Indus Valley Times

ରେଳ କୁଞ୍ଜ ଅଡିଟୋରିୟମରେ ପ୍ରଣାମ ନୃତ୍ୟାନୁଷ୍ଠାନ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ଭାଇନା ସମ୍ବର୍ଦ୍ଧିତ :ବୌଦ୍ଧର କଳା ଓ ସଂସ୍କୃତି ପାଇଁ ଗୌରବର ମୁହୂର୍ତ୍ତ

 Breaking News

October 10
19:21 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧୦/୧୦ : ଭୁବନେଶ୍ୱରସ୍ଥିତ ରେଳ କୁଞ୍ଜ ଅଡିଟୋରିୟମ ଠାରେ ଆୟୋଜିତ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସମାରୋହରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବୌଦ୍ଧର ପ୍ରଣାମ ନୃତ୍ୟାନୁଷ୍ଠାନ ନୃତ୍ୟଗୁରୁ ପ୍ରଶାନ୍ତ କୁମାର ଭାଇନାଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନସ୍ଥ RRTC-NRCWD ପକ୍ଷରୁ ଏହି ସମାରୋହ ଆୟୋଜିତ ହୋଇଥିଲା।
ଏହି ଅବସରରେ ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଓ ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଏଥିସହିତ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ କୁମାର ପରିଡ଼ା ଏବଂ ପ୍ରତିଷ୍ଠାତା ଶ୍ରୀମତୀ ଲତା ପ୍ରହରାଜ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ନୃତ୍ୟଗୁରୁଙ୍କ ସମେତ ତାଙ୍କ ଦଳର କଳାକାର ଅଭିଷେକ, ରୋଶନ, ଶୁଭମ, ଅମରେଶ ପ୍ୟାସା, ଆଶ୍ଳେଷା, ଓମଶ୍ରୀ, ବୈଷ୍ଣବୀ, ଅନ୍ୱେଷା ଓ ପ୍ରିୟମଙ୍କୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା।
ପ୍ରଶାନ୍ତ କୁମାର ଭାଇନା ଦୀର୍ଘ ବର୍ଷ ଧରି ଲୋକକଳାର ସଂରକ୍ଷଣ, ସଂସ୍କୃତିର ପ୍ରଚାରପ୍ରସାର ଓ ନୂତନ ପିଢ଼ିର କଳାକାରଙ୍କୁ ପ୍ରଶିକ୍ଷଣ ଦେବାରେ ଅବଦାନ ରଖିଆସୁଛନ୍ତି। ଏହି ସମ୍ମାନ ବୌଦ୍ଧ ଜିଲ୍ଲାର କଳା ଓ ସଂସ୍କୃତି ପାଇଁ ଗୌରବର ବିଷୟ ବୋଲି ମତ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031