Legatus

ବଲାଙ୍ଗୀର: ପାର୍ଟ ଡିଏଫ୍‌ଓ ନେତୃତ୍‌ରେ କାଠ ମାଫିଆଙ୍କ ବିଋଦ୍ଧରେ ଦୃଢ ଅଭିଯାଜ ଜାରି, ବଣ୍ଡା କାଲିଝରନ ସଂରକ୍ଷିତ ଜଙ୍ଗଲରୁ ବିପୁଳ ଶାଳ କାଠ ଜବତ

 Breaking News

ବଲାଙ୍ଗୀର: ପାର୍ଟ ଡିଏଫ୍‌ଓ ନେତୃତ୍‌ରେ କାଠ ମାଫିଆଙ୍କ ବିଋଦ୍ଧରେ ଦୃଢ ଅଭିଯାଜ ଜାରି, ବଣ୍ଡା କାଲିଝରନ ସଂରକ୍ଷିତ ଜଙ୍ଗଲରୁ ବିପୁଳ ଶାଳ କାଠ ଜବତ

August 30
09:13 2023

Bolangir DFO wages uncompromising war against timber mafia; seizes huge volumes of logs
ମହେନ୍ଦ୍ର କୁମାର ଦର୍ଜୀଙ୍କ ସ୍ୱତନ୍ତ ରିପୋର୍ଟ
ବଲାଙ୍ଗୀର, Aug. 30: ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ଚିକଲ୍ ଵାହାଲ ଗ୍ରାମ ପାଖରେ ଥିବା ବଣ୍ଡା କାଳିଝରନ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ବେଆଇନ ଭାବେ କଟାଯାଇଥିବା ବିପୁଳ ପରିମାଣର ସାଲଗଣ୍ଡି ଓ ସାଲ ସାଇଜ ଜବତ କରାଯାଇ ବଲାଙ୍ଗୀର ରେଞ୍ଜ ଅଫିସ କୁ ଅଣାଯାଇଛି।
ଫେରାର ଥିବା ଆସାମୀ ମାନଙ୍କୁ ଧରିବା ପାଇଁ ଜଙ୍ଗଲ ବିଭାଗ ଲାଗିପଡ଼ିଛି।
ବଲାଙ୍ଗୀର ଡିଏଫ୍ଓ ଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍ ଜିତେନ୍ଦ୍ର ସାହୁ ଏବଂ ଘନଶ୍ୟାମ ମହନ୍ତ,ରେଞ୍ଜ ଅଫିସର ନବୀନ ଚନ୍ଦ୍ର ପଣ୍ଡା ଏବଂ ରେଞ୍ଜ ଷ୍ଟାଫ୍ ଏହି ଚଢ଼ାଉ ସମୟରେ ଉପସ୍ଥିତ ରହି କଟିଥିବା ସାଳଗଣ୍ଡି କୁ ଜବତ କରିଥିଲେ ।
ଜବତ କରାଯାଇଥିବା ସାଲଗଣ୍ଡି ଓ ସାଲ ସାଇଜ ର ଆନୁଷଙ୍ଗିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।ତେବେ ବଲାଙ୍ଗୀର ଜିଲ୍ଲାରେ ଥିବା ଜଙ୍ଗଲ କୁ ଜଙ୍ଗଲ ମାଫିଆ ମାନେ ଧ୍ଵଂସ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ବଲାଙ୍ଗୀର ଡିଏଫ୍ଓ ନୀତିଶ କୁମାର ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତ ବଳ ପ୍ରୟୋଗ ପୂର୍ବକ ଜଙ୍ଗଲ କୁ ସୁରକ୍ଷା ଦେଉଥିବା ପରିଲକ୍ଷିତ ହୁଏ।
ସଂରକ୍ଷିତ ଜଙ୍ଗଲ ଭିତରେ କାଠ ମାଫିଆ ବେଧଡକ ବୈଦ୍ୟୁତିକ କରତ ଲଗାଇ କୋଟି କୋଟି ଟଙ୍କାର ଦାମୀ ବୃକ୍ଷ ଗୁଡ଼ିକୁ ଧରାଶାୟୀ କରୁଥିବା ବେଳେ ଏହି ଜଙ୍ଗଲ ର ସୁରକ୍ଷା ଦାୟିତ୍ବ ରେ ଥିବା କାର‌୍ୟ୍ୟରତ ଫରେଷ୍ଟର ଏବଂ ଗାର୍ଡ ଗଭୀର ନିଦ୍ରା ରେ ସୋଇଥିବା ପରିଲକ୍ଷିତ ହୁଏ। ଏଠି ପ୍ରଶ୍ନ ହୁଏ ସଂରକ୍ଷିତ ଜଙ୍ଗଲ ରେ ଥିବା ଦାମୀ ବୃକ୍ଷ ଗୁଡ଼ିକ କଟାଯାଇ ବାହାରକୁ ଚାଲାଣ ହେଉଥିବା ବେଳେ ସେହି ଅଞ୍ଚଳର ଫରେଷ୍ଟର ଏବଂ ଗାର୍ଡ କଣ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହୁଏ।
କାଠ ମାଫିଆ ଏବଂ ଜଙ୍ଗଲ ବିଭାଗର ମଧୁଚନ୍ଦ୍ରିକା ରେ ଜଙ୍ଗଲ ଉଜୁଡି ଯିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ସ୍ଥାନୀୟ ଲୋକମାନଙ୍କର ମତ । ଅନେକ ବର୍ଷ ଧରି ଗୋଟିଏ ସ୍ଥାନରେ ରହି ଜଙ୍ଗଲ କୁ ଅଣଦେଖା କରୁଥିବା ଅସାଧୁ କର୍ମଚାରୀ ମାନଙ୍କ ଉପରେ ଡିଏଫ୍ଓ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କଲେ ଜଙ୍ଗଲ କୁ ସୁରକ୍ଷା ଦେବା ସହ ସୁସ୍ଥ ସବୁଜ ଜଙ୍ଗଲ ସୃଷ୍ଟି କରାଯାଇ ପାରିବ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31