ରାଜ୍ୟ କ୍ୟାବିନେଟ୍ ବୈଠକ ଆରମ୍ଭ, ୧୨ଟି ପ୍ରସ୍ତାଵକୁ କ୍ୟାବିନେଟ ଅନୁମୋଦନ ମିଳିବାର ସମ୍ଭାବନା
![ରାଜ୍ୟ କ୍ୟାବିନେଟ୍ ବୈଠକ ଆରମ୍ଭ, ୧୨ଟି ପ୍ରସ୍ତାଵକୁ କ୍ୟାବିନେଟ ଅନୁମୋଦନ ମିଳିବାର ସମ୍ଭାବନା](http://indusvalleytimes.com/news/wp-content/uploads/2019/11/assembly-680x365_c.jpg)
December 28
18:55
2020
ଭୁବନେଶ୍ବର,୨୮/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ସୋମବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ୧୨ ଟି ପ୍ରସ୍ତାଵକୁ କ୍ୟାବିନେଟ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ସାଧାରଣ ପ୍ରଶାସନ, ପୂର୍ତ୍ତ ,କୃଷି,ସ୍କୁଲ ଓ ଗଣଶିକ୍ଷା ବିଭାଗ ଭଳି ବିଭାଗର ପ୍ରସ୍ତାବ । ତୃତୀୟ ଥର ପାଇଁ ରାଜ୍ୟ କୃଷି ଓ ପ୍ରାଣୀଧନ ବିପଣନ ଅଧ୍ୟାଦେଶକୁ କ୍ୟାବିନେଟ ମଞ୍ଜୁରୀ ମିଳିପାରେ । ଏହା ସହ ଓଏଏସ କ୍ୟାଡର ପୁନର୍ଗଠନ ଓ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଏହି ବୈଠକକୁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ଶେଷ କ୍ୟାବିନେଟ ବୈଠକ ବୋଲି କୁହାଯାଉଛି ।