Indus Valley Times

ବଲାଙ୍ଗୀର ଦର୍ଜି(କ୍ଷତ୍ରୀୟ) ସମାଜର ସାଧାରଣ ପରିଷଦ ବୈଠକ, ନିର୍ବାଚନ ଅନୁଷ୍ଠିତ

 Breaking News

ବଲାଙ୍ଗୀର ଦର୍ଜି(କ୍ଷତ୍ରୀୟ) ସମାଜର ସାଧାରଣ ପରିଷଦ ବୈଠକ, ନିର୍ବାଚନ ଅନୁଷ୍ଠିତ

ବଲାଙ୍ଗୀର ଦର୍ଜି(କ୍ଷତ୍ରୀୟ) ସମାଜର ସାଧାରଣ ପରିଷଦ ବୈଠକ, ନିର୍ବାଚନ ଅନୁଷ୍ଠିତ
September 12
19:24 2023

Balangir Darjee Samaja general body meeting, elections held

By Mahendra Kumar Darjee

ବଲାଙ୍ଗୀର, Sept. 12: ସ୍ଥାନୀୟ ଲୋକନାଥ ମନ୍ଦିର ପରିସରରେ ଦର୍ଜି (କ୍ଷତ୍ରିୟ) ସମାଜ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ସହର ସମେତ ହରଭଙ୍ଗା,ଲୋଇସିଂହା  ନେଗିପାଲି ଏବଂ ତୁଷୁରା ରୁ ଅନେକ ସଭ୍ୟ ଆସି ଏହି ସାଧାରଣ ସଭାରେ ଯୋଗଦାନ କରିଥିଲେ।

ଦର୍ଜି (କ୍ଷତ୍ରିୟ) ସମାଜ ବଲାଙ୍ଗୀର ର ପୂର୍ବତନ ସଭାପତି ତଥା ବିଶିଷ୍ଟ ନାଟ୍ୟକାର  ଅଭିନେତା ଶ୍ରୀଯୁକ୍ତ ପ୍ରହଲ୍ଲାଦ ଦର୍ଜି ଙ୍କ ସଭାପତିତ୍ବ ରେ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଦର୍ଜି ଜାତିର ପୂଜ୍ୟ ସନ୍ଥ ଶିରୋମଣି ନାମଦେବ ମହାରାଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରି ସଭା ଆରମ୍ଭ କରାଯାଇଥିଲା। ସଇଁତଳା ମହାବିଦ୍ୟାଳୟ ର ପୂର୍ବତନ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ କାହ୍ନୁ ଚରଣ ଦର୍ଜି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ଭରତ ଦର୍ଜି ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭା ପରିଚାଳନା କରିଥିଲେ।ଉପସ୍ଥିତ ସଦସ୍ୟ ମାନଙ୍କ ସମ୍ମତିକ୍ରମେ ନିର୍ବାଚନ ପରିବର୍ତ୍ତେ ମନୋନୟନ କରାଯାଇଥିଲା।ସର୍ବ ସମ୍ମତିକ୍ରମେ ସଭାପତି ଭାବେ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ଦର୍ଜି ଏବଂ ସାଧାରଣ ସମ୍ପାଦକ ଭାବେ ଶ୍ରୀଯୁକ୍ତ ଦୀନବନ୍ଧୁ ଦର୍ଯୀ ଙ୍କୁ ମନୋନୀତ କରାଯାଇଥିଲା। ସେହିଭଳି ଉପସଭାପତି ଭାବେ ଭରତ ଦର୍ଜି, ସହ ସମ୍ପାଦକ ସରୋଜ ଦର୍ଜି,କୋଷାଧ୍ୟକ୍ଷ ଭାବେ ବିଶିଷ୍ଟ ଶିଳ୍ପପତି ଶ୍ରୀଯୁକ୍ତ ସତ୍ୟ ନାରାୟଣ ଦର୍ଜି ଙ୍କୁ ମନୋନୀତ କରାଯାଇଥିଲା।କାର୍ଯ୍ୟକାରୀ ସଭ୍ୟ ଭାବେ ମଳୟ ସେନ୍ ଦର୍ଜି,ନବୀନ ଦର୍ଜି, ରାଜ୍ କିଶୋର ଦର୍ଜି,ଆଲୋକ ଦର୍ଜି,କିଶୋର ଦର୍ଜି,ସଞ୍ଜୀବ ଦର୍ଜି,ପ୍ରବୀଣ ଦର୍ଜି ଏବଂ ତ୍ରିନାଥ ଦର୍ଜି ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଦର୍ଜି (କ୍ଷତ୍ରିୟ)ସମାଜ ର କୌଣସି ସମସ୍ୟା ର ସମାଧାନ କିମ୍ବା ସମାଜ ର କୌଣସି କାର୍ଯ୍ୟ କରିବା ପୂର୍ବରୁ ଉପଦେଶ ନେଇ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପ୍ରମୋଦ ଦର୍ଜି, ପ୍ରହଲ୍ଲାଦ ଦର୍ଜି, କାହ୍ନୁ ଚରଣ ଦର୍ଜି ଏବଂ ଦର୍ଜି ସମାଜର ରାଜ୍ୟ ସଭାପତି ମହେନ୍ଦ୍ର କୁମାର ଦର୍ଜି ଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା।

ଆଗାମୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ପାଇଁ ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା।

ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନେତ୍ରାନନ୍ଦ ଦର୍ଜି,ଜ୍ଞାନ ଦର୍ଜି,ଓମ୍ ପ୍ରକାଶ ଦର୍ଜି,ସନ୍ତୋଷ ଦର୍ଜି,ପ୍ରଦୀପ ଦର୍ଜି, ମନୋଜ ଦର୍ଜି,ସୁମନ୍ତ ଦର୍ଜି,ନାରାୟଣ ଦର୍ଜି,ଦେବତୋଷ ଦର୍ଜି,ସୁଦର୍ଶନ ଦର୍ଜି,ଅମିତ୍ ଦର୍ଜି ଆଶୁତୋଷ ଦର୍ଜି,ଶ୍ରୀରାମ ଦର୍ଜି,କେଦାର ନାମଦେବ,ସରୋଜ ଦର୍ଜି, ପ୍ରଫୁଲ୍ଲ ପଟୁଆ,ବିକାଶ ଦର୍ଜି, ଡ଼ା.ଲୋକନାଥ ଦର୍ଜି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ।ଶେଷରେ କେଦାର ନାମଦେବ ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031