Indus Valley Times

କେନ୍ଦ୍ରାପଡା ରାଜନଗର ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

 Breaking News

କେନ୍ଦ୍ରାପଡା ରାଜନଗର ନାବାଳିକା ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଲେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ, ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

March 03
19:30 2022

କେନ୍ଦ୍ରାପଡା,୩/୩: ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍ ଓ ଜରିମାନା। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଗୁରୁବାର କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଏହି ରାୟ ଦେଇଛନ୍ତି।
୨୦୧୮ ମସିହା ଜାନୁଆରୀ ୬ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ରାଜନଗର ଥାନା ଅଞ୍ଚଳର ଜଣେ ନାବାଳିକା ପୋଖରୀ କୂଳରୁ ଲୁଗା ତୋଳି ଘରକୁ ଫେରିଲେ। ଠିକ୍ ସେହି ସମୟରେ ନବୀନ ସେଠୀ ତା’ ମୁହଁକୁ ବନ୍ଦ କରି ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।ଏନେଇ ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏପରିକି ଅଭିଯୁକ୍ତ ନବୀନ ସେଠୀକୁ ଗିରଫ କରିଥିଲା।
କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋସ୍କୋ କୋର୍ଟରେ ଗୁରୁବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ସମସ୍ତ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ମାନ୍ୟବର ପୋସ୍କୋ କୋର୍ଟର ବିଚାରପତି, ଅଭିଯୁକ୍ତ ନବୀନକୁ ୩୭୬(୩) ଓ ୪ ପୋସ୍କୋ ଆକ୍ଟରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30