Indus Valley Times

କାଲିଠାରୁ ଗୋଟିଏ ଦିନ ବନ୍ଦ ରହିବ ଆଠଗଡ଼ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ

 Breaking News

କାଲିଠାରୁ ଗୋଟିଏ ଦିନ ବନ୍ଦ ରହିବ ଆଠଗଡ଼ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ

କାଲିଠାରୁ ଗୋଟିଏ ଦିନ ବନ୍ଦ ରହିବ ଆଠଗଡ଼ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ
October 31
18:34 2022

କଟକ,୩୧/୧୦: ଗୁଜରାଟ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ । ଧବଳେଶ୍ୱର ଝୁଲା ପୋଲକୁ ନେଇ ଘାରିଛି ଚିନ୍ତା। ଆଜି ଧବଳେଶ୍ୱର ଝୁଲା ପୋଲରେ ଯାତାୟତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ ଅଧାରୁ ଅଧିକ ଖସାଇ ଦିଆଯାଇଥିବା ବେଳେ ଆସନ୍ତାକାଲି ବନ୍ଦ ରହିବ ଝୁଲା ପୋଲ । ଆସନ୍ତାକାଲି ପୋଲର ନିରାପତ୍ତା ଯାଞ୍ଚ କରିବ ଟେକନିକାଲ ଟିମ୍। ଆବଶ୍ୟକ ପଡ଼ିଲେ ସୁରକ୍ଷା ପାଇଁ ଝୁଲା ପୋଲକୁ ସମ୍ପୂର୍ଣ୍ଣ ଭାବେ ବି ବନ୍ଦ କରାଯାଇପାରେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି। ଯାତ୍ରୀଙ୍କ ସୁରକ୍ଷା ପ୍ରଥମେ, ପରେ ଦର୍ଶନ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଛଟ ପୂଜା ଅବସରରେ ଗତକାଲି ଗୁଜରାଟ ମୋର୍ବିର ମାଚ୍ଛୁ ନଦୀରେ ପୁରୁଣା ଝୁଲା ପୋଲ ଭୁଶୁଡ଼ି ପ୍ରାୟ ୧୪୦ରୁ ଊର୍ଦ୍ଧ୍ୱ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଧବଳେଶ୍ୱର ଝୁଲା ପୋଲରେ କୌଣସି ଅଘଟଣ ଆଶଙ୍କାରେ ଗତକାଲିଠୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ତଦାରଖ କାମ ।
ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲର ଷ୍ଟେ-ରୋପ୍କୁ ଧରି ରଖିଥିବା ୧୨ଟି ପିଲର ଅବସ୍ଥା ସଙ୍କଟାପନ୍ନ ରହିଛି। ଅର୍ଥାତ ଝୁଲା ପୋଲ ଯାହା ଭରସାରେ ଝୁଲି କରି ରୁହେ, ତାହା ଏବେ ବିପଦସଙ୍କୁଳ ହୋଇ ପଡ଼ିଛି। କୋଲକତାରୁ ବୈଷୟିକ ଟିମ୍ ଅଣାଯାଇ ପୋଲର ଯାଞ୍ଚ କରାଯିବା ପରେ ଏହା ଦୁର୍ବଳ ଥିବା ଜଣାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି।
ଧବଳେଶ୍ୱର ଝୁଲାପୋଲ ସ୍ଥିତି ଯାଞ୍ଚ ପାଇଁ ବିଶେଷଜ୍ଞ ଟିମ୍ ପହଞ୍ଚିଥିବା ଜଣାଯାଇଛି । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ଆରମ୍ଭ କରିଛି । ଝୁଲାପୋଲ କେତେ ସୁରକ୍ଷିତ ରହିଛି ଜାଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ପୂର୍ବରୁ ପଞ୍ଚକ ସମୟରେ ଧବଳେଶ୍ୱର ପୀଠରେ ଦୈନିକ ପ୍ରାୟ ୭୦ ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଏକାଥରରେ ପୋଲରେ ୬ଶହରୁ ୭ଶହ ଯାଉଥିଲେ। ଆଜି ଏହାକୁ ହ୍ରାସ କରାଯାଇ ୨ଶହରେ ସୀମିତ ରଖାଯାଇଥିଲା।
ଏଥିସହ ପୋଲ ଦୁର୍ବଳ ଥିବାରୁ କେବଳ ବଡ଼ଓଷା ବ୍ରତଧାରୀ ଦର୍ଶନ ପାଇଁ ଆସିବାକୁ ନିବେଦନ କରାଯାଇଛି। ଅନ୍ୟମାନେ ଘରେ ରହି ବାବାଙ୍କ ଆରଧାନା କରିବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରହିବେ ବୋଲି କୁହାଯାଇଛି।
ସେପଟେ ପୋଲ ଦୁର୍ବଳ ଥିବାରୁ କେବଳ ବଡ଼ଓଷା ବ୍ରତଧାରୀ ମାନେ ଦର୍ଶନ ପାଇଁ ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ଏବେ ଅସ୍ଥାୟୀ ଭାବେ ଡଙ୍ଗାର ବ୍ୟବସ୍ଥା କରାଯାଇଥିବା ବେଳେ, ୩ ମାସ ମଧ୍ୟରେ ସ୍ଥାୟୀ ବ୍ରିଜ କାମ ସରିଲେ ଯାତାୟତ ସମସ୍ୟା ଦୂର ହେବ ବୋଲି କୁହାଯାଇଛି।
ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି, ଆସନ୍ତା କାଲି ଝୁଲା ପୋଲ ଉପରେ ଯାତାୟତ ବନ୍ଦ ରହିବ । ଟେକନିକାଲ ଟିମ୍ ଆସି ଯାଞ୍ଚ କରିବା ପରେ ନିଷ୍ପତ୍ତି ନିଆଯିବ ।
ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି, କାଲି ବିଶେଷଜ୍ଞ ଦଳ ଯାଞ୍ଚ କରିବା ପରେ ୬ଶହ କ୍ଷମତାକୁ ୨ଶହକୁ କମାଇବାକୁ ବିଜ୍ଞପ୍ତି ଜାରି କରାଯାଇଛି। ଏହାକୁ ନେଇ କେହି ଭୟଭୀତ ହେବା ଉଛିତ ନୁହେଁ। ହେଲେ ଭକ୍ତ ସଂଖ୍ୟା ଏକ ତୃତୀୟାଂଶକୁ କମିଯିବା ଆବଶ୍ୟକ । ଯେଉଁମାନେ ବଡ଼ଓଷା କରିଛନ୍ତି, ସେମାନେ ଆସନ୍ତୁ, ଯେଉଁମାନେ ପରେ ଆସିଲେ ଚଳିବ ସେମାନେ ଏବେ ଆସନ୍ତୁ ନାହିଁ। ସ୍ଥାୟୀ ପୋଲ କାମ ୩ ମାସରେ ସରିଯିବ, ତେଣୁ ସେତେବେଳେ ଭକ୍ତମାନେ ପୀଠକୁ ଆସିପାରିବେ।
ଯେଉଁମାନେ ବଡ଼ ଓଷା ପରେ ବି ଦର୍ଶନ କରିପାରିବେ, ସେମାନେ ଏବେ ଅଯଥା ଗହଳି କରନ୍ତୁ ନାହିଁ। ଯେଉଁମାନେ ଆସିବେ ଧୈର‌୍ୟ୍ୟର ସହ ଅପେକ୍ଷା କରିବେ, ପ୍ରତି ୫ ମିନିଟରେ ଶହେ ଲେଖା ଲୋକଙ୍କୁ ଛଡ଼ା ଯିବ। ଅର୍ଥାତ ଘଣ୍ଟାକୁ ୧୨ଶହ ଲୋକ ଯାତାୟତ କରିପାରିବେ। ଦିନକୁ ୮, ୧୦ ଘଣ୍ଟାରେ ୧୨ ହଜାର ଓ ଡଙ୍ଗାରେ ୫, ୬ ହଜାର ଯିବେ। ଏପରି ଦିନକୁ ୧୫ରୁ ୨୦ ହଜାର ଲୋକେ ଯିବେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031