Indus Valley Times

ନିଖୋଜ ମହିଳାର ମୃତ ଦେହ ଉଦ୍ଧାର

 Breaking News

ନିଖୋଜ ମହିଳାର ମୃତ ଦେହ ଉଦ୍ଧାର

July 08
23:04 2020

Boudh: Body of missing woman recovered from forest

By Kambhudhar Kheti
ବୈାଦ୍ଧ,୮/୭- ବୈାଦ୍ଧଜିଲ୍ଲା ବଘିଆପଡା ଫାଣ୍ଡି ଆନ୍ତର୍ଗତ ଆମ୍ବଝରୀ ପଞ୍ଚାୟତର ନାଗ ପାହଡ ଜଙ୍ଗଲରୁ ପୋଲିସ ଏକ ମହିଳାର ମୃତ ଦେହ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାଇ, ଗଣ୍ଡିସର ଗ୍ରାମର ସାମନ୍ତ ହାତୀଙ୍କ ଝିଅ ରୀନା (୩୬) ଗତ ଆଠ ଦିନ ହେବ ନିଖୋଜ ଥିଲେ । ଆଜି ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ସ୍ଥାନିୟ ଲୋକ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଉଥିବା ବେଳେ ଜଙ୍ଗଲରେ ଦୁର୍ଗନ୍ଧ ହେଉଥିବା ଜାଣି ପାଖକୁ ଯାଇ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବୈାଦ୍ଧ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଦେଇଛନ୍ତି ।
ବିଧାୟକ, ଜିଲ୍ଲାପାଳ,ଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି ଯୁବମୋର୍ଚ୍ଚା
ବୈାଦ୍ଧ,୮/୭- କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କୋଭିଡ-୧୯ନିୟମକୁ କଡାକଡି ଭାବରେ ପାଳନ ନିମନ୍ତେ ନିର୍ଦ୍ଦେଶ ଜାରିକରିଛନ୍ତି । ମାତ୍ର ବୈାଦ୍ଧ ଠାରେ ଗତ କାଲି ମଙ୍ଗଳବାର ଦିନ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳନ ଅବସରରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ବିଧାୟକଙ୍କ ଦ୍ୱାରା ଖୋଲାଖୋଲି ଭାବରେ କୋଭିଡ -୧୯ ଆଇନକୁ ଉଲ୍ଲଙ୍ଗନ କରାଯାଇଛି ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟପାଳଙ୍କ ଠାରେ ଟୁଟ୍ୱି ମାଧ୍ୟମରେ ଅଭିଯୋଗ କରାଯାଇଛି । ଯେପରିକି ସାମାଜିକ ଦୂରତା ପାଳନ ନ କରିବା, ଅନେକ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନେ ମାସ୍କ ବ୍ୟବହାର ନ କରିବା, ଅଧିକ ଲୋକଙ୍କ ସମାବେଶ କରାନଯିବା ,ସାଧାରଣ ସଭା ଉତ୍ସବ କରି ସମସ୍ତ କଟକଣା ଓ ନିର୍ଦ୍ଦେଶକୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରିଛନ୍ତି । ଏଣୁ ବିଧାୟକ, ଜିଲ୍ଲାପାଳ, ଏସପି, ଡିଏଫଓ ଓ ଅନ୍ୟାନ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଧାର୍ଯ୍ୟ ଆର୍ଥିକ ଦଣ୍ଡ ଲାଗୁକରି ଜରିମାନା ଆଦାୟ କରିବାକୁ ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031