Indus Valley Times

ବଲାଙ୍ଗୀର ଜଙ୍ଗଲ ବିଭାଗରେ ସବୁ କିଛି ଠିକ ଚାଲୁଥିବା ଜଣାଯାଉନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା !

 Breaking News

ବଲାଙ୍ଗୀର ଜଙ୍ଗଲ ବିଭାଗରେ ସବୁ କିଛି ଠିକ ଚାଲୁଥିବା ଜଣାଯାଉନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା !

ବଲାଙ୍ଗୀର ଜଙ୍ଗଲ ବିଭାଗରେ ସବୁ କିଛି ଠିକ ଚାଲୁଥିବା ଜଣାଯାଉନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା !
July 13
15:39 2021

All is not well in Bolangir forest department !
ମହେନ୍ଦ୍ର ଦର୍ଜୀଙ୍କ ରିପୋର୍ଟ
ବଲାଙ୍ଗୀର, ୧୩/୭: – ବଲାଙ୍ଗୀର ଜଙ୍ଗଲ ବିଭାଗରେ ସବୁ କିଛି ଠିକ ଚାଲୁଥିବା ଜଣାଯାଉନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଜଙ୍ଗଲ ବିଭାଗ ର ଅନେକ ଉନ୍ନତି ମୂଳକ କାର୍ଯ୍ୟ ସକାଶେ ସରକାର ଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଆସୁଛି । ବଲାଙ୍ଗୀର ଜିଲ୍ଲାରେ ଜଙ୍ଗଲ ବିଭାଗ ର ବାବୁ ମାନଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁ ସମସ୍ତ ସରକାରୀ ଯୋଜନା ଫେଲ ମାରୁଛି । ନିକଟରେ ବଲାଙ୍ଗୀର ସହରର ଚତୁପାର୍ଶ୍ଵ ଇଟାଭାଟି ରେ ଜଙ୍ଗଲ ଗଛ କାଟି ଜଳିଥିବା ଅନେକ ଭିଡିଓ ଡି ଏଫ୍ ଓ ଙ୍କୁ ଦେଇଥିଲେ ମଧ୍ୟ ଶାଗ ଭାଜି ଦରରେ ଫାଇନ ଆଦାୟ କରି ବିନା କେସ ରେ ଛାଡି ଦେଇଥିଲେ । ଜଙ୍ଗଲ ଧ୍ବଂସ ପ୍ରତି ଜଙ୍ଗଲ ବିଭାଗ ର ନିଘା ନାହିଁ ।
ଜଙ୍ଗଲ ବିଭାଗରେ କାର୍ଯ୍ୟରତ କିଛି ଅଧିକାରୀ ଦୁର୍ନୀତି କରୁଥିଲେ ମଧ୍ୟ ଡି ଏଫ୍ ଓ ଙ୍କ ଗେହ୍ଲା ହୋଇ ରହିଛନ୍ତି । ସେମାନଙ୍କ ନାମରେ ଅଭିଯୋଗ ହେଲେ ମଧ୍ୟ କୋଉ କାରଣରୁ ଡି ଏଫ୍ ଓ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଚର୍ଚ୍ଚା ହୁଏ ।
ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ ଘୁଚେପାଲି ଗ୍ରାମରେ ପାଟଣାଗଡ଼ ଫରେଷ୍ଟର ରଞ୍ଜୀତ ସିଂ ବାବୁ ନିଜେ ଏକ ବେସରକାରୀ ଜମିରେ ନର୍ସରୀ କରିଛନ୍ତି । ପ୍ରାୟ୮୦ ହଜାର ଚାରା ରୋପଣ କରି ଚାରା ପିଛା ୨୫/୩୦ ଟଙ୍କା ରେ ବିକ୍ରି କରିବା ପାଇଁ ଯୋଜନା କରିଥିବା ବିଷୟ ଜମି ମାଲିକ କ୍ଷିରୋଦ୍ର ସୁନା ପ୍ରକାଶ କରିଛନ୍ତି । କ୍ଷୀରୋଦ ଙ୍କ କହିବା ଅନୁଯାୟୀ ରଞ୍ଜିତ ସିଂ ବାବୁ ତାଙ୍କ ନର୍ସରୀ ରେ ୭/୮ ଜଣ ଶ୍ରମିକ ଙ୍କୁ ମାସିକ ୬୦୦୦ଟଙ୍କା ଦରମାରେ ରଖିଛନ୍ତି । ସେମାନେ ନର୍ସରୀ ର ରକ୍ଷଣବେକ୍ଷଣା କରିବେ । ଏହି ନର୍ସରୀ ରେ ଆଇଁଲା, ବାଞ୍ଜୀ, ବେଲ, ଛତିଆନା, ଜାମୁ, ନିମ୍ବ, ଶାଗୁଆନ ଏବଂ ଦେଢ଼ ଲକ୍ଷ ଆମ୍ବ ଚାରା ଦେଢ଼ ଏକର ଜମିରେ କରିବା ପାଇଁ ଯୋଜନା କରିଥିବା ବିଷୟ ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି ଏହି ଜମି କ୍ଷୀରୋଦ ଙ୍କ ବାପା ଭାଗବତିଆ ଙ୍କ ନାମରେ ଅଛି । କ୍ଷୀରୋଦ ଏଠି କାମ କରି ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଆଶା କରିଛନ୍ତି । ରଞ୍ଜିତ ସିଂ ବାବୁ କପାନି ଏବଂ ରାମପୁର ଠାରେ ଥିବା ନର୍ସରୀ ଦାୟିତ୍ଵ ରେ ଅଛନ୍ତି । ସେ ବେସରକାରୀ ଜମିରେ ନର୍ସରୀ କରି କେମିତି ଦୁଇ ଗୋଟି ସେଣ୍ଟ୍ରାଲ ନର୍ସରୀ ର ରକ୍ଷଣାବେକ୍ଷଣା କରୁଛନ୍ତି ଏକ ପ୍ରଶ୍ନବାଚୀ । ତେବେ ଏଠି ପ୍ରଶ୍ନ ଉଠେ ଚାରା କରିବା ପାଇଁ ଏତେ ପରିମାଣର ପଲିଥିନ ବ୍ୟାଗ୍ , ମଞ୍ଜି ଏବଂ ନର୍ସରୀ ରେ ଲାଗୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ଆସିଲା କେଉଁଠୁ ? ଅଫିସ ର ନା ନିଜର । କ୍ଷୀରୋଦ ଙ୍କ କହିବା ଅନୁଯାୟୀ ଫରେଷ୍ଟର ରଞ୍ଜୀତ୍ ପ୍ରତିଦିନ ନର୍ସରୀ କୁ ଆସୁଥିବା ବେଳେ ଏହି ନର୍ସରୀ କୁ ସମୟ ସମୟରେ ପାରା ଷ୍ଟାଫ୍ ଠାକୁର,ବସୁ ଏବଂ ଜଣେ ମହିଳା ଫରେଷ୍ଟ ଗାର୍ଡ ମଧ୍ୟ ଆସୁଥିବା ପ୍ରକାଶ କରିଥିଲେ ।
ରଞ୍ଜିତ ସିଂ ବାବୁ କୁଆଡେ ପୂର୍ବରୁ ସେ ପାଟଣାଗଡ଼ ରେଞ୍ଜରେ ୫ ବର୍ଷ ଥିଲେ । ପରେ କେଉକାରଣ ରୁଁ ଟିଟିଲାଗଡ଼ କୁ ବଦଳି ହୋଇଥିଲା । ମାତ୍ର କିଛି ବର୍ଷ ପରେ ପୁଣି ଡି ଏଫ୍ ଓ ତାଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଆଣିଲେ କିପରି ବୋଲି ଚର୍ଚ୍ଚା ହୁଏ ।
ଦୁଇ ମାସ ତଳେ ବାଂଜି ଦୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲ ରୁ ଶାଗୁଆନ ଗଛ କଟିଥିବା ବିଷୟ ଦଙ୍ଗରମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଥିଲେ ।ସେହିଭଳି ଧୁବଳପରା ଠାରେ ବାଲ୍ଡ ହିଲ ପ୍ଲାଣ୍ଟେଶନ ରେ ହୋଇଥିବା ଚାରା ଦୁର୍ନୀତି କୁ ବିଭାଗ ତରଫରୁ ତଦନ୍ତ କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ସେହି ଅଧିକାରୀ ଉପରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ବେଳେ ଏହାର ତଦନ୍ତ ଦାୟିତ୍ଵ ରେ ଏ ସି ଏଫ୍ ଏବଂ ମୋବାଇଲ ପାର୍ଟି ଥିଲେ ।
ଆମଦ୍ରୋହ ଗ୍ରାମରେ ଥିବା ଫର୍ଣିଚର୍ ତିଆରି କାରଖାନା ଉପରେ ନିଜେ ଡି ଏଫ୍ ଓ ଚଢ଼ାଉ କରି ସେଠାରୁ ବହୁ ପରିଣାମ ର ଶାଗୁଆନ କବାଟ , ଝରକା ଏବଂ ପଟା ଜବତ କରି ୟୁଡ଼ି କେସ କରିଥିଲେ ଏବଂ ଅଭିଯୁକ୍ତ କୁ ଅଦ୍ୟାବଧି ଗିରଫ ନ କରି ଛାଡ଼ି ଦେଇଛନ୍ତି । କୁଆଡେ ଏହି କବାଟ , ଝରକା ସିଂ ବାବୁ ଙ୍କ ପାଇଁ ତିଆରି କରୁଥିଲେ ବୋଲି ଚର୍ଚ୍ଚା ହୁଏ । ଏତେ ଦୁର୍ନୀତି ରେ ଥାଇ ମଧ୍ୟ ଡି ଏଫ୍ ଓ କାହିଁକି କେଉକାରଣରୁ ପୁଣି ପାଟଣାଗଡ଼ ରେଞ୍ଜ କୁ ବଦଳି କଲେ ଏବଂ ଏହା ପଛରେ ଡି ଏଫ୍ ଓ ଙ୍କ କି ଅଭିପ୍ରାୟ ରହିଛି ଚର୍ଚ୍ଚା ହୁଏ ।
ଉପରୋକ୍ତ ବେସରକାରୀ ନର୍ସରୀ ବାବଦରେ ପାଟଣାଗଡ଼ ଡେପୁଟି ରେଞ୍ଜର ଙ୍କୁ ପଚାରିବାରୁ ସେ ଏହି ନର୍ସରୀ ବିଷୟରେ ଜାଣିଥିବା କହିଥିଲେ । ଘୁଚେପାଳି ଠାରେ ନର୍ସରୀ କରିବାର କୌଣସି ଯୋଜନା ମଧ୍ୟ ନାହିଁ ଏଣୁ ବେସରକାରୀ ନର୍ସରୀ ବିଷୟରେ ଫରେଷ୍ଟର ଙ୍କୁ କୈଫିୟତ ମାଗିବେ ବୋଲି କହିଥିଲେ । ଜାଣିଶୁଣି ମଧ୍ୟ ଡେପୁଟି ରେଞ୍ଜର ବର୍ତମାନ ପର୍ଯ୍ୟନ୍ତ ଫରେଷ୍ଟର ଙ୍କୁ କୌଣସି ପ୍ରଶ୍ନ କରିନଥିବା ତାଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।ଫରେଷ୍ଟର ସିଂ ବାବୁ ଙ୍କୁ ମୋବାଇଲ ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ । ଉପରୋକ୍ତ ବିଷୟ କୁ ଗୁରୁତ୍ଵ ର ସହ ଦୁର୍ନୀତି ନିବାରଣ ବିଭାଗ ତଦନ୍ତ କଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031