Indus Valley Times

ରକ୍ଷାବନ୍ଧନରେ ମହିଳାଙ୍କୁ ସୁଭଦ୍ରା ଭେଟି, କୋଟିଏରୁ ଅଧିକଙ୍କୁ ମିଳିବ କିସ୍ତି ଟଙ୍କା

 Breaking News

ରକ୍ଷାବନ୍ଧନରେ ମହିଳାଙ୍କୁ ସୁଭଦ୍ରା ଭେଟି, କୋଟିଏରୁ ଅଧିକଙ୍କୁ ମିଳିବ କିସ୍ତି ଟଙ୍କା

ରକ୍ଷାବନ୍ଧନରେ ମହିଳାଙ୍କୁ ସୁଭଦ୍ରା ଭେଟି, କୋଟିଏରୁ ଅଧିକଙ୍କୁ ମିଳିବ କିସ୍ତି ଟଙ୍କା
August 17
15:44 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୭/୮ : ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର। ଆସନ୍ତା ଅଗଷ୍ଟ ୨୮, ରକ୍ଷାବନ୍ଧନ ଦିନ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା। ନୟାଗଡ଼ରେ ଏନେଇ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ କରାଯିବ। ଏହି ସମାରୋହରେ ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରାଯିବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଏନେଇ ବଡ଼ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ୧ କୋଟିରୁ ଅଧିକ ମହିଳା ଏହି କିସ୍ତିରେ ସୁଭଦ୍ରା ଟଙ୍କା ପାଇବେ। ଅଗଷ୍ଟ ୨୮ ସୁଦ୍ଧା ଆବେଦନ କରି ଜିଲ୍ଲା ପ୍ରଶାସନ ଦ୍ୱାରା ଯାଞ୍ଚ ଓ ସୁପାରିସ୍ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି କିସ୍ତିରେ ସାମିଲ କରାଯିବ।
ଏହା ସହ ପୂର୍ବ କିସ୍ତିରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମଧ୍ୟ ରହିଛି ବଡ଼ ଖୁସି ଖବର। ଯାଞ୍ଚ ପରେ ଯେଉଁମାନେ ଯୋଗ୍ୟ ବୋଲି ପ୍ରମାଣିତ ହେବେ, ସେମାନଙ୍କୁ ଏକାସଙ୍ଗେ ୫ଟି କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଚଳିତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନା ପାଇଁ ୩.୧୭ ଲକ୍ଷରୁ ଅଧିକ ନୂଆ ଆବେଦନ ମିଳିଛି। ଏଥିରୁ ଅନେକ ଆବେଦନର କ୍ଷେତ୍ରସ୍ତରୀୟ ଯାଞ୍ଚ ମଧ୍ୟ ଶେଷ ହୋଇଛି। ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ଊଈଞ ମାଧ୍ୟମରେ ୫,୦୦୦ ଟଙ୍କା ପଠାଯିବ।
ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦୁଇଟି କିସ୍ତିରେ ଦିଆଯାଉଛି। ପାଞ୍ଚ ବର୍ଷରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାର ୨୦୨୬-୨୭ ବଜେଟରେ ଏହି ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏବେ ଅଗଷ୍ଟ ୨୮ରେ ରକ୍ଷାବନ୍ଧନ ଅବସରରେ ସୁଭଦ୍ରା ଟଙ୍କା ମିଳିବାକୁ ନେଇ ଲକ୍ଷ ଲକ୍ଷ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031