Indus Valley Times

ଖୋରଧା ଜିଲ୍ଲା ୨୦୨୬-୨୭ ବର୍ଷ ପାଇଁ ସମନ୍ୟୁତ ବାର୍ଷିକ ଯୋଜନା କମିଟି ବୈଠକ: ସମୃଦ୍ଧ ଖୋରଧା ଜିଲ୍ଲା ଗଢ଼ିବା ଲକ୍ଷ – ଅଧ୍ୟକ୍ଷ

 Breaking News

ଖୋରଧା ଜିଲ୍ଲା ୨୦୨୬-୨୭ ବର୍ଷ ପାଇଁ ସମନ୍ୟୁତ ବାର୍ଷିକ ଯୋଜନା କମିଟି ବୈଠକ: ସମୃଦ୍ଧ ଖୋରଧା ଜିଲ୍ଲା ଗଢ଼ିବା ଲକ୍ଷ – ଅଧ୍ୟକ୍ଷ

ଖୋରଧା ଜିଲ୍ଲା ୨୦୨୬-୨୭ ବର୍ଷ ପାଇଁ ସମନ୍ୟୁତ ବାର୍ଷିକ ଯୋଜନା କମିଟି ବୈଠକ: ସମୃଦ୍ଧ ଖୋରଧା ଜିଲ୍ଲା ଗଢ଼ିବା ଲକ୍ଷ – ଅଧ୍ୟକ୍ଷ
August 19
20:02 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୯/୮: ପ୍ରତ୍ୟେକ ବିଭାଗୀୟ ଅଧିକାରୀ କିଛି ନବୀନ ପ୍ରକଲ୍ପ କାର୍ଯ୍ୟ କାରିତା ନିମନ୍ତେ ଚିନ୍ତା କରିବା ଉଚିତ୍ ଓ ମୋ ସ୍ୱପ୍ନର ଖୋରଧା ଜିଲ୍ଲା, ସମ୍ବୃଦ୍ଧ ଓ ସଶକ୍ତ ଓ ବିକଶିତ ଅଗ୍ରଣୀ ଖୋରଧା ଜିଲ୍ଲା ଗଢି ତୋଳିବା ଲାଗି ପ୍ରତ୍ୟେକ ସ୍ତରରେ ଭିଜନ ପ୍ରସ୍ତୁତ କରି ଯଶଶ୍ୱୀ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କ ବିକଶିତ ଭାରତ ଅ୨୦୪୭ ଏବଂ ବିକଶିତ ଓଡ଼ିଶା ଅ୨୦୩୬ ସ୍ବପ୍ନକୁ ସାକାର ସହ ଖୋରଧା ଜିଲ୍ଲା କୁ ସମଗ୍ର ଭାରତ ବର୍ଷରେ ୧ ନମ୍ବର ଜିଲ୍ଲା ଭାବେ ଗଢିତୋଳିବା କୁ ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ମାନ୍ୟବର ବିଧାୟକ ଖୋରଧା ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଆହ୍ଵାନ ଦେଇଛନ୍ତି ।
ଉକ୍ତ ବୈଠକରେ ମାନ୍ୟବର ବିଧାୟକ, ଜଟଣୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ବଳବନ୍ତରାୟ, ମାନ୍ୟବର ବିଧାୟକ, ଜୟଦେବ, ଶ୍ରୀଯୁକ୍ତ ନବ କିଶୋର ମଲ୍ଲିକ , ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ମାନ୍ୟବର ଆଇନ ମନ୍ତ୍ରୀଙ୍କ ପ୍ରତିନିଧି ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ପରିଷଦ, ସଭାପତି, ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋରଧା ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପ ନିର୍ଦ୍ଦେଶକ, ଯୋଜନା ଓ ପରି ସଂଖ୍ୟାନ ଶଙ୍କର ବେହେରା ପ୍ରମୁଖ ମଞ୍ଚାଷିନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
୧୧ ଜଣ ଜିଲ୍ଲା ପରିଷଦ ଜୋନ ର ସଦସ୍ୟ,ସଦସ୍ୟା ଙ୍କୁ ମେମ୍ବର ଭାବେ ନେଇ ଜିଲ୍ଲା ଯୋଜନା କମିଟି ଆପାତତଃ ୪୧ ଗୋଟି ବିଭାଗର କାର‌୍ୟ୍ୟଧାରା ଉପରେ ତଥା ବିଭିନ୍ନ ପ୍ରକଳ୍ପ କାର‌୍ୟ୍ୟକାରିତାର ଅଗ୍ରଗତି ଉପରେ ପୁଙ୍ଖାନୁପୁଙ୍ଖ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ସମିକ୍ଷା କରିଥିଲେ ।
ଏହି ଅବସରରେ ଅଧ୍ୟକ୍ଷ ସ୍ବଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ପ୍ରକଲ୍ପ ଗୁଡ଼ିକର ମଞ୍ଜୁରୀ ସମ୍ବନ୍ଧରେ ବୈଠକରେ ଆଲୋଚନା କରିଥିଲେ ।
ଗୃହ ଓ ନଗର ଉନ୍ନୟନ, ବନ ବିଭାଗ ର ମା\’ ପାଇଁ ଗଛ ଟିଏ, ଶ୍ରମ ବିଭାଗ, ଅର୍ବାନ କୋ ଅପରେଟିଭ ବ୍ୟାଙ୍କ, ଖାଦ୍ୟ ସୁରକ୍ଷା, ଚାଉଳ ମିଲ ଖୋଲିବା, ସମବାୟ ସମିତି ବଜାର କେନ୍ଦ୍ର ଖୋଲିବା,ସବୁ ପଞ୍ଚାୟତରେ ଗୋ ଶାଳା ଖୋଲିବା,ଜିଲ୍ଲାରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଜୁଳି ଗ୍ରିଡ ସ୍ଥାପନ କରିବା, ମନ୍ଦିର ଆଲୋକି କରଣ,ବିଜୁ ଜ୍ୟୋତି,ବିଜ୍ଞାନ ଓ କାରୀଗରୀ ବିଭାଗ, ଜଳ ସମ୍ପଦ ବିଭାଗ, ଜାତୀୟ ଗ୍ରାମୀଣ କୃଷି ଉନ୍ନୟନ ବ୍ୟାଙ୍କ କାର‌୍ୟ୍ୟଧାରା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା କାର‌୍ୟ୍ୟକ୍ରମ, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ଅନୁ ସୂଚିତ ଜାତି ଓ ଜନଜାତି କାର୍ଯ୍ୟକ୍ରମ, ବିଦ୍ୟାଳୟ ଉନ୍ନତି କରଣ , ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଅଗ୍ରଗତି, ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ସାମାଜିକ ନିରାପତ୍ତା ଓ ଭତ୍ତା ଯୋଜନା, ପୂର୍ତ୍ତ ବିଭାଗ ଅଧିନରେ ଖୋରଧା ରିଂ ରୋଡ୍ କାର୍ଯ୍ୟ, ସମସ୍ତ ଅଙ୍ଗନୱାଡ଼ି କୁ ମଡେଲ ଅଙ୍ଗନୱାଡ଼ି କରିବା କାର୍ଯ୍ୟ ଭଳି ଗୁରୁତ୍ଵ ପୂର୍ଣ୍ଣ ବିଭାଗ କାର୍ଯ୍ୟକ୍ରମ ସ୍ଥିତି ଓ ଅଗ୍ରଗତି ସମ୍ବନ୍ଧରେ ଆଲୋଚନା କରିଥିଲେ ।
ସେହିପରି ମିଶନ ଶକ୍ତି, ପରିବା ମଣ୍ଡି ଖୋଲିବା, ଏକ ଲକ୍ଷ କୋଟି ଟଙ୍କା ଜିଲ୍ଲାରେ ଶିଳ୍ପରେ ବିନିଯୋଗ ହେବା, ଖୋରଧା ତହସିଲ କାର୍ଯ୍ୟାଳୟକୁ ମଡେଲ ତହସିଲ କାର୍ଯ୍ୟାଳୟରେ ପରିଣତ କରିବା ଉପରେ ଅଧ୍ୟକ୍ଷ ସମୀକ୍ଷା କରିଥିଲେ ।
ସର୍ବୋପରି ୧୧ ଗୋଟି ଉପାଦେୟ ବିଷୟ ବସ୍ତୁ ଉପରେ ଅଧ୍ୟକ୍ଷ ଆଲୋଚନା ପୂର୍ବକ ୨୦୨୬-୨୭ ବର୍ଷରେ ସମନ୍ୟୁତ ଜିଲ୍ଲା ବାର୍ଷିକ ଯୋଜନା ରେ ମୋଟ ୪୨୯୩ କୋଟି ୪୬ ଲକ୍ଷ ୭୩ ହଜାର ଟଙ୍କା ବ୍ୟୟ ବରାଦକୁ ମଞ୍ଜୁରୀ କରାଯାଇଥିଲା ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31