ବୌଦ୍ଧ ଜିଲ୍ଲା ଓୟୁଜେ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
November 16
20:00
2026
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୬/୧୧ : ବୌଦ୍ଧ ଜିଲ୍ଲା ଓୟୁଜେ ଶାଖା ପକ୍ଷରୁ ଜଗତୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଜାତୀୟ ପ୍ରେସ ଦିବସ ଜିଲ୍ଲା ସଭାପତି କମ୍ଭୁଧର ଖେତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।
ଏଥିରେ ସାଧାରଣ ସମ୍ପାଦକ ନବ କିଶୋର ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନ ରଞ୍ଜନ ନାଏକ, ଉପସଭାପତି ଶେଷଦେବ ଦାସ, ଟ୍ରେଜରର ସୁନୀଲ ଖେତୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନା କରିଥିଲେ ।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ଦ୍ୱାରା ସମାଜକୁ ସଚେତନ କରିବା, ଜନସାଧାରଣଙ୍କ ସ୍ୱରକୁ ଶାସନ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଏବଂ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିବାରୁ ସାମ୍ବାଦିକ ବନ୍ଧୁ ମାନଙ୍କୁ ସ୍ୱାଗତ କରାଯାଇଥିଲା । ଶେଷରେ ଭାଗବତ ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।







