Indus Valley Times

ବୌଦ୍ଧ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

 Breaking News

ବୌଦ୍ଧ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
February 17
22:31 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୨: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ଗରିବ ପରିବାର ଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଣରୁ କେନ୍ଦ୍ର ସରକାର ବଂଚିତ କରୁଥିବାରୁ କେନ୍ଦ୍ର ସରକାରଙ୍କ ନିଷ୍ପତି ବିରୁଦ୍ଧରେ ଆଜି ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏବଂ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା ।
ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଧାରଣାରେ ଶହ ଶହ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାନ କିଣାରେ କାଟ୍ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ପରିବାରମାନେ ପାଉଥିବା ଚାଉଳରୁ ମୁଣ୍ଡପିଛା ୫ କିଲୋ ଲେଖାଏଁ କଟାଯିବା ଘଟଣାରେ ଶାସକ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯାଇ ଏହା କେନ୍ଦ୍ର ସରକାରଙ୍କ ଚାଷୀ ଓ ଗରିବ ମାରଣ ନିତି ବୋଲି ଅଭିଯୋଗ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଧାନକିଣା କାଟ୍ ନିଷ୍ପତିରେ ରାଜ୍ୟର ଗରିବ ଚାଷୀମାନେ କ୍ଷତିଗ୍ରସ୍ତ ହେବେ ଏବଂ ମୁଣ୍ଡପିଛା ଚାଉଳ କୋଟା ହ୍ରାସ ଯୋଗୁଁ ନାଗରିକମାନଙ୍କ ପାଇଁ ଲାଗୁ କରାଯାଇଥିବା ଖାଦ୍ୟ ସୁରକ୍ଷା ଯୋଜନା ମଧ୍ୟ କ୍ଷତିଗ୍ରସ୍ତ ହେବ ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତିର ପୁନଃବିଚାର କରାଯିବାକୁ ବିଜେଡି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ଏହି ବିକ୍ଷୋଭ ଓ ଧାରଣାରେ ରାଜ୍ୟ ବିଜେଡିର ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ,ସାଂସଦ ପ୍ରତିନିଧି ତାରେଣି ମହାପାତ୍ର,ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର,ଏନଏସି ଉପନଗରପାଳ ସୁଭାଷିନୀ ସେଠୀ,ପୂର୍ବତନ ଉପନଗରପାଳ ଡା.ଗିରିଜାଶଙ୍କର ପାଢି,ବସନ୍ତ କୁମାର ସ୍ୱାଇଁ, ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ, ଏନଏସିର ସମସ୍ତ ଦଳୀୟ କାଉନସିଲରଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ ।
ଗଂଜେଇ ଚାଲାଣ ମାମଲା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୧୭/୨: ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେସାଲ ଜଜ ଅଳ୍ପନା ସ୍ୱାଇଁ ଗୁରୁବାର ଏକ ଗଂଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ମାମଲାରୁ ପ୍ରକାଶ, ବୌଦ୍ଧ ଥାନା ଗୋଚ୍ଛାପଡା ଗ୍ରାମରେ ବିପୁଳ ପରିମାଣରେ ଗଂଜେଇ ଥିବା ନେଇ ସ୍ପେସାଲ ଟାକ୍ସଫୋର୍ସ ଟିମ ବିଶେଷ ସୂତ୍ରରୁ ଖବର ପାଇ ଗତ ୨୭.୦୭.୨୦୧୪ ତାରିଖ ସକାଳୁ ଗୋଚ୍ଛାପଡା ଗ୍ରାମର ଚକ୍ର ବାଘ ଓ ଝାଣ୍ଟୁ ବାଘଙ୍କ ଘର ଉପରେ ଚଢାଉ କରି ସେମାନଙ୍କ ଘରୁ ୧୫ ବସ୍ତା ଗଂଜେଇ ଜବତ କରିବା ସହ ଚକ୍ର ଓ ଝାଣ୍ଟୁଙ୍କୁ ଗିରଫ କରିଥିଲେ ।
ଜବତ ଗଂଜେଇକୁ ମାଜିଷ୍ଟ୍ରେଡଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ତାହା ୨୩୫ କେଜି ଗଂଜେଇ ହୋଇଥିଲା । ସ୍ପେସାଲ ଟାକ୍ସଫୋର୍ସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ । ଏହି ମାମଲାଟି ପରବର୍ତି ସମୟରେ ସ୍ପେସାଲ କେଶ ନମ୍ବର ୨/୧୫ରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ବିଚାର ହୋଇଥିଲା । ବିଚାର ସମୟରେ ୧୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଆଜି ମାମଲାର ରାୟ ପ୍ରକାଶ ପାଇଛି । ପ୍ରମାଣ ଅଭାବରୁ ଅଦାଲତ ଦୁଇ ଅଭିଯୁକ୍ତ ଚକ୍ର ବାଘ ଓ ଝାଣ୍ଟୁ ବାଘକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଏହି ମାମଲାରୁ ବରିଷ୍ଠ ଓକିଲ ଅଶୋକ ମିଶ୍ର ପରିଚାଳନା କରୁଥିଲେ ।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031