Indus Valley Times

ମାନସିକ ରୋଗୀଙ୍କୁ ଅକଥନୀୟ ନିର୍ଯ୍ୟାତନା, ସରକାରୀ ମେଡିକାଲରେ ଚାଲିଛି ଝଡାଫୁଙ୍କା

 Breaking News

ମାନସିକ ରୋଗୀଙ୍କୁ ଅକଥନୀୟ ନିର୍ଯ୍ୟାତନା, ସରକାରୀ ମେଡିକାଲରେ ଚାଲିଛି ଝଡାଫୁଙ୍କା

September 28
15:52 2022

ଅନୁଗୋଳ,୨୮/୯: ଚାଲିଛି ଝଡାଫୁଙ୍କା। ଝୁଣା ସାଙ୍ଗକୁ ପଢ଼ା ଚାଲିଛି ମନ୍ତ୍ର। ରୋଗୀଙ୍କୁ ସୁସ୍ଥ କରିବା ଲାଗି ପଢ଼ା ଚାଲିଛି ବାଇବେଲ୍, ସେ ପୁଣି ହସ୍ପିଟାଲ ଭିତରେ। ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ହାତ ଗୋଡ ବାନ୍ଧି ଝଡାଫୁଙ୍କା କରୁଛନ୍ତି ମହିଳା। ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ।
ଜଣେ ରୋଗୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ। ହେଲେ ଡାକ୍ତରଙ୍କ ଚିକିତ୍ସା କରିବା ବଦଳରେ ତାଙ୍କୁ ଝଡ଼ାଫୁଙ୍କା କରିଥିଲେ ଜଣେ ବୟସ୍କ ମହିଳା। ଉପରେ ଗୀତା ଲେଖାଥିବା ବେଳେ ଭିତରେ ବାଇବେଲ ଥିବା ବହି ଧରି ବ୍ୟକ୍ତିଙ୍କ ମୁଣ୍ଡରେ ହାତ ବୁଲାଇ ଆଣି ମନ୍ତ୍ର ପଢ଼ିଥିଲେ ଜଣେ ମହିଳା।
ରୋଗୀ ଜଣକ ବିରୋଧ କରିଥିଲେ ବି କେହି ଏହାକୁ ଶୁଣି ନଥିଲେ। ଯେତେ ଛାଡ଼ିବାକୁ କହିଲେ ବି କିଛି ଲୋକ ତାଙ୍କୁ ଜାବୁଡ଼ି ଧରିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ରୋଗୀ ନେଇ ଯାଇଥିବା ଜଣେ ସମାଜସେବୀ ଏହି ଘଟଣାକୁ ବିରୋଧ କରିଥିଲେ। ପରେ ଏ ଘଟଣା ମେଡିକାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିବା ପରେ ଏହାକୁ ବାରଣ କରାଯାଇଥିଲା।
ଡାକ୍ତରୀ ବିଜ୍ଞାନ ଏତେ ଉନ୍ନତ ହେବା ପରେ ବି ଲୋକେ ଆଜି ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରିନାହାନ୍ତି। ସରକାରୀ ଡାକ୍ତରଖାନାରେ ଏଭଳି ଘଟଣା କିପରି ହେଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031