Indus Valley Times

ବୌଦ୍ଧ ଜିଲ୍ଲା ସ୍ତରୀୟ ୭୬ ତମ ସ୍ଵାଧୀନତା ଦିବସ ପାଳିତ; ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଜାତୀୟ ପତାକା ଉତ୍ତୋଳନ

 Breaking News

ବୌଦ୍ଧ ଜିଲ୍ଲା ସ୍ତରୀୟ ୭୬ ତମ ସ୍ଵାଧୀନତା ଦିବସ ପାଳିତ; ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଜାତୀୟ ପତାକା ଉତ୍ତୋଳନ

August 16
22:39 2022

Boudh Collector Satya Ranjan Sahoo hoists Tricolour on Independence Day

By Kambhudhar Kheti

ବୌଦ୍ଧ, Aug. 16:  ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ କଚେରୀ ପଡିଆଠାରେ ଜିଲ୍ଲାସ୍ତରୀୟ ୭୬ ତମ ସ୍ଵାଧୀନତା ଦିବସ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । 

ଉତ୍ସବରେ ମୁଖ୍ୟଅତିଥି ଭାବେ  ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ଯୋଗଦାନକରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟଅତିଥି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ସ୍ୱାସ୍ଥ୍ୟ,ଶିକ୍ଷା,କୃଷି,ଗମନାଗମନ,ରେଳ ଚଳାଚଳ,ପରିବେଶ,ଗ୍ରାମ୍ୟପାଠାଗାର,ସ୍କୁଲର ଜମିପଟ୍ଟା,ଇକୋପାର୍କ ଆଦି କାର‌୍ୟ୍ୟର ଅଗ୍ରଗତି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସହ ବିଭିନ୍ନ କାର‌୍ୟ୍ୟର ତ୍ୱରାନ୍ୱିତ ପାଇଁ ଜନସାଧାରଣଙ୍କ ସହଯୋଗ ଆହ୍ଵାନ କରିଥିଲେ ।

ଉତ୍ସବରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଉପରେ କଟକଣା ଥିବାରୁ ପଞ୍ଚମ ଆଇ॰ଆର॰ବି॰ ବାଟାଲିଆନ ଓ ଜିଲ୍ଲା ପୋଲିସ ମାତ୍ର ଦୁଇଟି ପ୍ଲାଟୁନ ପ୍ୟାରେଡରେ ଭାଗନେଇଥିଲେ ।

 ମୁଖ୍ୟଅତିଥିଙ୍କ ସହ  ନୂତନ ଅରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମୀନା  ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ପ୍ୟାରେଡ କମାଣ୍ଡର ମଧୁସୂଦନ ମହାପାତ୍ରଙ୍କ ନେତୃତ୍ୱରେ ପୋଲିସ ଓ ଆଇ.ଆର.ଆବି ଯବାନମାନେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ । ଅଭିବାଦନ ଗ୍ରହଣ କରିଥିଲେ ।

ଜିଲ୍ଲାସ୍ତରୀୟ ଅଧିକାରୀ,ନିମନ୍ତ୍ରିତ ଅତିଥି ବୃନ୍ଦଙ୍କ ସହ କରୋନା ଯୋଦ୍ଧାମାନେ ମଧ୍ୟ  ଉତ୍ସବରେ ଉପସ୍ଥିତଥିଲେ ।

ପ୍ୟାରେଡ କମାଣ୍ଡର  ଶ୍ରୀ ମହାପାତ୍ର ପ୍ୟାରେଡ ପରିଚାଳନା କରିଥିବାବେଳେ ସେକେଣ୍ଡ ଇନ କମାଣ୍ଡର ଭାବରେ ଦୁଷ୍ମନ୍ତ କୁମାର ସାହୁ ସହଯୋଗ କରିଥିଲେ । ଜିତେନ୍ଦ୍ର ପାଣ୍ଡେ ଓ ତାଙ୍କର ସାଥି ପୁଲିସ ବ୍ୟାଣ୍ଡ ବାଦନ ସହ ଜାତୀୟ ସଙ୍ଗୀତର ଧୁନ ପରିବେଷଣ କରିଥିଲେ ।

 କୃତୀ ପ୍ରତିଭା ମାନଙ୍କ ମଧ୍ୟରେ ୨୦୨୨ମାଟ୍ରିକ ଟପ୍ପର ଅନୁସ୍କା ଅଗ୍ରୱାଲାଙ୍କୁ ସମାଜସେବୀ ମାତାଦିନ ଅଗ୍ରୱାଲାଙ୍କ ପକ୍ଷରୁ ସ୍ୱର୍ଗତ ରାମେଶ୍ୱର ଲାଲ ମେଧାବୀ ଛାତ୍ରବୃତ୍ତି ୧୦ ହଜାର ଟଙ୍କା ସହ ମାନପତ୍ର ଓ ଟ୍ରଫି ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏଥିସହିତ  ଗୃହରକ୍ଷୀ ବାବୁଲି ହାତୀ ଓ ଉମେଶ ନାଏକଙ୍କୁ  ଉତ୍ତମ ସେବା ନିମିତ୍ତ ଡି.ଜି ପଦକ ଓ ପ୍ରଶଂସାପତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟଅତିଥିଙ୍କ ଦ୍ଵାରା  ସମ୍ବର୍ଦ୍ଧିତ କରାଯାଇଥିଲା ।

କାର‌୍ୟ୍ୟକ୍ରମର ସଂଯୋଜନା ଶିକ୍ଷକ ଶ୍ରୀ ବସନ୍ତ କୁମାର ସାହୁ କରିଥିଲେ ।

ଏହି ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ସମାରୋହ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ  ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଉପଲକ୍ଷେ ପ୍ରାତଃ ୪.୩୦ ମିନିଟ ସମୟରେ ରାମଧୂନ ପରିବେଷଣ,ସକାଳ ୭ ଘଟିକା ସମୟରେ ସମସ୍ତ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ , ୭.୪୦ ରେ ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ୯.୧୫ ମିନିଟ ସମୟରେ ଆନୁଷ୍ଠାନିକ ପ୍ୟାରେଡ ଉତ୍ସବ, ପରେପରେ ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର,ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ଫଳ ବଣ୍ଟନ,ରିଜର୍ଭ ପଡିଆଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ,ଜିଲାପାଳଙ୍କ କାର୍ଯ୍ୟାଳୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ,ରାମକୃଷ୍ଣ ବାଳାଶ୍ରମରେ ଶିଶୁମାନଙ୍କୁ ଫଳ ବଣ୍ଟନ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା । ପ୍ରତିକୂଳ ପାଗ ସତ୍ୱେ ସମସ୍ତ ବୌଦ୍ଧବାସୀ ଏହି ସମାରୋହକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031