କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ କ୍ରୀଡ଼ା ସଂଗଠକ ଭାବେ ବିଶିଷ୍ଟ କ୍ରୀଡ଼ାବିତ ତଥା ସମାଜସେବୀ ପୁରସ୍କୃତ
![କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ କ୍ରୀଡ଼ା ସଂଗଠକ ଭାବେ ବିଶିଷ୍ଟ କ୍ରୀଡ଼ାବିତ ତଥା ସମାଜସେବୀ ପୁରସ୍କୃତ](http://indusvalleytimes.com/news/wp-content/uploads/2022/02/play--680x365_c.jpg)
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୮/୨: କ୍ରୀଡ଼ା କ୍ଷେତ୍ରରେ ସମଗ୍ର ଜିଲାରେ ସୁନାମ ଆଣିବା ଓ ନୂତନ ଖେଳାଳି ସୃଷ୍ଟି କରିବା ରେ କ୍ରୀଡ଼ାବିତ ତଥା ସମାଜସେବୀ ମହମଦ ଜ଼ିଆ ଉଦ୍ଦିନ ଙ୍କୁ ଶ୍ରେଷ୍ଠ କ୍ରୀଡ଼ା ସଂଗଠକ ଭାବେଭୁବେନଶ୍ୱର ସିଟି କ୍ଲବ ପକ୍ଷରୁ ପୁରସ୍କୃତ କରାଯାଇଛି କ୍ଷ କନ୍ଧମାଳ ଜିଲା ର ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍, ଏବଂ ସିଟି କ୍ଲବ, ଭୂବନେଶ୍ୱରର ର ମିଳିତ ଉଦ୍ୟମରେ ସୟଦ୍ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ୫ମ ନରେନ୍ଦ୍ର ମେମୋରିଆଲ ଆନ୍ତଃଜିଲ୍ଲା ପୁରୁଷ ଏବଂ ମହିଳା ଫୁଟବଲ ଟେନିସ୍ ପ୍ରତିଯୋଗିତା ୨୬ ଏବଂ ୨୭ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ।
ଉକ୍ତ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ସମାଜ ସେବୀ ତଥା ପୂର୍ବତନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହକି ଏବଂ ଓଡ଼ିଶା ସ୍କୂଲ , ୟୁନିୟନର ଓଡ଼ିଶା ଖେଳାଳୀ,ତଥା କନ୍ଧମାଳ ଜିଲ୍ଲା ରେ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ କ୍ରୀଡା ଜଗତ ରେ ଏକ ସ୍ୱାଭିମାନୀ କ୍ରୀଡାବିତ୍ ସୃଷ୍ଟି କରିବା ଏବଂ ଜିଲ୍ଲା ରେ କ୍ରୀଡା ର ବାତାବରଣ ସୃଷ୍ଟି କରିବା ର ଲକ୍ଷ୍ୟ ରଖି ” ଭିଜନ କନ୍ଧମାଳ ୨୦୩୬ : ସ୍ପୋଟି ୟୁଥ୍ – ସ୍ପୋଟି କମ୍ୟ୍ୟୁନିଟି : ସ୍ପୋଟି ନେଶନ୍” ଭଳି ଏକ ରୁପରେଖ ପ୍ରସ୍ତୁତ କରି ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍ ଏକାଡେମୀ ୨୦୦୫ ରେ ସ୍ଥାପନା କରି ଦକ୍ଷ ପ୍ରଶିକ୍ଷକ ଓ ପ୍ରଶିକ୍ଷକିକା ମାନଙ୍କୁ ନିଯୁକ୍ତି ଦେଇ କୋମଳମତି ବାଳକ ବାଳିକା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ସେମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଭାଗନେବା ର ସୁଯୋଗ ପ୍ରଦାନ କରି ଚୟନର୍କତ୍ତା ମାନଙ୍କ ଦୃଷ୍ଟି ଆକର୍ଷଣ କରାଇ କ୍ରୀଡା ମାନଚିତ୍ର ରେ ନିଜର ଏକ ସ୍ୱତନ୍ତ୍ର ପେଷାଦାର କ୍ରୀଡାବିତ୍ ର ପରିଚୟ ସୃଷ୍ଟି କରିବା ।
ଅଧିକରୁ ଅଧିକ ଅପହଞ୍ଚ ଇଲାକା ର ତୃଣମୂଳ ସ୍ତରରେ ଥିବା ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ ପାଇଁ ପଞ୍ଚାୟତ ସ୍ତରରେ ଆନ୍ତର୍ଜାତିକ ସୁନାମ ଧନ୍ୟ କ୍ରୀଡାବିତ୍ ମାନଙ୍କ ନାମରେ ସ୍ପୋର୍ଟସ ସ୍କୁଲ ମାନ ସ୍ଥାପନା କରି ସେମାନଙ୍କ ର ହାତପାନ୍ତାରେ ସୁଯୋଗ ଦେବାର ଏକ ଅଭିନବ କାର୍ଯ୍ୟକ୍ରମ ର ପ୍ରଚେଷ୍ଟକ୍ଷ ଏବଂ ଜିଲ୍ଲା ରେ ରଗବୀ, ଫୁଟବଲ, କବାଡି, ସାଇକେଲିଗଂ, ଏଥଲେଟିକ, ଫୁଟଭଳି , ଫୁଟବଲ ଟେନିସ୍ ,ଭଲିବଲ ଖେଳ ଗୁଡ଼ିକୁ ପ୍ରୋତ୍ସାହନ କିମ୍ବା କୈାଣସି ସରକାରୀ ସାହାଯ୍ୟ ସହଯୋଗ ନ ଥିବା ଯୋଗୁଁ ନିଜସ୍ବ ପ୍ରୟାସରେ ଜାରି ରହିଛି କ୍ଷ
ଏଥିପାଇଁ କୈାଣସି ସରକାରୀ କିମ୍ବା ବେସରକାରୀ କିମ୍ବା ଜିଲ୍ଲା ପ୍ରଶାସନ ର ସହଯୋଗ ବର୍ତ୍ତମାନ ସୁଦ୍ଧା ସହାୟତା ମିଳିନଥିଲେ ବି ସେ ନିରବିଛିନ୍ନ ଭାବେ କାର୍ୟ୍ୟ କରି ଆସୁଛନ୍ତି କ୍ଷ