Indus Valley Times

ଭାରତ ଯୋଡ଼ ଯାତ୍ରା–ଓଡ଼ିଶା ପରିବର୍ତନର ଆଶା ସଂଚାର କରିଛି- ଶରତ

 Breaking News

ଭାରତ ଯୋଡ଼ ଯାତ୍ରା–ଓଡ଼ିଶା ପରିବର୍ତନର ଆଶା ସଂଚାର କରିଛି- ଶରତ

ଭାରତ ଯୋଡ଼ ଯାତ୍ରା–ଓଡ଼ିଶା ପରିବର୍ତନର ଆଶା ସଂଚାର କରିଛି- ଶରତ
January 17
22:29 2023

ସୁନ୍ଦରଗଡ଼, ୧୭ । ୧: ସୁନ୍ଦରଗଡ଼ ଜିଲ୍ଲାର କରମଡିହୀ ଠାରୁ ଭାରତ ଯୋଡ ଯାତ୍ରାରେ-ଓଡ଼ିଶାର ଯାତ୍ରୀମାନେ ପୂର୍ବାହ୍ନରେ କାର୍ଯ୍ୟାରମ୍ଭ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ଯାତ୍ରୀମାନେ ମଧ୍ୟାହ୍ନରେ ସୁନ୍ଦରଗଡ଼ ସହର ବସଷ୍ଟାଣ୍ଡରେ ପଂହଚିଥିଲେ । ଏଠାରେ ଅଭୁତପୂର୍ବ ଜନସମାଗମ ହୋଇଥିଲା ।
ରାସ୍ତାସାରା ଆଦିବାସୀ ସଂସ୍କୃତି ଓ ପରମ୍ପରାର ନୃତ୍ୟ କରି ସୁନ୍ଦରଗଡ଼ ବାସୀ ପିସିସି ସଭାପତି ତଥା ଭାରତ ଯୋଡ଼ ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ବସଷ୍ଟାଣ୍ଡରେ ଏକ ସଭାରେ ଉଦ୍‌ବୋଧନ ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନବୀନ ଓ ମୋଦି ଶାସନରେ ଆଦିବାସୀ ଓ ଦଳିତ ସର୍ବାଧିକ ଉପେକ୍ଷିତ । ଏହି ଦୁଇ ସରକାର ଜମି, ଜଳ, ଜଙ୍ଗଲ ଲୁଟୁଛନ୍ତି ଏବଂ ଆଦିବାସୀ ମାନଙ୍କୁ ବଂଚିବା ପାଇଁ ନ୍ୟୁନତମ ସୁବିଧା ମଧ୍ୟ ଯୋଗାଇବାରେ ସକ୍ଷମ ହୋଇ ନାହାନ୍ତି । ଖଣି ଲୁଟ ହେଉଛି, ଶାସକଦଳର ନେତା ମନ୍ତ୍ରୀ ଓ କର୍ମୀ ଉପକୃତ ହେଉଛନ୍ତି ।
ମାତ୍ର ଆଦିବାସୀ ଓ ଦଳିତ ବର୍ଗର ଲୋକ କ୍ଷୁଧା, ଦାରିଦ୍ର‌୍ୟ, ବେକାରୀରେ ଷଢ଼ୁଛନ୍ତି । ଆମ୍ବ ଟାକୁଆ ଖାଇ ମରୁଛନ୍ତି । ଏମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପଂହଚିପାରୁ ନାହିଁ । ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଏବେ ଏକ ପ୍ରହଶନରେ ପରିଣତ ହୋଇଛି । କାରଣ ପ୍ରାଇଭେଟ ହସପିଟାଲ ଗୁଡ଼ିକ ଏହି କାର୍ଡ଼କୁ ଗ୍ରହଣ କରୁନାହାନ୍ତି । ନବୀନ ଓ ମୋଦି ସରକାରଙ୍କ ଦୃଷ୍ଟି ଓଡ଼ିଶାର ବିକାଶ ପାଇଁ ନୁହେଁ । ଓଡ଼ିଶାରେ ଭରପୁର ରହିଥିବା ଖଣିଜ ସଂପଦ ଉପରେ, ଯାହାକୁ ଲୁଟ କରି ସେମାନଙ୍କ ଦଳ ଓ ଦଳର ନେତା ସମୃଦ୍ଧ ହେବେ । ସାଧାରଣ ଲୋକଙ୍କ ଟିକସ୍ ପଇସାରେ ଯୋଜନାର ଅର୍ଥ ଦିଆଯାଉଥିବା ବେଳେ ସରକାରୀ ଯୋଜନାରେ ମୋହର ମାରିବାପାଇଁ ମୋଦି ଓ ନବୀନ ସରକାର ଭିତରେ ପ୍ରତିଯୋଗୀତା ଚାଲିଛି । ଭାରତ ଯୋଡ଼ ଯାତ୍ରା-ଓଡ଼ିଶା କାର୍ଯ୍ୟକ୍ରମ ଉପେକ୍ଷିତ, ଅତ୍ୟାଚାରିତ, ଲୁଣ୍ଠିତ ଓ ଶୋଷିତ ଜନର ଶାଣିତ ସ୍ୱର । ମୋଦି ସରକାର ଓ ନବୀନ ସରାକର ଭିତରେ ଯେଉଁ ଭିତରି ବୁଝାମଣା ହୋଇଛି ତାହାକୁ ଓଡ଼ିଶାବାସୀ ବୁଝିବା ଦରକାର । ୨୨ ବର୍ଷ ପରେ ଆହୁରି ବିଜୁବାବୁଙ୍କ ସ୍ୱପ୍ନ ଅଧୁରା ରହିଛି କହିବା ଅତ୍ୟନ୍ତ ଦୁଃଖ ଦାୟକ । ବିଜୁବାବୁଙ୍କ ସ୍ୱପ୍ନର ରୂପାୟନ ଭିତରେ ଓଡ଼ିଶାର ଚାଷୀ ଦେଶର ସମସ୍ତ ରାଜ୍ୟର ଚାଷୀଙ୍କ ଠାରୁ ଗରିବ, ଓଡ଼ିଶାରେ ଦାରିଦ୍ର‌୍ୟ ଓ ବେକାରୀ ଉତ୍କଟ, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ । ମହିଳା ଅସୁରକ୍ଷିତ । ଏଣୁ ବିଜୁ ବାବୁଙ୍କ ସ୍ୱପ୍ନ କ’ଣ ରୂପାୟନ ହେଲା ତାହା ସାଧାରଣ ଜନତା ବୁଝନ୍ତୁ । ନରେନ୍ଦ୍ର ମୋଦି ଓ ବିଜେପି ଯିଏ ଭାରତବର୍ଷକୁ ଧର୍ମ ଆଧାରରେ ଖଣ୍ଡ ଖଣ୍ଡ କରିବାପାଇଁ ଚକ୍ରାନ୍ତ କରୁଛନ୍ତି ଏବଂ ଦେଶପାଇଁ କଂଗ୍ରେସ ତିଆରି କରିଥିବା ସମସ୍ତ ଜାତୀୟ ସଂପତିକୁ ବିକ୍ରି କରୁଛନ୍ତି ତାଙ୍କ କବଳରୁ ଦେଶକୁ ମୁକ୍ତି କରିବାପାଇଁ ରାହୁଲ ଗାନ୍ଧୀଙ୍କର ଦୁର୍ବାର ଆନ୍ଦୋଳନ-ଭାରତ ଯୋଡ଼ ଯାତ୍ରା । ଓଡ଼ିଶାର ଏହି ଯାତ୍ରା ବୈପ୍ଳବିକ ପରିବର୍ତନ ଆଣିବ । ସୁତରାଂ ଭାରତ ଯୋଡ଼ ଯାତ୍ରା–ଓଡ଼ିଶା ପରିବର୍ତନର ଆଶା ସଂଚାର କରିଛି ।
ବସଷ୍ଟାଣ୍ଡରେ ଏହି ସଭାପରେ ଭାରତ ଯୋଡ଼ ଯାତ୍ରା ସେଠାରୁ ବାହାରିଥିଲା ଏବଂ ଅପରାହ୍ନରେ ସୁନ୍ଦରଗଡ଼ ସୀମା ଭସ୍ମା ଠାରେ ପଂହଚିଥିଲା । ଆସନ୍ତା କାଲି ଝାରସୁଗୁଡ଼ା ଜିଲ୍ଳାରେ ଭାରତ ଯୋଡ଼ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତି ଶ୍ରୀ କିଶୋର ପଟେଲ, ରାଜନ ଏକ୍କା, ମାନସ ଚୌଧୁରୀ, ଜନାର୍ଦ୍ଦନ ଦେହୁରୀ, ଅମିତା ବିଶ୍ୱାଳ, ରାଜକିଶୋର ଷଡ଼ଙ୍ଗୀ, ବେଣୁମାଧବ ତ୍ରିପାଠୀ, ସଂଜୟ ତ୍ରିପାଠୀ, ନିର୍ମଳ ନାୟକ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବାଙ୍କନିଧି ବେହେରା, ପ୍ରଫୁଲ ସୁନାନୀ, ସଂଜୟ ସାହୁ, ରବି ରାୟ, ସାବିର ହୁସେନ, ସରୋଜିନୀ ଲାକ୍ରା, ଦୀପକ ମହାପାତ୍ର, କୈଳାସ ସାହୁ, ମନୋଜ ବିଶ୍ୱାଳ, ନାଜିର ହୁସେନ, ନେପାଳ ସାହୁ, ଅଜିତ ପ୍ରସାଦ, ଶୁଭେନ୍ଦୁ ନାୟକ, ସୁଧାଂଶୁ ପଷାୟତ, ଚିନ୍ତାମଣି ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ବୋଲି ଭାରତ ଯୋଡ଼ ଯାତ୍ରା-ଓଡ଼ିଶାର ମିଡିଆ ଇନଚାର୍ଜ ପ୍ରକାଶ ମିଶ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031