Indus Valley Times

ବୌଦ୍ଧରେ “ବେଟି ବଚାଓ ବେଟି ପଢ଼ାଓ” ଯୋଜନାର ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

 Breaking News

ବୌଦ୍ଧରେ “ବେଟି ବଚାଓ ବେଟି ପଢ଼ାଓ” ଯୋଜନାର ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ବୌଦ୍ଧରେ “ବେଟି ବଚାଓ ବେଟି ପଢ଼ାଓ” ଯୋଜନାର ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ
September 05
20:18 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୯ : ବୌଦ୍ଧ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ‘ବେଟି ବଚାଓ ବେଟି ପଢ଼ାଓ’ (BBBP) ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ ଉପସ୍ଥିତ ସମସ୍ତ ଅତିଥି ଓ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କନ୍ୟା ସନ୍ତାନମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ଏହି ପ୍ରୟାସକୁ କିପରି ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରାଯାଇପାରିବ, ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି ସମନ୍ୱୟ ବୈଠକରେ ଜିଲ୍ଲାର ସମସ୍ତ ପ୍ରମୁଖ ବିଭାଗ ଯଥା— ଶିକ୍ଷା, ସ୍ୱାସ୍ଥ୍ୟ , ମଙ୍ଗଳ,ଶ୍ରମ , ପୋଲିସ ପ୍ରଶାସନ, ଶ୍ରମ, ସାମାଜିକ ସୁରକ୍ଷା, ମିଶନ ଶକ୍ତି,ସୂଚନା ଓ ଲୋକ ସମ୍ପର୍କ ଇତ୍ୟାଦି ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ପକ୍ଷରୁ କରାଯାଉଥିବା ଶିଶୁ ତଥା କନ୍ୟା ମଙ୍ଗଳ ଯୋଜନାର ବିବରଣୀ ପ୍ରଦାନ କରିଥିଲେ।
କନ୍ୟା ସନ୍ତାନମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପଲ୍ଲୀସଭା ଗ୍ରାମସଭା ରେ ଏହା ଉପରେ ଆଲୋଚନା କରି ଆମ ଦେଶର ସଫଳ ମହିଳା ମାନଙ୍କ ଜୀବନ କାହାଣୀରେ ବାଳିକା ତଥା କିଶୋରୀ ମାନଙ୍କୁ ଉଦ୍ବୁଦ୍ଧ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ବେଟି ବଚାଓ ବେଟୀ ପଢ଼ାଓ ସଫଳତା ପାଇଁ ସାମୂହିକ ଶପଥ ପାଠ କରାଇଥିଲେ ।
‘ଡିଷ୍ଟ୍ରିକ୍ଟ ହବ୍ ଫର୍ ଏମପାୱାରମେଣ୍ଟ ଅଫ୍ ୱିମେନ୍\ (DHEW) ତରଫରୁ ସୁଜାତା ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ଦ୍ୱାରା କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930