Indus Valley Times

ଚଳିତ ବର୍ଷ ପରୀକ୍ଷା ନିର୍ଦ୍ଦେଶାବଳୀ ,ନୂତନ ଆଡମିଶନ ଓ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ : ୟୁଜିସି

 Breaking News

ଚଳିତ ବର୍ଷ ପରୀକ୍ଷା ନିର୍ଦ୍ଦେଶାବଳୀ ,ନୂତନ ଆଡମିଶନ ଓ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ : ୟୁଜିସି

ଚଳିତ ବର୍ଷ ପରୀକ୍ଷା ନିର୍ଦ୍ଦେଶାବଳୀ ,ନୂତନ ଆଡମିଶନ ଓ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ : ୟୁଜିସି
July 17
11:21 2021

ନୁଆଦିଲ୍ଲୀ, ୧୭/୭ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି), ଚଳିତ ବର୍ଷ ଏବଂ ନୂତନ ଆଡମିଶନ ପାଇଁ ପରୀକ୍ଷା ନିର୍ଦ୍ଦେଶାବଳୀ ଏବଂ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଅଗଷ୍ଟ ୩୧, ୨୦୨୧ ସୁଦ୍ଧା ବିଶ୍ୱବିଦ୍ୟାଳୟଗୁଡ଼ିକ ଅନ୍ତିମ ବର୍ଷ ବା ସେମିଷ୍ଟାର ପରୀକ୍ଷା ସମାପ୍ତ କରିବାକୁ କୁହାଯାଇଛି । ସେହିପରି ବିଶ୍ୱବିଦ୍ୟାଳୟ ଆଡମିଶନ ୨୦୨୧ ପାଇଁ, ୟୁଜିସ କହିଛି ଯେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ସିବିଏସଇ,ଆଇସିଏସଇ ଏବଂ ଅନ୍ୟାନ୍ୟ ରାଜ୍ୟ ଗୁଡିକର ଦ୍ୱାଦଶ ପରିକ୍ଷା ଫଳ ପ୍ରକାଶନ ପରେ ଆରମ୍ଭ ହେବ ।
ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧, ୨୦୨୧ ରୁ ନୂତନ ଏକାଡେମିକ୍ ଅଧିବେଶନ ଆରମ୍ଭ ହେବ ବୋଲି ନିର୍ଦେଶ ରହିଛି ।ଜୁଲାଇ ୧୬, ୨୦୨୧ ରେ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଆୟୋଗ ସୂଚାଇ ଦେଇଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ୩୧, ୨୦୨୧ ସୁଦ୍ଧା ସମସ୍ତ ରାଜ୍ୟ ବୋର୍ଡର ଫଳାଫଳ ତଥା ସିବିଏସ୍ଇ ଏବଂ ଆଇସିଏସ୍ଇ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।ଏହା ପରେ କିମ୍ବା ଅଗଷ୍ଟ ୧,୨୦୨୧ ରୁ ଆଡମିଶନ ପ୍ରକ୍ରୀୟା ଆରମ୍ଭ ହେବ ।
ଏହ ସହିତ ବିଜ୍ଞପ୍ତିରେ କୁହାଯାଇଛି ଯେ ସେପ୍ଟେମ୍ବର ୩୦, ୨୦୨୧ ସୁଦ୍ଧା ଆଡମିଶନ ପ୍ରକ୍ରିୟା ଶେଷ କରିବାକୁ ଏବଂ ଅକ୍ଟୋବର ୧, ୨୦୨୧ ରୁ ନୂତନ ବର୍ଷର ପାଠପଢା ଆରମ୍ଭ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲିଥିବା ସିଟ୍ ପୂରଣ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୩୧। ଶିକ୍ଷାବର୍ଷ କ୍ୟାଲେଣ୍ଡର ବ୍ୟତୀତ, ୟୁଜିସି ଏହା ମଧ୍ୟ କହିଛି ଯେ ମହାମାରୀକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟଗୁଡ଼ିକ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଆଡମିଶନ ପ୍ରତ୍ୟାହାର ପାଇଁ କୌଣଷି ବାତିଲ ଶୁଳ୍କ ଆଦାୟ କରିବେ ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031