ନୟାଗଡ଼ ଜିଲ୍ଲାପାଳ ଦୃଷ୍ଟି ଦେବେ କି ?
![ନୟାଗଡ଼ ଜିଲ୍ଲାପାଳ ଦୃଷ୍ଟି ଦେବେ କି ?](http://indusvalleytimes.com/news/wp-content/uploads/2021/09/km-ab-680x365_c.jpg)
କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୬/୯ : କେହି ବାସହୀନ ରହିବେ ନାହିଁ । ବେଟି ବଞ୍ଚାଅ ବେଟି ପଢାଅ ସରକାର ଙ୍କ ନାରାବାଜି କେବଳ ସରକାରଙ୍କ ଫାଇଲ୍ ଭିତରେ ସୀମିତ। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନଥିଲେ ପିଲା କଣ ପାଠ ପଢ଼ିବ।
ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ସଦର ବ୍ଲକ ଠାରୁ ପାଞ୍ଚ କିଲୋମିଟର ଦୂର କାଳିକା ପ୍ରସାଦ ପଞ୍ଚାୟତ ସିପାହୀ ଅସୁରୀଢିପା ଗ୍ରାମ ରେ।
ସରକାରଙ୍କ ଯୋଜନା ଏହି ପରିବାର ପାଇଁ ସାତ ସପନ। ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୈାଡି ଦୈାଡି ଘରଟିଏ ପାଇପାରୁ ନାହାନ୍ତି ଅସୁରୀଢିପା ଗ୍ରାମ ର ହରି ମହାପାତ୍ର। ଘରେ ନାହିଁ ଚାଳ ନାହିଁ କାନ୍ଥ। ବର୍ଷା ରେ ଘରେ ପାଣି ପଶିଯିବାରୁ କାଦୁଅ ଭିତରେ ରହୁଛନ୍ତି ପରିବାର।
ପ୍ରଶାସନ କେବଳ ଜରି ପାଲଟିଏ ଦେଇ ଚୁପ୍। ହରି ମହାପାତ୍ରଙ୍କ ସ୍ବପ୍ନ ପିଲାଙ୍କୁ ପାଠ ପଢାଇ ବଡ ମଣିଷ କରିବ। ଝିଅ ସୁଚିତ୍ରା ୮୧ ପ୍ରତିଶତ ମାର୍କ ରଖି କଲେଜ ଟପ୍ପର କିନ୍ତୁ ଅର୍ଥାଭାବ ଲାଗି ନା ପିଲାକୁ ପାଠ ପଢାଇ ପାରୁଛନ୍ତି ନା ଘର ଖଣ୍ଡିଏ କରିପାରୁଛନ୍ତି।
ଅଯୋଗ୍ୟ ହିତାଧୀକାରୀ ମାନେ ଦୁଇ ଦୁଇଟି ଆବାସ ଯୋଜନା ହାତେଇ ପାରୁଥିବା ବେଳେ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ଟିଏ ପାଇବାରୁ ବଞ୍ଚିତ ହେଉଛି। ଯୋଜନା ପ୍ରକୃତରେ କାହାପାଇଁ ?