର ଉନ୍ନୟନ ବିଭାଗର ୩୬୪ ଜଣ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ, ଶକ୍ତି ବିଭାଗରେ ୨୪୦ ଜଣ, କୃଷି ଓ କୃଷକ ସଶକ୍ତିକରଣ ୧୧୮ ଜଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୮୬ ଜଣ, କ୍ରୀଡ଼ା ଓ ଯୁବସେବା ବିଭାଗରେ ୨୬ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ଏବଂ ଅବକାରୀ ବିଭାଗରେ ୧୦ ଜଣ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ନବନିଯୁକ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଏହି ସୁଯୋଗକୁ ସଦୁପଯୋଗ କରି ନିଜ ନିଜର ଦାୟିତ୍ୱ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ତୁଲାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବନିଯୁକ୍ତଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ସମୃଦ୍ଧ, ସମାବେଶୀ ଏବଂ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ କରିବା । ବିକାଶର ସୁଫଳ ପ୍ରତ୍ୟେକ ନାଗରିକଙ୍କ କିଭଳି ପହଁଚି ପାରିବ ତାହା ଲକ୍ଷ୍ୟ ରଖାଯାଇଛି । ସମୃଦ୍ଧ ଓଡ଼ିଶା ଗଠନ ଏବଂ ବିକଶିତ ଭାରତ ଲକ୍ଷ୍ୟର ଗ୍ରୋଥ୍ ଇଞ୍ଜିନ ହେବ ଓଡ଼ିଶା । ଏହି ସ୍ୱପ୍ନକୁ ସାକାର କରିବାକୁ ସ୍ୱଚ୍ଛ ଓ ସୁଦୃଢ଼ ପ୍ରଶାସନ ସହିତ ଦକ୍ଷ, ଶୃଙ୍ଖଳିତ ଓ ସେବା ମନୋଭାବ ଥିବା କର୍ମଚାରୀ ଓ ଅଧିକାରୀଙ୍କର ବହୁ ଆବଶ୍ୟକତା ରହିଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟର ଯୁବସମାଜକୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି । ସ୍ୱଚ୍ଛତାର ସହିତ ଦକ୍ଷତା, ଯୋଗ୍ୟତା ଏବଂ ନିୟମିତ ଭିତ୍ତିକ ଭାବରେ ନିଯୁକ୍ତିକୁ ସହଜରେ ସମ୍ପାଦନ କରାଯାଉଛି । ସରକାର ଆସିବା ପରେ ୧୬ଟି ନିଯୁକ୍ତି ମେଳାରେ ମୋଟ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31