କୁମାର ପୂର୍ଣ୍ଣିମାରେ ଅଘଟଣ : ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ, ୨ ମୃତ ଓ ୧୩ ଜଣ ଆହତ
![କୁମାର ପୂର୍ଣ୍ଣିମାରେ ଅଘଟଣ : ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ, ୨ ମୃତ ଓ ୧୩ ଜଣ ଆହତ](http://indusvalleytimes.com/news/wp-content/uploads/2022/10/lightning-680x365_c.jpg)
October 09
19:41
2022
ରାଉରକେଲା, ୯/୧୦: କୁମାର ପୂର୍ଣ୍ଣିମାରେ ଅଘଟଣ । ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଫୁଟବଲ ଖେଳୁଥିବା ସମୟରେ ବଜ୍ରପାତ ହୋଇଥିଲା । ହାତିବାରି ଥାନା କନ୍ଦରକେଲା ବନେଇ ଲତା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି ।
ଆହତଙ୍କୁ ହାତିବାରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛି ଆହତ ଗୁରୁତର ଥିବାରୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ଦୁଇଜଣ, ମାଇକେଲ ସୁରିନ (୧୫) ଓ ଅଜୟ ଲାଖୁଆ (୨୪) ବଜ୍ରାଘାତ ହେବା ପରେ ସ୍ଥାନୀୟ ଲୋକେ ଦେଶୀ ଚିକିତ୍ସା କରିବାକୁ ଯାଇ ସମସ୍ତ ଆହତଙ୍କୁ ଗୋବର ଗଦାରେ ରଖାଯାଇଥିଲା ।
ହାତିବାରି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ୧୫ ଜଣ ଆହତଙ୍କୁ ତୁରନ୍ତ ହାତିବାରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।