Indus Valley Times

ବୌଦ୍ଧ : ବୀରନରସିଂହପୁର ଡୁମ୍ବୁରିମୁଣ୍ଡା ଠାରେ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

 Breaking News

ବୌଦ୍ଧ : ବୀରନରସିଂହପୁର ଡୁମ୍ବୁରିମୁଣ୍ଡା ଠାରେ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୌଦ୍ଧ : ବୀରନରସିଂହପୁର ଡୁମ୍ବୁରିମୁଣ୍ଡା ଠାରେ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ
January 24
11:13 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ବୀରନରସିଂହପୁର ପଞ୍ଚାୟତର ଡୁମ୍ବୁରିମୁଣ୍ଡା ଠାରେ ନବନିର୍ମୀତ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଆ ସିନେ ନିର୍ଦ୍ଦେଶକ ବନମାଳୀ ରଣା , ମୁଖ୍ୟବକ୍ତା ଭାବେ ସାହିତ୍ୟକ ରମେଶ ପ୍ରସାଦ ମେହେର ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିକା ଲାଭ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।
ରଂଜନ କୁମାର ସାହୁଙ୍କ ସଙ୍କିର୍ତ୍ତନ ଦଳ ଓ ବାଞ୍ଚାନିଧି ପ୍ରଧାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅରୁଣ ମେଣ୍ଡୁଳି, ଧରଣୀଧର ମେଣ୍ଡୁଳି, ବାଲ୍ମିକି ମହାକୁଡ, ସୁରେନ୍ଦ୍ରକର୍ଣ୍ଣ ବିକାଶ ଚନ୍ଦ୍ର ମହାକୁଡ, ସମ୍ବିତ ପଟ୍ଟନାୟକ, ମାନଭଂଜନ ମାହାଣା, ବୈଷ୍ଣବ ମହାକୁଡ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।
ଦିନଦ୍ୱିପ୍ରହରରେ ଓକିଲଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁବୁର୍ତ୍ତ
ବୌଦ୍ଧ,୨୪/୧: ବୌଦ୍ଧ ସହରରେ ଲୁଟପାଟ ଓ ଚୋରୀ ଏକ ନିତିଦିନିଆ ଘଟଣା ପାଲଟିଛି । ସୋମବାର ସହରରେ ଦିନ ଦ୍ୱିପ୍ରହରରେ ଜଣେ ବରିଷ୍ଠ ଓକିଲଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମତେ ଓକିଲ ଦେବେନ୍ଦ୍ରନାଥ ଗୁରୁ ଷ୍ଟେଟବ୍ୟାଙ୍କରେ ନିଜର ସଂଚିତ ଅର୍ଥ ୨ଲକ୍ଷ ଟଙ୍କା ଉଠାଇ ଡାକଘରେ ବାନ୍ଧିବା ପାଇଁ କୋର୍ଟ ଛକ ନିକଟରେ ଥିବା ଡାକଘରକୁ ନିଜ ବାଇକରେ ଆସି ବାଇକ ରଖି ଡାକଘର ଭିତରକୁ ଯାଉଥିବା ବେଳେ ଏକ ବାଇକରେ ଦୁଇଜଣ ଦୁବୁର୍ତ୍ତ ଆସି ଡାକଘରୁ ସମ୍ମୁଖରୁ ୨ ଲକ୍ଷଟଙ୍କା ଝାମ୍ପିନେଇ ପଳାଇଥିଲେ । ଦୁବୁର୍ତ୍ତ ମାନେ ଏକ କେଟିଏମ ବାଇକ ଯୋଗେ ଆସି ବୁଟୁପାଲି ଦେଇ ବଘିଆପଡା ଆଡକୁ ଚାଲିଯାଇଥିବା ଜଣାପଡିଛି । କିଛି ସାମ୍ବାଦିକ ଦୁବୁର୍ତ୍ତଙ୍କ ପିଛା କରିଥିଲେ ମଧ୍ୟ ଟେର ପାଇପାରିନଥିଲେ । ଏନେଇ ଓକିଲ ଶ୍ରୀ ଗୁରୁ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି ।
ବୌଦ୍ଧ: ଘର ସମ୍ମୁଖରେ ଟାଟା ଏସ ଗାଡି ଚୋରି
ବୌଦ୍ଧ,୨୪/୧: ବୌଦ୍ଧ ଥାନା ଅର୍ନ୍ତଗତ ହରଭଙ୍ଗା ବ୍ଲକର ନୂଆପଡା ଠାରୁ ରବିବାର ବିଳମ୍ବିତ ରାତିରେ ଏକ ଟାଟା ଏସି ଗାଡି ଚୋରୀ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ସୂଚନା ମତେ ନୂଆପଡା ଗ୍ରାମର ପ୍ରବିଣ କୁମାର ସାହୁ ନିଜର ଟାଟା ଏସି ଗାଡି ( (ଓଡି୨୫- ୦୦୭୩) ନିଜ ଘର ସମ୍ମୁଖରେ ରଖିଥିଲେ । କିନ୍ତୁ ସେ ମଙ୍ଗଳବାର ଭୋର ସମୟରୁ ଉଠି ଦେଖିବାକୁ ପାଇଲ ଯେ ତାଙ୍କର ଟାଟା ଏସି ଗାଡି ନଥିଲା । ଗାଡି ସହ ଗାଡିରେ ଥିବା କାଗଜ ପତ୍ର ମଧ୍ୟ ଚୋରି ହୋଇଥିବା ନେଇ ଶ୍ରୀ ସାହୁ ମଙ୍ଗଳବାର ଦିନ ବୌଦ୍ଧ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।
ବୌଦ୍ଧ : ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ
ବୌଦ୍ଧ,୨୪/୧: ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି, ଏହି ଅବସରରେ ଭୈରବୀ ମହାବିଦ୍ୟଳୟ ର ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ଲଲିତ କୁମାର ମେହେର ଯୋଗ ଦେଇ ନେତାଜୀ ଓ ସୁରେନ୍ଦ୍ର ସାଏ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ, ସେହିପରି ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଦିବ୍ୟରଞ୍ଜନ ତ୍ରିପାଠୀ ନେତାଜୀ ଙ୍କ ସଂଘର୍ଷ ଓ ଦର୍ଶନ ବିଷୟରେ ଆଲୋଚନା କରିଥିଲେ, ଇତିହାସ ବିଭାଗର ଛାତ୍ର ଛାତ୍ରୀ ମାନେ ଉଭୟ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୀବନୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ,ଓଡିଆ ବିଭାଗର ବିଭାଗୀୟ ମୁଖ୍ୟ ଡ଼ ଶରତ ଚନ୍ଦ୍ର ପତି ଉକ୍ତ ସଭାରେ ସଭାପତିତ୍ଵ କରିଥିଲେ, ମହାବିଦ୍ୟାଳୟ ର ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ସଦାନନ୍ଦ ମାହାର ଉଭୟ ମହାପୁରୁଷ ଙ୍କ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ, ଏହାସହ ମହାବିଦ୍ୟାଳୟ ର ସଂସ୍କୃତ ଅଧ୍ୟାପକ ଅଜିତ କୁମାର ସାହୁ ନିଜ ବକ୍ତବ୍ୟକୁ ସଂସ୍କୃତ ଭାଷାରେ ପ୍ରଦାନ କରିଥିଲେ, ଶେଷରେ ଇତିହାସ ବିଭାଗର ଅଧ୍ୟାପିକା ମନସ୍ମିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ବୌଦ୍ଧ: ଦୋଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୌଦ୍ଧ,୨୪/୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରଧାନଗର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଦୋଳ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବରିଷ୍ଟ କଳାକାର କପିଳେଶ୍ଵର ବାହୁଜଙ୍କ ସଭାପତତ୍ବରେ ଅନୁଷ୍ଟିତ ହୋଇଥିଲା
ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଆ ସିନେମାର ନିର୍ଦ୍ଦେଶକ ବନମାଳୀ ରଣା ଯୋଗଡେଇ ଦୋଳ ମହୋତ୍ସବ ନିମନ୍ତେ ସମ୍ପୂର୍ଣ୍ଣ ସହିଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ବୌଦ୍ଧ ଉପ କାରାଗାର ସହ ଅଧିକ୍ଷକ କିଶୋର ଚନ୍ଦ୍ର ପାତ୍ର,ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର, ରାଧାନଗର ସରପଞ୍ଚ ଗଣେଶ କୁମାର ବେହେରା, ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ବାଞ୍ଛାନିଧି ପ୍ରଧାନ, ହରଭଙ୍ଗା ବ୍ଲକ ପେନସନ ଧାରୀ କଳାକାର ସଂଘ ସଭାପତି ବୈଷ୍ଣବ ମହାକୁଡ଼, ବରିଷ୍ଟ ମୃଦୁଙ୍ଗ ବାଦକ ଚିତ୍ତ ରଂଜନ କର୍ଣ୍ଣ ଯୋଗଦେଇ ଥିଲେ,ବିଭିନ୍ନ ଆଲୋଚନା ରେ ଘନଶ୍ୟାମ ମହାକୁଡ, ପୂର୍ଣ୍ଣଚନ୍ଦ୍ର ମାଝୀ, ସଦାଶିବ ପାତ୍ର, ଜ୍ୟୋତି ରଂଜନ ପ୍ରଧାନ, ବରୁଣ କୁମାର ପ୍ରଧାନ, ସୁବାଷ ଚନ୍ଦ୍ର ଜାଲ, ନିର୍ଗୁଣ ମହାକୁଡ, ଶାନ୍ତନୁ ମହାକୁଡ, ଦେବେନ୍ଦ୍ର ମହାକୁଡ, ବଙ୍କିମ ପାତ୍ର, ହରି ନାଏକ, ସୁବାଷ ଚନ୍ଦ୍ର ଜାଲ , ଆନନ୍ଦ ଦେହୁରୀ, ନୟନ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ,ସର୍ବ ସମ୍ମତି କ୍ରମେ ଆସନ୍ତା ୨୭ ତାରିଖ ଦିନ ଅପରାହ୍ନ ୨ ଘଣ୍ଟା ସମୟରେ କେଲାକଟା ଖେଳ ପଡିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା ।
ଏଥିରେ ପ୍ରତ୍ୱେକ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ସମ୍ପାଦକ, ୱାର୍ଡ ମେମ୍ବର, ମହିଳା ଗୋଷ୍ଟୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧକ୍ଷ, ବିଧାୟକ, ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନକୁ ବୈଠକ ରେ ନିମନ୍ତ୍ରଣ କରିବାକୁ ସ୍ଥିର କରାଯାଇ ଥିଲା
ବୈଠକ ର ନିଷ୍ପତ୍ତି କ୍ରମେ ଏକ ଅସ୍ଥାୟୀ କମିଟି ଗଠନ କରାଯାଇ ସଭାପତି ଭାବେ ପ୍ରଦୀପ କୁମାର କଂହର ଓ ସମ୍ପାଦକ ଭାବେ ଗଣେଶ କୁମାର ବେହେରା ଙ୍କୁ ଦାଇତ୍ୱ ଅର୍ପଣ କରାଯାଇ ଥିଲା ,ଶେଷର ମଥୁରା ଗ୍ରାମର ଯୁବ କଳାକାର ସୁଶାନ୍ତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବୌଦ୍ଧ :ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାସନ ପ୍ରତିଯୋଗିତା
ବୌଦ୍ଧ,୨୪/୧: ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର‌୍ୟ୍ୟାଳୟ ପରିସରରେ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି,ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ, ବିଚାରକ ଭାବେ ମୁଖ୍ୟ ଯୋଗ ଶିକ୍ଷକ ଦେବାଶିଷ ପୁରୋହିତ, ହୃଷିକେଶ ପ୍ରଧାନ, ବରୁଣ ମହାନ୍ତ, ଝୁମକା କହଁର, ଡମ୍ବରୁ ଧର ବେହେରା ଯୋଗଦାନ କରିଥିଲେ, ସବ ଜୁନିଅର ବିଭାଗରେ ସେନ୍ଟ ଜାଭିୟର ବିଦ୍ୟାଳୟ ର ଶୁଭଶ୍ରୀ ପ୍ରଥମ, ପ୍ରତୀକ୍ଷା ପ୍ରଧାନ ଦ୍ଵିତୀୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶୁଭସ୍ମିତା ଷଡ଼ଙ୍ଗୀ ତୃତୀୟ, ଜୁନିଅର ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟ ର ସନତୃପ୍ତି ସାହୁ ପ୍ରଥମ, ଅନ୍ଵେଷା ମହାପାତ୍ର ଦ୍ଵିତୀୟ, ଚନ୍ଦ୍ରଚୂଡ଼ ବିଦ୍ୟାଳୟ ର ଶୁଭମ ମହାପାତ୍ର ତୃତୀୟ, ସିନିଅର ବିଭାଗରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ସଂଜୀବନୀ ପ୍ରଧାନ ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗଗନ ମେହେର ଦ୍ଵିତୀୟ, ସେନ୍ଟ ଜାଭିୟର ବିଦ୍ୟାଳୟ ର ଚନ୍ଦ୍ର ପୂଜିତା ମିଶ୍ର ତୃତୀୟ, ମହାବିଦ୍ୟାଳୟ ବିଭାଗରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ପୁଣ୍ୟତୋୟା ବେହେରା ପ୍ରଥମ, ନମିତା ଅମାତ ଦ୍ଵିତୀୟ, ପ୍ରିୟତମା ବାଘ ତୃତୀୟ ସ୍ଥାନ ଅଧିକାର କରିଛନ୍ତି,ଏହି କାର‌୍ୟ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031