Indus Valley Times

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ ପଦର୍ଶନକୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା

 Breaking News

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ ପଦର୍ଶନକୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା

‘ବନ୍ଦେ ମାତରମ୍’ ପ୍ରତି ଅସମ୍ମାନ ପଦର୍ଶନକୁ ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା
August 16
20:58 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୬/୮: ଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟ ଠାରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଙ୍ଗ଼ଗେଙ୍କ ଦ୍ୱାରା ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍‌’ ପ୍ରତି ଅସମ୍ମାନ ପ୍ରଦର୍ଶନକୁ ନେଇ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ଭାରତୀୟ ଜନତା ପାର୍ଟି ଖୋରଧା ଜିଲ୍ଲା ପକ୍ଷରୁ ଜୟୀ ରାଜଗୁରୁ ଭବନ(ଟାଉନହଲ) ଠାରୁ ଶୋଭାଯାତ୍ରା ବାହାରି ସମବାୟ ବ୍ୟାଙ୍କ ଛକ, ଷ୍ଟେଟ୍ ବ୍ୟାଙ୍କ ଛକ ଦେଇ ଖୋରଧା କୋର୍ଟ ଛକ ପର୍ଯ୍ୟନ୍ତ ଯାଇଥିଲା।
ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ଉପସଭାପତି ଦିଲ୍ଲୀପ ହୋତା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଉମାକାନ୍ତ ପଟ୍ଟନାୟକ, ଦେବବ୍ରତ ଆଚାର୍ଯ୍ୟ, ନଗର ସାଧାରଣ ସଂପାଦକ ସଂଜତ ମହାପାତ୍ର, ଦେବରଥ, ମହିଳା ମୋର୍ଚ୍ଚା ସଭାପତି, କୃଷକମୋର୍ଚ୍ଚା ସଭାପତିଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ ଓ ମହିଳା ମାନେ ହାତରେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ବିଶେଷ କରି ଦିଲ୍ଲୀ ଏଆଇସିସି କାର୍ଯ୍ୟଳୟରେ ବନ୍ଦେ ମାତରମ୍ ଗୀତ ଗାନ କରାଯାଉଥିବା ବେଳେ, ସୋନିଆ ଗାନ୍ଧୀ ଅଧାରେ ଗୀତକୁ ବନ୍ଦ କରିବାକୁ ଯେଉଁ ପ୍ରୟାସ କରିଥିଲେ, ତାହାକୁ ନେଇ ଉପସ୍ଥିତ ନେତୃବୃନ୍ଧ ସୋନିଆଙ୍କ ଉପରେ ବର୍ଷିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31