Indus Valley Times

ଖୋରଧା ଅବକାରୀ ବିଭାଗର ଦୁଇଟି ସ୍ଥାନରେ ଚଢ଼ଉ; ୧୪୦.୫ କେଜି ଗଞ୍ଜେଇ ଜବତ, ୫ ଗିରଫ

 Breaking News

ଖୋରଧା ଅବକାରୀ ବିଭାଗର ଦୁଇଟି ସ୍ଥାନରେ ଚଢ଼ଉ; ୧୪୦.୫ କେଜି ଗଞ୍ଜେଇ ଜବତ, ୫ ଗିରଫ

ଖୋରଧା ଅବକାରୀ ବିଭାଗର ଦୁଇଟି ସ୍ଥାନରେ ଚଢ଼ଉ; ୧୪୦.୫ କେଜି ଗଞ୍ଜେଇ ଜବତ, ୫ ଗିରଫ
November 10
21:54 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୦/୧୧ : ନିଶାଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ଖୋରଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ଉ କରାଯାଇ ମୋଟ ୧୪୦.୫ କେଜି ଗଞ୍ଜେଇ ଜବତ କରାଯିବା ସହ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ପ୍ରଥମ ଘଟଣାରେ ଖୋରଧା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଜିତ କୁମାର ନାଗଙ୍କ ନେତୃତ୍ୱରେ ଏକ ଟିମ ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଫ୍ଲାଏଓଭର ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୦ ମିନିଟରେ ଚଢ଼ଉ କରିଥିଲା।
ଏହି ସମୟରେ ସନ୍ଦେହଜନକ ଭାବେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ୨୦.୫ କେଜି ଗଞ୍ଜେଇ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ବିସିପଡ଼ା ସଦର ଥାନା ଅନ୍ତର୍ଗତ ମଲିକପଡ଼ା ଗ୍ରାମର ଭଗବାନ ବେହେରା (୨୬) ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଚାଲାଣ କରାଯାଉଥିବା ଅବକାରୀ ବିଭାଗ ସୂଚନା ଦେଇଛି।
ସେହିପରି ଦ୍ୱିତୀୟ ଘଟଣାରେ ଖୋରଧା ଜିଲ୍ଲା ମୋବାଇଲ ଅବକାରୀ ୟୁନିଟର ଉପନିରୀକ୍ଷକ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଏକ ଟିମ ମଙ୍ଗଳବାର ସକାଳ ପ୍ରାୟ ୧୦ଟା ୫ ମିନିଟ୍‌ରେ ଜାତୀୟ ରାଜପଥ-୧୬ର ପିତାପଲ୍ଲୀ ଛକ ନିକଟରେ ଏକ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ୧୨୦ କେଜି ଗଞ୍ଜେଇ ଜବତ ହେବା ସହିତ ଓଡି-୦୨-ଡିବି-୫୨୪୩ ନମ୍ବର ବିଶିଷ୍ଟ ବୋଲେରୋ ଏବଂ ୪ଟି ମୋବାଇଲ୍ ଫୋନ ଜବତ କରାଯାଇଥିଲା।
ଏହି ଗାଡ଼ିରେ ଥିବା ୪ ଜଣଙ୍କୁ ଅବକାରୀ ଟିମ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ
ସୁଡୁରକୁମ୍ପା ଗ୍ରାମର ମୁର୍ଗସେନା ବେହେରାଙ୍କ ପୁଅ ତଥା ଗାଡ଼ି ଚାଳକ ଅମୂଲ୍ୟ ବେହେରା (୨୬), ସ୍ୱର୍ଗତ ବାବୁଲା ବେହେରାଙ୍କ ପୁଅ ସତ୍ୟବାନ ବେହେରା (୩୦) ଏବଂ ଦାମୋଦର ମୁଖୀଙ୍କ ପୁଅ ସରୋଜ ମୁଖୀ (୨୫)। ଅନ୍ୟ ଜଣକ ହେଲେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମର ଦିବାଶ ମାଝୀଙ୍କ ପତ୍ନୀ ଶୈନୀ ମାଝୀ (୫୫)। ଜବତ ଗଞ୍ଜେଇ ଫୁଲବାଣୀରୁ ଭଦ୍ରକ ଅଭିମୁଖେ ଚାଲାଣ କରାଯାଉଥିବା ଜଣାପଡ଼ିଛି।
ଜିଲ୍ଲାରେ ନିଶାଦ୍ରବ୍ୟର ବେଆଇନ କାରବାର ଓ ଚୋରା ଚାଲାଣ ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଓ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।
ଜିଲ୍ଲା ମଧ୍ୟଦେଇ ଚୋରା ନିଶାଦ୍ରବ୍ୟ ଚାଲାଣ ଉପରେ ନଜର ରଖିବା ସହ ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30