Indus Valley Times

ସମାଜବାଦୀ ଚିନ୍ତାନାୟକ କୃଷକ ନେତା ପରିବେଶବିତ୍ ବାଙ୍କ ବିହାରୀ ଦାସଙ୍କ ଜନ୍ମ ଶତବାର୍ଷିକୀ କମିଟି ଗଠିତ

 Breaking News

ସମାଜବାଦୀ ଚିନ୍ତାନାୟକ କୃଷକ ନେତା ପରିବେଶବିତ୍ ବାଙ୍କ ବିହାରୀ ଦାସଙ୍କ ଜନ୍ମ ଶତବାର୍ଷିକୀ କମିଟି ଗଠିତ

ସମାଜବାଦୀ ଚିନ୍ତାନାୟକ କୃଷକ ନେତା ପରିବେଶବିତ୍ ବାଙ୍କ ବିହାରୀ ଦାସଙ୍କ ଜନ୍ମ ଶତବାର୍ଷିକୀ କମିଟି ଗଠିତ
September 07
22:30 2021

Birth centenary committee formed to observed Banka Bihari Das’ 100th birth anniversary

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ଭୁବନେଶ୍ୱର, ତା ୭/୯: ବିଶିଷ୍ଟ ସମାଜବାଦୀ ନେତା ଦକ୍ଷ ପାର୍ଲାମେଣ୍ଟାରିଆନ୍‌, ଓଡ଼ିଶାର କୃଷକ ମହାସଂଘର ପ୍ରତିଷ୍ଠାତା ଏବଂ ପରିବେଶ ଆନ୍ଦୋଳନର ଜନକ ସ୍ୱର୍ଗତ ବାଙ୍କବିହାରୀ ଦାସଙ୍କର ଜନ୍ମ ଶତବାର୍ଷିକୀ ଆସନ୍ତା ଜାନୁଆରୀ ମାସରେ ପାଳିତ ହେବ ବୋଲି ଉତ୍କଳ ବିକାଶ ଯୁବ ପରିଷଦର ସଭାପତି ଶ୍ରୀ ଦେବୀ ପ୍ରସାଦ ପୃଷ୍ଟି ଜଣାଇଛନ୍ତି । ବାଙ୍କବିହାରୀ ଦାସ ଜନ୍ମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ହେମାନନ୍ଦ ବିଶ୍ୱାଳ ରହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ଶିବାନନ୍ଦ ରାୟ, ସୁରେନ୍ଦ୍ର କର, ସମ୍ପଦ ମହାପାତ୍ର, ଉମାବଲ୍ଲଭ ରଥ, ପ୍ରକାଶ ମହାପାତ୍ର, ବିଜୟ ପରିଡ଼ା, ପ୍ରଦ୍ୟୁମ୍ନ ଶତପଥି, ବିଭୂପ୍ରସାଦ ତ୍ରିପାଠୀ, ପ୍ରହଲ୍ଲାଦ ସିଂହ, ସୁଧୀର କପରଦାର, ଡକ୍ଟର ସୁଚିତ୍ରା, ରାହାସ ବିହାରୀ ଦାସ, ବିଶ୍ୱବିହାରୀ ଦାସ, ଡକ୍ଟର ଜୟଶ୍ରୀ, ସମରେନ୍ଦ୍ର ସାହୁ, ରମେଶ ସ୍ୱାଇଁ, ଗୋପୀନାଥ ପତି, ବାମଦେବ ପାଢୀ, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ସଭ୍ୟ ଭାବେ ରହିଛନ୍ତି । ଏହି ଅବସରରେ ଜାନୁଆରୀ ଦ୍ୱିତୀୟ ସପ୍ତାହରେ କୃଷି ଓ କୃଷକ, ପରିବେଶ, ସଂସଦୀୟ ଗଣତନ୍ତ୍ର ଓ ଭାରତୀୟ ଅର୍ଥନୀତି ଚାରୋଟି ବିଷୟରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ବିଶାରଦମାନେ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ ବୋଲି ଶ୍ରୀ ପୃଷ୍ଟି ଜଣାଇଛନ୍ତି ।
ଏହି ଅବସରରେ ବାଙ୍କବିହାରୀ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ “କୃଷକର ଆହ୍ୱାନ”ର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶିତ ହେବ ଏବଂ ଏକ ଫଟୋ ପ୍ରଦର୍ଶନୀ ଆୟୋଜିତ ହେବ ବୋଲି ଶ୍ରୀ ପୃଷ୍ଟି ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031