Indus Valley Times

୫”ଟି’ ଓ “ମୋ ସରକାର’ ସଂପର୍କିତ ଦକ୍ଷତା ବିକାଶ କର୍ମଶାଳା, କୃଷି ଓ କୃଷକ ର ଉନ୍ନତି ପାଇଁ ୨୦ଟି ଟାର୍ଗେଟ୍

 Breaking News

୫”ଟି’ ଓ “ମୋ ସରକାର’ ସଂପର୍କିତ ଦକ୍ଷତା ବିକାଶ କର୍ମଶାଳା, କୃଷି ଓ କୃଷକ ର ଉନ୍ନତି ପାଇଁ ୨୦ଟି ଟାର୍ଗେଟ୍

December 20
09:54 2019

ଭୁବନେଶ୍ୱର, ୨୦ ।୧୨: ୫ଟି କାର୍ଯ୍ୟକାରୀ ହେବା ପରେ ଆୟୋଜିତ ମୋ ସରକାର କର୍ମଶାଳାରେ ଯୋଗ ଦେଇନଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଗୁରୁବାର ଦିନ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ କୃଷି ଓ କୃଷକ ର ଉନ୍ନତି ପାଇଁ ୨୦ଟି ଟାର୍ଗେଟ୍ କରାଯାଇଛି । ଜାନୁଆରୀ ୧ ତାରିଖ ସୁଦ୍ଧା ମୋବାଇଲ୍ ଆପ୍ ମାଧ୍ୟମରେ କୃଷି ବିଭାଗର ସମସ୍ତ ଯୋଜନା ସ୍ଥାନିତ କରାଯିବ । ୫ ବର୍ଷରେ ୭୮ ହଜାର ଚାଷୀଙ୍କର ଆୟ ଦ୍ୱିଗୁଣିତ କରାଯିବ । ଏପ୍ରିଲ ୨୦୨୦ ସୁଦ୍ଧା ଚାଷୀଙ୍କ ତାଲିକା ପ୍ରସ୍ତୁତି ଶେଷ ହେବ ବୋଲି ସେ କହିଛନ୍ତି ।
ଗୁରୁବାର ରେଲ୍ ଅଡିଟୋରିୟମ୍ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଏହା ଅଧୀନରେ ଥିବା ସମସ୍ତ ନିର୍ଦ୍ଦେଶାଳୟ ଏବଂ ନିଗମଗୁଡ଼ିକର ଅଧିକାରୀ ଓ କର୍ମ•ରୀମାନଙ୍କର ୫\”ଟି\’ ଓ \”ମୋ ସରକାର\’ ସଂପର୍କିତ ଦକ୍ଷତା ବିକାଶ କର୍ମଶାଳାକୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ୫\”ଟି\’କୁ ସର୍ବାନ୍ତକରଣରେ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ପାଇଁ ଏକ ବିଶ୍ୱସ୍ତ ଓ ଉତରଦାୟୀ \”ମୋ ସରକାର\’ ସୃଷ୍ଟି କରିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଲକ୍ଷ୍ୟ । କୃଷକଙ୍କ ବିକାଶରେ ରାଜ୍ୟର ଅର୍ଥନୀତି ଓ ସାମାଜିକ ବିକାଶ ଜଡ଼ିତ ।
•ଷୀମାନଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ ସଚେତନ କରି ସେମାନଙ୍କୁ ନୂତନ ଜ୍ଞାନକୌଶଳ ବ୍ୟବହାର ସଂପର୍କରେ ଉତ୍ସାହିତ କରିବାକୁ ପଡ଼ିବ । ରାଜ୍ୟ ସରକାର •ଷୀମାନଙ୍କୁ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ଅନେକଗୁଡିଏ ପଦକ୍ଷେପ ନେଇଥିବାବେଳେ ସେଗୁଡ଼ିକର ସଫଳ ରୂପାୟନ ନିମନ୍ତେ ୫ \”ଟି\’କୁ କଡ଼ାକଡ଼ି ପାଳନ କରାଯାଇଛି ।
ବିଗତ ଦୁଇଦଶନ୍ଧି ମଧ୍ୟରେ ରାଜ୍ୟ ବନ୍ୟା, ବାତ୍ୟା, ମରୁଡ଼ି, ରୋଗପୋକ ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଏବଂ କୃଷକମାନଙ୍କ କଠିନ ପରିଶ୍ରମ ଫଳରେ ରାଜ୍ୟ କୃଷି ଉତ୍ପାଦନ କ୍ଷେତ୍ରରେ ଉକ୍ରର୍ଷ ହାସଲ କରିବା ସହିତ •ଉଳ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ହୋଇପାରିଛି ।
ତେବେ •ଷ କାର୍ଯ୍ୟରେ ବିବିଧତା ଆଣି ଡାଲି, ତୈଳବୀଜ ଓ ଅର୍ଥକାରୀ ଫସଲର ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ । ପରିବର୍ତିତ ଜଳବାୟୁକୁ ଦୃଷ୍ଟିରେ ରଖି •ଷକାର୍ଯ୍ୟ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲେ । ନୂଆ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ସହିତ କୃଷି ଅଭିବୃଦ୍ଧି ଏବଂ କୃଷକଙ୍କ ଆୟକୁ ନିଶ୍ଚିତ କରାଇବା ପାଇଁ କୃଷିନୀତି \”ସମୃଦ୍ଧି\’ ୨୦୨୦ରୁ ଲାଗୁ କରାଯିବ ।
ଏଥି ସହିତ \”ମୋ ସରକାର\’ ପ୍ରବର୍ତନ ଫଳରେ ବିଭାଗର କର୍ମ•ରୀମାନଙ୍କର ବୃତିଗତ ଦକ୍ଷତା ବୃଦ୍ଧି ସହିତ କାର୍ଯ୍ୟଶୈଳିରେ ପାରଦର୍ଶିତା ଆସିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।
କର୍ମଶାଳାରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ନୂତନ କୃଷିନୀତିରେ ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା, ସଂରକ୍ଷଣ ସହ ତାହାକୁ ମୂଲ୍ୟଯୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ବିଭାଗ ତରଫରୁ ପ୍ରଣୟନ କରାଯାଉଥିବା ଯୋଜନାଗୁଡ଼ିକ କିପରି •ଷୀମାନଙ୍କ ନିକଟରେ ପହଂଚିପାରିବ ସେ ଦିଗରେ ଅଧିକାରୀ ଓ କର୍ମ•ରୀମାନେ ତତ୍ପର ହେବା ପାଇଁ କହିଥିଲେ ।
କର୍ମଶାଳା ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର କର୍ମଶାଳାର ଆଭିମୁଖ୍ୟ ତଥା ୫\”ଟି\’ ଓ \”ମୋ ସରକାର\’ ସଂପର୍କରେ ଆଲୋକପାତ କରିଥିବାବେଳେ ଉଦ୍ୟାନକୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।
ଏହି ଅବସରରେ ଶ୍ରୀ ଶ୍ରୀ ୟୁନିଭରସିଟିର ସଭାପତି ରଞ୍ଜିତା କୁଲକର୍ଣ୍ଣି କର୍ମସଂସ୍କୃତିର ଉନ୍ନତି ନିମନ୍ତେ କର୍ମ•ରୀମାନଙ୍କୁ ଉତ୍ପ୍ରେରିତ ହେବାକୁ ନିଜ ବକ୍ତବ୍ୟରେ କହିଥିଲେ । ଶେଷରେ ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ କୃଷି ବିଭାଗର ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର, ଓଡ଼ିଶା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଶ୍ରୀ ଈଶ୍ୱର ପାଣିଗ୍ରାହୀ, ଆପିକଲ୍ର ଅଧ୍ୟକ୍ଷ ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର ଏବଂ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସଙ୍କ ସମେତ କୃଷି, ଉଦ୍ୟାନକୃଷି, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶାଳୟ ତଥା ବିଭିନ୍ନ ନିଗମର ଭୁବନେଶ୍ୱରସ୍ଥିତ ସମସ୍ତ ଅଧିକାରୀ ଓ କର୍ମ•ରୀ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930