Indus Valley Times

ବାତ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି; ଶନିବାର ବନ୍ଦ ରହିବ ବିଧାନସଭା, ସୋମବାର ଯାଏଁ ଗୃହ ମୁଲତବି

 Breaking News

ବାତ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି; ଶନିବାର ବନ୍ଦ ରହିବ ବିଧାନସଭା, ସୋମବାର ଯାଏଁ ଗୃହ ମୁଲତବି

ବାତ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି; ଶନିବାର ବନ୍ଦ ରହିବ ବିଧାନସଭା, ସୋମବାର ଯାଏଁ ଗୃହ ମୁଲତବି
November 20
12:34 2026

ଭୁବନେଶ୍ୱର,୨୦/୧୧: ଆସନ୍ତା ସୋମବାର ଯାଏ ବିଧାନସଭା ମୁଲତବୀ ରହିଛି । ବାତ୍ୟା ଅକ୍ୱାନ ପାଇଁ ଶନିବାର ହେବାକୁ ଥିବା ଗୃହ କାର‌୍ୟ୍ୟକୁ ବାତିଲ କରାଯାଇଛି । ପରଦିନ ରବିବାର ପଡ଼ୁଥିବାରୁ ସିଧାସଳଖ ସୋମବାରଠାରୁ ଗୃହକାର‌୍ୟ୍ୟ ଆରମ୍ଭ ହେବ । ଏ ନେଇ ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି ।
ଉଲ୍ଲେଖ ଯୋଗ୍ୟ, ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି ଆରମ୍ଭ କରିଦେଇଥିଲେ ।
ଗଞ୍ଜାମ ବନ୍ୟା ଓ କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ହଙ୍ଗାମା କରିଥିଲେ । ବାଚସ୍ପତିଙ୍କ ଅନୁରୋଧ ସତ୍ୱେ ବିରୋଧୀ ଶାନ୍ତି ବଜାୟ ନ ରଖିବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30