Indus Valley Times

ପିଲାପରି ପିଲାଟିଏ: ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ

 Breaking News

ପିଲାପରି ପିଲାଟିଏ: ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ

July 04
00:14 2022

ଭଦ୍ରକ,୪/୭: ପ୍ରକୃତି ବଡ ବିଚିତ୍ର ଆଉ ବିଚିତ୍ର ଏହାର ସୃଷ୍ଟି। ମନେପଡେ ଟୀକା ଗୋବିନ୍ଦଚନ୍ଦ୍ରଙ୍କ ବହିରୁ ସେଇ ଦୁଇପଦ, ବାଛି ନେବ କଞ୍ଚା ରଖିବ ପାଚିଲା ଦେବଟି ଦାରୁଣ ଦୁଃଖ ।
ଜନ୍ମ ଓ ମୃତ୍ୟୁର ଲୁଚକାଳି ଖେଳରେ ବଳି ପଡନ୍ତି ଅନେକ କୋମଳମତି ଶିଶୁ। ଯିଏ ଦୁନିଆଁ କଣ ଦେଖିନି ସଂସାର କଣ ଜାଣିନି ତଥାପି ଭଗବାନ୍ ସେମାନଙ୍କ ପ୍ରତି ଏତେ ନିଷ୍ଠୁର କାହିଁକି? ଫୁଲଟିଏ ଫୁଟିବା ଆଗରୁ ଝରିପଡିଲା । ବୟସ ମାତ୍ର ନଅ। ବାପା ମନ୍ମଥ ଓଝା ଓ ମା ଶୁଭ ଓଝା ଙ୍କର ଏକ ମାତ୍ର ଅଲିଅଳୀ ଝିଅ ସସ୍ମିତା ଓଝା ଡାକ ନାମ ଗୁନୂମା । ଭଦ୍ରକ ଜିଲ୍ଲା ବାସୁଦେବପୁରର ଗୁଆଗଡିଆରେ ଗୁନୁମାଙ୍କ ଘର ।
ଛୋଟ ସିନା, କିନ୍ତୁ ଦୁଃଖୀର ଦୁଃଖକୁ ବୁଝିବାରେ ତାକୁ ବେଶି ସମୟ ଲଗେନି। ଦୁଃଖୀ ଲୋକଙ୍କର ଲୁହକୁ ନିଜେ ପୋଛି ବେଶ୍ ଆନନ୍ଦ ମିଳେ ବୋଲି କୁହେ ଗୁନୂମା । ଗୁନୁମା ଚିତ୍ର ଆଙ୍କିବାରେ ଜଣେ ସୁଦକ୍ଷ ବିନ୍ଧାଣି। ତାଙ୍କ ତୂଳୀରେ ଅନେକ ପଶୁପକ୍ଷୀ
ଜୀବନ୍ତ ଲାଗନ୍ତି । ପରିବେଶକୁ ସଫା ସୁତୁରା ଶହ, ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ଓ ଏହାର କୁପ୍ରଭାବ ବିଷୟ ନେ଼ଇ ଚିତ୍ର ଆଙ୍କି ସ୍କୁଲରେ ପ୍ରିୟ ଛାତ୍ରୀର ଏକ ସ୍ଵନ୍ତ୍ରତ ପରିଚୟ ମିଳିଛି। ଗୁନୂମାଙ୍କର ଏପରି ଭଲପାଇବା ଦେଖି ଶିକ୍ଷକ ଶିକ୍ଷୟତ୍ରୀ, ସାଙ୍ଗ ସାଥୀ, ସାଇପଡିଶା ଓ ଗାଁ ଲୋକେ କହୁଥିଲେ, ସତେ ଯେମିତି ସ୍ୱର୍ଗରରୁ ପରିଟିଏ ଖସି ଆସିଛି । କିନ୍ତୁ କଣ ହେଲା କେଜାଣି, ହଠାତ୍ ଗୁନୁମାଙ୍କର ଦେହ ଖରାପ ହେଲା, ସଙ୍ଗେ ସଙ୍ଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଆରମ୍ଭ ହେଲା, ଜଣାପଡ଼ିଲା ଗୁନୁମା ଇକ୍ଟ୍ରକ୍ଷବଗ୍ଦଗ୍ଧସମ ଇଦ୍ଭରଜ୍ଞସବ (ଈକ୍ଟଦ୍ଭର ଜ୍ଞବକ୍ସକ୍ସକ୍ଟଙ୍ଗ) ରେ ପୀଡ଼ିତ। ଆଉ ବେଶି ଦିନର ଅତିଥି ନୁହଁନ୍ତି। ତଥାପି ବାପା ମନ୍ମଥ ଓଝା ମନକୁ ବୁଝାଇ ଭଗବାନ୍ ଙ୍କ ଓପରେ ଭରସା ରଖି ଡାକ୍ତରଙ୍କୁ ସବୁ ପ୍ରକାର ସହଯୋଗ କରି ଚାଲିଲେ। ଚିକିତ୍ସିତ ସମୟରେ, ଗୁନୁମା ଡାକ୍ତରଙ୍କର ଅବିକଳ ଛବିକୁ ନିଜ ତୂଳୀ ମାଧ୍ୟମରେ ଆଙ୍କି ବେଶ୍ ଖୁସି ଅନୁଭବ କରେ। ଗୁନୁମାର ଏପରି ବ୍ୟବହାର ଓ ଭଲପାଇବା ଡ଼ାକ୍ତରଙ୍କ ପ୍ରତି ଦେଖି, ଡାକ୍ତରମାନେ ବି ଗୁନୁମାଙ୍କୁ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଲେ। କିନ୍ତୁ ଭଗବାନଙ୍କର ବୋଧେ ଶେଷ ଇଛା ସେଇୟା ହିଁ ଥିଲା, ଶେଷରେ ତକୁ ନେଇଗଲେ।
ବାପା ମାଆ ଦୁହିଁଙ୍କର କୋଳ ଶୂନ୍ୟ କରି ସିନା ସବୁଦିନ ପାଇଁ ଆରପାରିକୁ ଚାଲିଗଲା କିନ୍ତୁ ଏତେ ଛୋଟ ବୟସରେ ଗୁନୁମାର ପରିବେଶ ପ୍ରତି ଭଲ ପାଇବା, ଦୁଃଖୀ ଲୋକଙ୍କର ସାଥୀ ହେବା ଓ ଅବିକଳ ଚିତ୍ର ଆଙ୍କିବାର ସେ ଯେଉଁ ଛାପ ଛାଡି ଯାଇଛି, ଆଜି ତାର ଗାଁ ମାଟି, ସାଙ୍ଗ ସାଥୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ଏକ ସ୍ୱନ୍ତ୍ରତ ଉଦାରଣ ହୋଇ ରହି ଯାଇଛି। ବାପା ମନ୍ମଥ ଓଝାଙ୍କର ଶେଷ ଇଚ୍ଛା ଥିଲା ଝିଅର ଅଙ୍ଗ ଦାନ କରି ସେମାନଙ୍କ ଆଖିରେ ଦୁନିଆଁ ଦେଖିବେ । ଡାକ୍ତରଙ୍କୁ ଅନୁରୋଧ ବି କଲେ କିନ୍ତୁ ସେତେବଳେକୁ ବିଳମ୍ବ ହୋଇସାରିଥିଲା ଯାହା ଗୁନୁମାର ଶରୀରରୁ ଅଙ୍ଗ ବାହାର କରିବା ସମ୍ଭବ ନ ଥିଲା। ଆଜି ତାର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଗୁନୁମାର ଆତ୍ମାର ସଦ୍ ଗତି ହେଉ।

A tribute to a budding talent who passed early

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30