Indus Valley Times

ଶୀତ ଅଧିବେଶନର ପ୍ରଥମ ଦିନରୁ ହଙ୍ଗାମା; କୋଟିଆ ପ୍ରସଙ୍ଗରେ କମ୍ପିଲା ବିଧାନସଭା, ୪ଟା ଯାଏଁ ଗୃହ ମୁଲତବୀ

 Breaking News

ଶୀତ ଅଧିବେଶନର ପ୍ରଥମ ଦିନରୁ ହଙ୍ଗାମା; କୋଟିଆ ପ୍ରସଙ୍ଗରେ କମ୍ପିଲା ବିଧାନସଭା, ୪ଟା ଯାଏଁ ଗୃହ ମୁଲତବୀ

ଶୀତ ଅଧିବେଶନର ପ୍ରଥମ ଦିନରୁ ହଙ୍ଗାମା; କୋଟିଆ ପ୍ରସଙ୍ଗରେ କମ୍ପିଲା ବିଧାନସଭା, ୪ଟା ଯାଏଁ ଗୃହ ମୁଲତବୀ
November 18
12:40 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର,୧୮/୧୧ :
ବୁଧବାର ଆରମ୍ଭ ହୋଇଛି ଶୀତ ଅଧିବେଶନ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି।
ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ।
ଅର୍ଣ୍ଣବଜନିତ ଭୂସ୍ଖଳନରେ ମୃତକଙ୍କ ପରିବାର ପାଇଁ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ।
ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଶୋକବ୍ୟକ୍ତ କରିଥିଲେ।
ଠିକ୍ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପରେ ବିରୋଧୀମାନେ ବନ୍ୟା ମୁକାବିଲାରେ ସରକାର ବିଫଳ ବୋଲି କହି
ଗୃହ ମଧ୍ୟରେ ହୋ-ହଲ୍ଲା କରିଥିଲେ। ଏହା ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ
ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30