Indus Valley Times

ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ

 Breaking News

ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ

ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ
August 15
19:48 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୫/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରଥମ ଥର ପାଇଁ ୮୦ ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହ ଓ ଦେଶ ଭକ୍ତିର ସହ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଯାଇଛି । ଏଥିରେ ସଂଘର ସଭାପତି ଡ଼.ମଧୁସୂଦନ ମହାପାତ୍ର \’ବନ୍ଦେ ମାତରମ୍ \’ ଗାନ ପରେ ପତାକା ଉତ୍ତୋଳନ ପୂର୍ବକ ଜାତୀୟ ସଂଗୀତ ଗାନ କରିବା ପରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ୮୦ ତମ ସ୍ଵଧାନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କ ଅଭିଭାଷଣ ରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ, ବଳିଦାନ ଓ ଅବଦାନକୁ ସ୍ମରଣ କରିଥିଲେ ।
ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ସାମାଜିକ ସମନ୍ୱୟ ବଜାୟ ରଖିବା ସହିତ ବରିଷ୍ଠ ନାଗରିକ ମାନେ ସମାଜର ଉନ୍ନତିରେ ନିଜର ଅଭିଜ୍ଞତାକୁ ଦେଶର ଉନ୍ନତି ରେ ବ୍ୟବହାର କରିବା ପାଇଁ ଆହ୍ୱାନ କରିଥିଲେ ।
ସମସ୍ତେ ନିଜ ନିଜ ଘରର, ସାହିର ଓ ଗାଁ ର ପରିବେଶକୁ ପରିଷ୍କାର ରଖିବା ପାଇଁ ଉଦ୍ୟମ କରିବା ସହିତ ସ୍ୱଚ୍ଛ ଭାରତ ନିର୍ମାଣ କରିବାରେ ଏକ ଦାୟିତ୍ୱବାନ ନାଗରିକ ର ଦାୟିତ୍ୱ ସମ୍ପାଦନା କରିବା ପାଇଁ ଆହ୍ୱାନ କରିଥିଲେ ।
ଦେଶରୁ ଆଶିକ୍ଷା, କୁସଂସ୍କାର, ବାଲ୍ୟ ବିବାହ, ଘୃଣା ବିଦ୍ବେଷ ଦୂର କରିବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଶେଷରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ସମସ୍ତଙ୍କୁ ସେମାନଙ୍କର ଉପସ୍ଥିତି ଓ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।
ମିନି ମାରାଥନ ଦୌଡ଼ ପ୍ରତିଯୋଗିତା : ୪୦୦ରୁ ଉର୍ଦ୍ଧ ଯୁବକ ଯୁବତୀ ସାମିଲ
ବାଲିଗୁଡା, ୧୫/୮ : ଉପଖଣ୍ଡ ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ତଥା ଉତ୍ସବ ପାଳନ କମିଟି ର ସମ୍ପାଦକ ଶିବ ଶଙ୍କର ସମରଥ, ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡାଇଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ,, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଏନ ଏ ସି ର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ ।
ଏହି ଗଣ ଦୌଡ଼ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ୍ ପର୍ଯ୍ୟନ୍ତ ଯାଇଥିଲା ଏବଂ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରେ ସମାପ୍ତ ହୋଇଥିଲା ।
ଏଥିରେ ବାଲିଗୁଡା ଅଞ୍ଚଳର ୪୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ସାମିଲ୍ ହୋଇଥ‌ିବା ବେଳେ କୃତି ଯୁବକ ଯୁବତୀଙ୍କୁ ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ପ୍ୟାରେଡ ଉତ୍ସବରେ ପୁରସ୍କୃତ କରାଯିବ।
ଏଥିରେ ଅଭିମନ୍ୟୁ ପ୍ରଧାନ, ରଶ୍ମି ରଞ୍ଜନ ମହାରଣାଙ୍କ ସମେତ ବହୁ ପଦାଧିକାରୀ, ବରିଷ୍ଠ କ୍ରୀଡ଼ାବିତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ମିଡିଆକିଆ ପଞ୍ଚାୟତରେ ” ହର ଘର ତ୍ରିରଙ୍ଗା ” କାର୍ଯ୍ୟକ୍ରମ
ବାଲିଗୁଡା, ୧୫/୮: ଦେଶପ୍ରେମ, ଜାତୀୟତାବୋଧ ଓ ଦେଶର ଗୌରବମୟ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତା ନେଇ ୮୦ ତମ ସ୍ୱାଧୀନତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ନୁଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ \” ହର ଘର ତ୍ରିରଙ୍ଗା \” କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି କ୍ଷ
ଏ ନେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ସେଲଫି ପଏଣ୍ଟ କରିବା ସହ ପ୍ରତିଯୋଗିତା ଆୟୋଜନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା କ୍ଷ ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଅଭିଭାବକ ସାମିଲ ହୋଇ ଦେଶପ୍ରେମର ନିଆରା ପରିବେଶ ସୃଷ୍ଟି କରିଥିଲେ।
ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଫିଲିପ କୁମାର ଦିଗାଳ ଙ୍କ ସମେତ ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ କିମନ୍ତି ମଳିକ,ସରୋଜିନୀ ମଳିକ, ଶିଶୁ ସେବିକା ତପସ୍ୱିନୀ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31