Indus Valley Times

ତାଳଚେର ବିଧାୟକଙ୍କ ଗାଡି ପୋଡି ପ୍ରସଙ୍ଗରେ:ଏମସିଏଲ ଓ ପୋଲିସର ଭୁମିକା ରହସ୍ୟମୟ- କାଳନ୍ଦି ସାମଲ

 Breaking News

ତାଳଚେର ବିଧାୟକଙ୍କ ଗାଡି ପୋଡି ପ୍ରସଙ୍ଗରେ:ଏମସିଏଲ ଓ ପୋଲିସର ଭୁମିକା ରହସ୍ୟମୟ- କାଳନ୍ଦି ସାମଲ

December 09
11:01 2019

ଭୁବନେଶ୍ୱର,୯ ।୧୨: ତାଳଚେର ବିଧାୟକଙ୍କର ଗାଡି ପୋଡିଯାଇଥିବାର ଖବର ଆସିଛି । ତାଳଚେରର ଭରତପୁର ଅଂଚଳରେ ଯେଉଁ ସ୍ଥାନରେ ଗାଡି ପୋଡିଛି ତାହା ଏମସିଏଲର ଯାଗା । କାହିଁକି ଏମସିଏଲର ଯାଗାରେ ବିଧାୟକ ତାଙ୍କର କ୍ୟାମ୍ପ ଅଫିସ କରିଥିଲେ ଓ ଏମସିଏଲ କିପରି ଏଥିପାଇଁ ଅନୁମତି ଦେଇଥିଲା ତାହା ଏକ ବଡ ପ୍ରଶ୍ନ ।
ଯଦି ଏମସିଏଲର ବିନା ଅନୁମତିରେ ଏହା ହୋଇଥିଲା ତାହେଲେ ଏମସିଏଲ ଏହା ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନଥିଲା ।
ଯେହେତୁ ଏମସିଏଲ ଯାଗାରେ ବିଧାୟକଙ୍କ ଗାଡି ପୋଡିଛି ତେଣୁ ଏମସିଏଲ ଏହି ଘଟଣା ପରେ କଣ ପଦକ୍ଷେପ ନେଇଛି ତାହା ସ୍ପଷ୍ଟ କରୁ ବୋଲି ରବିବାର ଦିନ ପ୍ରଶ୍ନ କରିଛନ୍ତି ବିଜେପିର ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ।
ଶ୍ରୀ ସାମଲ କହିଛନ୍ତି ଯେ ପୁର୍ବରୁ ତାଳଚେର ବିଧାୟକଙ୍କର ଏକ ଗାଡି ଭୁବନେଶ୍ୱରରେ ତାଙ୍କର ସରକାରୀ କ୍ୱାର୍ଟରରେ ପୋଡିଯାଇଥିଲା । ପୋଲିସ ଏହାର ତଦନ୍ତ କରୁଥିଲା । ହେଲେ ଏବେ ଯାଏଁ ସ୍ପଷ୍ଟ ହେଲା ନାହିଁ କିଏ ତାଙ୍କ ଗାଡି ପୋଡିଥିଲେ ।
ରାଜ୍ୟ ପୋଲିସ ଯଦି ଏମଏଲଏ କ୍ୱାର୍ଟରରେ ଜଣେ ବିଧାୟକଙ୍କ ଗାଡି ପୋଡିବାର ତଦନ୍ତ ସାରିପାରୁନାହିଁ ତାହେଲେ ସାଧାରଣ ଲୋକଙ୍କୁ ସୁରକ୍ଷା କେମିତି ଦେଇପାରିବ । ତାଛଡା ଜଣେ ନିର୍ଦ୍ଧିଷ୍ଟ ବିଧାୟକଙ୍କର ଗାଡି ବାରମ୍ବାର ରାତିରେ କାହିଁକି ପୋଡୁଛି ଓ କିଏ ତାକୁ ପୋଡୁଛି ଓ ଏହା ଉପରେ ପୋଲିସର ତଦନ୍ତ କାହିଁକି ଶିଥିଳ ତାହା ଓଡିଶା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।
ବିଧାୟକଙ୍କର ଗାଡି ପୋଡି ଘଟଣାରେ ଏମସିଏଲ ଓ ପୋଲିସର ଭୁମିକା ଅତ୍ୟନ୍ତ ରହସ୍ୟମୟ । ଏହା ଉପରୁ ପରଦା ଉଠିବା ସହିତ ସତ ବାହାରକୁ ଆସିବା ପାଇଁ ଗୁରୁତର ସହିତ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ଶ୍ରୀ ସାମଲ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30