Indus Valley Times

ବିଜେପି ଯୁବମୋର୍ଚ୍ଚା ପକ୍ଷରୁବୌଦ୍ଧ ଆର୍‌.ଏମ୍‌.ସି. ରେ ୧୮ଜଣ ଯୁବକ ଯୁବତୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

 Breaking News

ବିଜେପି ଯୁବମୋର୍ଚ୍ଚା ପକ୍ଷରୁବୌଦ୍ଧ ଆର୍‌.ଏମ୍‌.ସି. ରେ ୧୮ଜଣ ଯୁବକ ଯୁବତୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

December 14
23:35 2020


Boudh BJP Yuva Morach alleges irregularities in recruitment

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୧୪/୧୨: ବୌଦ୍ଧଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଥିବା ବେଳେ ସମସ୍ତ ଧାନମଣ୍ଡିରେ ଧାନର ମାନ ନିର୍ଦ୍ଧାରଣ ପାଇଁ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ପକ୍ଷରୁ ୫୮ଜଣ କର୍ମଚାରୀ ଆବଶ୍ୟକ ରହିଥିବାରୁ ସେଥି ମଧ୍ୟରୁ ୧୮ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ଆଉଟ ସୋରସିଙ୍ଗ ସଂସ୍ଥା ଗୁଡିକୁ ଆରଏମସି ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଆବେଦନ କରିବା ପାଇଁ ବିଜ୍ଞାପନ ଦେଇଥିଲେ । ବିଜ୍ଞପ୍ତି ପ୍ରକାଶ ପାଇବା ତିନୋଟି ସଂସ୍ଥା ଆବେଦନ କରିଥିଲେ । ଭୂବନେଶ୍ୱରର ରେଜ୍ ମେନପାଓ୍ୟାର କନସଲ୍ଟ, କଳାହାଣ୍ଡିର ଅର୍ଧନାରୀଶ୍ୱର ସିକ୍ୟୁରିଟି ଏବଂ ଭାରତ ସିକ୍ୟୁରିଟି ସର୍ଭିସ୍ ଆବେଦନ କରିବା ପରେ ରେଜ୍ ମେନପାଓ୍ୟାର ସଂସ୍ଥାକୁ ଟେଣ୍ଡର ପ୍ରକ୍ରୀୟାରେ ମ଼ିଳିଥିଲା । ହେଲେ ଗତ ୧୧ ତାରିଖରେ ୧୭ଜଣଙ୍କର ନିଯୁକ୍ତି ତାଲିକା ପ୍ରକାଶ ପାଇବା ପରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଆରଏମସି କାର୍ଯ୍ୟାଳୟ ଯାଇ ତନାଘନା କରିଥିଲେ । ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜିଲ୍ଲାପାଳଙ୍କ ଠାରେ ସମସ୍ତ ତଥ୍ୟ ଉପସ୍ଥାପନ କରି ଦାବୀ ପତ୍ର ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବାରୁ ଆସିବା ପରେ ତଦନ୍ତ କରିବା ପରେ ନିଯୁକ୍ତ ପତ୍ର ଦିଆଯିବ ବୋଲି ଜିଲ୍ଲାପାଳ ବିଜେପି ଯୁବମୋର୍ଚ୍ଚା ନେତାମାନଙ୍କୁ କହିଥିଲେ । ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ ଯବମୋର୍ଚ୍ଚା ସଦସ୍ୟ ଓମପ୍ରକାଶ ମିଶ୍ର, ନାରାୟଣ କର୍ମୀ, ବିକାଶ ମହାକୁଡ, ସୁନୀଲ କ୍ଷେତୀ, ଦାମୋଦର ମିଶ୍ର, ବରିଷ୍ଠନେତା ସୂର୍ଯ୍ୟନାରାୟଣ ମହାପାତ୍ର, ପ୍ରଦୋଷ ମିଶ୍ର ଉପସ୍ଥିତ ରହିଥିଲେ ।
ନୂତନ କୃଷିବିଲକୁ ବିରୋଧ କରି କଂଗ୍ରେସ, ନବନିର୍ମାଣ କୃଷକ ସଂଗଠନ ଓ ସିପିଆଇ ପକ୍ଷରୁ ବିକ୍ଷୋଭ
ବୌଦ୍ଧ,୧୪/୧୨-କେନ୍ଦ୍ର ସରକାରଙ୍କ ନୂତନ କୃଷିନିତିକୁ ବିରୋଧ କରି ଆଜି ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ମିଳିତ ଭାବରେ ବିରୋଧ କରାଯିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର, ବୌଦ୍ଧଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ସଭାପତି ନରେନ୍ଦ୍ର କୁମାର ସାହୁ, ପ୍ରଦିପ ଦାସ, ଅର୍ଜୁନ ମହାନନ୍ଦ,ବେଣୁଧର ମେହେର, ଶିବ ବେହେରା, ଶଙ୍କର ରାଓ, ଉଦ୍ଧବ ବେହେରା, ଚାଷୀନେତା ପ୍ରସନ୍ନ ପ୍ରଧାନ,ପ୍ରତାପ ପ୍ରଧାନ, ହୃଷିକେଶ ପ୍ରଧାନ ପ୍ରମୁଖ ସାମିଲଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ନୂତନ କୃଷିନିତିକୁ ବିରୋଧ କରି ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସିପିଆଇ ଜିଲ୍ଲା ସଂପାଦକ ତଥା ନଅ ନମ୍ବର ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ନେତୃତ୍ୱରେ ପ୍ରଦିପ ମହାକୁଡ, ସୁଧାଂଶୁ ପ୍ରଧାନ, ରଂଜନ ହଂସ, ନେତ୍ରାନନ୍ଦ କହଁର, ସୁଶୀଲ ବେହେରା, ଅଜିତ ବାଇ,ରଂଜନ ରଣବିଡା, ରଂଜନ ବେହେରା ପ୍ରମୁଖ ସାମିଲଥିଲେ ।
ବୌଦ୍ଧଜିଲ୍ଲା ସଡକ ସୁରକ୍ଷା ସମିତିର ବୈଠକ
ବୌଦ୍ଧ,୧୪/୧୨ ବୌଦ୍ଧଜିଲ୍ଲା ସଡକ ସୁରକ୍ଷା ସମିତିର ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ମଟର ଗାଡି ଜନିତ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୋଲିସ ଓ ଆଂଚଳିକ ପରିବହନ ଅଧିକାରୀଙ୍କୁ ପ୍ରବର୍ତ୍ତନ ଆହୁରି ଯୋରଦାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସଡକ ସୁରକ୍ଷା ନିୟମ ପାଳନ କରୁନଥିବା ବ୍ୟକ୍ତିଙ୍କୁ ଧରପଗଡ କରିବା ନିମନ୍ତେ ଏନଏସି ଛକ,ବ୍ରିଜଛକ ଓ ଲିପସା ଛକ ଠାରେ ସିସି ଟିଭ କ୍ୟାମେରା ଲଗା ଯିବାକୁ ତୁରନ୍ତ ପଦକ୍ଷେପ ନିଆଯିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାକଡରେ ଲାଇନ ଡିପାଟମେଣ୍ଟ ସଂପୃକ୍ତ ସଂଙ୍କେତ ଲଗାଯିବାକୁ , ମର୍ଜାଦିପୁର ନିକଟରେ ଗାଡି ଲାଇସେନ୍ସ ପ୍ରାପ୍ତ ପରୀକ୍ଷା କରାଯାଇଥିବା ପଡିଆ ତଥା ଏଡିଟିଏସର ତୁରନ୍ତ କାର୍ଯ୍ୟ ସମ୍ପନ୍ନ , ବୌଦ୍ଧବାସୀଙ୍କୁ ପାନୀୟ ଜଳ ଯୋଗାଣ, ସଡକ ଦୁର୍ଘଟଣା ରୋକିବା ପାଇଁ ଜାତୀୟ ରାଜପଥ , ରାଜ୍ୟରାଜପଥ ଓ ଗ୍ରାମ୍ୟ ରାସ୍ତା ଗୁଡିକର ସମୂହ ଉନ୍ନତି କରଣ , ଶିକ୍ଷାନୁଷ୍ଠାନ ଖୋଲିବା ପରେ ସଚେତନ କାର୍ଯ୍ୟକ୍ରମ ସାହାଯ୍ୟ ପୋଲିସି, ସୋଲାରିୟମ ଫଣ୍ଡ ବାବଦରେ ଜନସାଧାରଣଙ୍କୁ ସଚେତନ ସୃଷ୍ଟି କରିବା ପାଇଁ ପ୍ରଧାନ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଡିଏସପି ଧିରେନ୍ଦ୍ର ସ୍ୱାଇଁ, ସିଡିଏମଓ ତ୍ରିଲୋଚନ ପ୍ରଧାନ , ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦେରା କୁଜୁର, ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଏନସିସି ଅଧିକାରୀ ଅଧ୍ୟାପକ ମହେନ୍ଦ୍ର ନାଥ ଦେବତା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଂଚି ଧରୁଆ, ଆଂଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ର,ଏମଭିଆଇ ଭାଗୀରଥି ନାଏକ, ଅତିରିକ୍ତ ଆଂଚଳିକ ପରିବହନ ଅଧିକାରୀ ସାଲଖୁ ମୁର୍ମୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୁରେଶ ଚନ୍ଦ୍ର ମେହେର, ପ୍ରଶାନ୍ତ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031