Indus Valley Times

ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ

 Breaking News

ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ

October 23
21:42 2020

Boudh Panchayat Mahavidyala students grab 4 of the top 10 positions of Sambalpur University

By Kambhudhar Kheti

ବୌଦ୍ଧ,୨୩/୧୦– ବୌଦ୍ଧଜିଲ୍ଲା ସର୍ବପୁରାତନ ମହାବିଦ୍ୟାଳୟ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାପାଇଁ ସୁପରିଚିତ । ଚଳିତବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶେଷବର୍ଷ ସ୍ନାତକ ପରୀକ୍ଷା କୋଭିଡ -୧୯ ଗାଇଡଲାଇନ ଅନୁଯାୟୀ ସଂପନ୍ନ ହୋଇ ଫଳ ପ୍ରକାଶିତ ହୋଇଛି । ପ୍ରକାଶଯୋଗ୍ୟ କି ଏହି ମହାବିଦ୍ୟାଳୟ ଯାହାକି ନାକ୍ ‘ବି’ ଗ୍ରେଡ ମାନ୍ୟତାପ୍ରାପ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିଜର ଗୁଣାତ୍ମକ ମାନପାଇଁ ପ୍ରଶଂସନୀୟ ।


ଏଠାକାର ଛାତ୍ରଛାତ୍ରୀମାନେ ସବୁବେଳେ ୧୦ଜଣଙ୍କ ମଧ୍ୟରେ ସ୍ଥାନପାଇଁ ସୁନାମ ଅର୍ଜନ କରନ୍ତି । ଚଳିତବର୍ଷ ମଧ୍ୟ ସ୍ନାତକ ପରୀକ୍ଷାରେ ଏହି ମହାବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ରବିତା ମହାକୁଳ ଶିକ୍ଷାବିଭାଗରେ ୫ମ ସ୍ଥାନ, ରାଜେଶ୍ୱରୀ କଲତା ଇତିହାସ ବିଭାଗରେ ଷଷ୍ଠ ସ୍ଥାନ, ସଞ୍ଜନ ରାଜୁ ଗଣିତ ବିଭାଗରେ ନବମ ସ୍ଥାନ ଏବଂ ପ୍ରସନ୍ନ କୁମାର ପ୍ରଧାନ ପରିସଂଖ୍ୟନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ବୌଦ୍ଧଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି ।
ଏହି ଫଳ ପ୍ରକାଶିତ ହେବାପରେ ଛାତ୍ରଛାତ୍ରୀ , ଅଭିଭାବକ, ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା ମହଲରେ ଖୁସିର ଲହରୀ ଖେଳିଯାଇଛି । କୃତିତ୍ୱ ଅର୍ଜନ କରିଥିବା ସମସ୍ତ ୪ଜଣ ଛାତ୍ରଛାତ୍ରୀଙ୍କୁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଂଜନ ନାୟକ, ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ବୌଦ୍ଧଜିଲ୍ଲାରୁ ଆଜି ୪ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୩/୧୦ -ବୌଦ୍ଧଜିଲ୍ଲାରୁ ଆଜି ୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାରୁ ୧ ଜଣ, କଣ୍ଟାମାଳ ବ୍ଲକ୍ କୁଲୁତାଜୋର ଗ୍ରାମରୁ ୧ ଜଣ, ସଦାନନ୍ଦପୁର ଗ୍ରାମରୁ ୧ ଜଣ ଓ ଅନ୍ୟ ଜଣେ ଜିଲ୍ଲା ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୨୬ରେ ପହଞ୍ଚିଛି । ଜିଲ୍ଲାରେ ଦିନକୁ ଦିନ କରୋନାର ପ୍ରକୋପ କମି କମି ଆସୁଥିବା ହେତୁ ଜନସାଧାରଣ ଆଶ୍ୱସ୍ତ ଅନୁଭବ କରୁଛନ୍ତି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ଉଦ୍ୟମ ସମେତ କୋଭିଡ ଦାୟିତ୍ୱରେ ଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମି ମାନଙ୍କ ଉଦ୍ୟମ ଏବଂ ଜନସାଧାରଣଙ୍କ ସଚେତନତା ଯୋଗୁଁ ଆଜି ବୌଦ୍ଧ ଜିଲ୍ଲାରେ କରୋନା କାବୁ ହେବାକୁ ଯାଉଛି । ସିଡିଏମଓ ଡାକ୍ତର ପ୍ରଧାନ କହିଛନ୍ତି ଯେ ଯେହେତୁ ବର୍ତ୍ତମାନ ପାର୍ବଣ ଋତୁ ଚାଲିଛି ଏ ସମୟରେ ସମସ୍ତ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକତା ରହିଛି । ଶୀତ ଦିନରେ କରୋନା ଅଧିକ ବ୍ୟାପିବାର ସମ୍ଭାବନା ଥିବା ଦୃଷ୍ଟିରୁ ଆମେ ସମସ୍ତେ ଅଧିକ ସତର୍କ ହେବାକୁ ପଡିବ । ଅସୁସ୍ଥ ଅନୁଭବ କଲେ କିମ୍ବା କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଆଜି ସୁଦ୍ଧା ୨୨୦୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୧୭୧ଜଣଙ୍କ ରିପୋର୍ଟ ଅପେକ୍ଷାରେ ଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ନୂତନ ଶିକ୍ଷାନୀତି ପ୍ରତିଯୋଗିତାରେ ବୌଦ୍ଧର ଶିକ୍ଷକଙ୍କ କୃତିତ୍ୱ
ବୌଦ୍ଧ,୨୩/୧୦– କେନ୍ଦ୍ରସରକାରଙ୍କର ଦ୍ୱାରା ପ୍ରଣୟନ କରାଯାଇଥିବା ନୂତନ ଶିକ୍ଷାନୀତି-୨୦୨୦କୁ ଆଧାରକରି ବିଦ୍ୟାଭାରତୀ ଓ କେନ୍ଦ୍ରସରକାରଙ୍କ ଶିକ୍ଷା ବିଭାଗଙ୍କ ମିଳିତ ପ୍ରୟାସରେ ସର୍ବଭାରତୀୟ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ ଅନେକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ବିଜୟ ପୃଷ୍ଟି ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ବୌଦ୍ଧଜିଲ୍ଲାର ନାଁ ରଖିଛନ୍ତି । ସେ ଓଡିଆ ଭାଷା ବିଭାଗରେ ମେମେ ମେକିଂ ପ୍ରସଙ୍ଗ ଉପରେ ଆଧାରିତ ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଧରଣୀଧର ପରିଡାଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଜିଲ୍ଲାରେ ବଢି ଚାଲିଛି ବେଆଇ ମଦ କାରବାର
ହାତବାନ୍ଧି ବସିଛି ଅବକାରୀ ବିଭାଗ
ବୈାଦ୍ଧ,୨୩/୧୦-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟ।।ପକ ଉଦ୍ୟମ ଯାରି ରଖିଛନ୍ତି । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ମଦ ମାଫିଆମାନେ ବେଶ ସକ୍ରିୟ ଅଛନ୍ତି । ପୂଜାକୁ ଆଖି ଆଗରେ ରଖି ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ଖୁଚୁରା ମଦ ଦୋକାନ ମାନ ଖୋଲିବାରେ ଲାଗିଛି । ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରରେ ମଦ ଦୋକାନ ଖୋଲିଛି । ଯାହାକୁ ନେଇ ଜନସାଧ।।ରଣଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଜିଲ୍ଲାରେ ବେଆନ ମଦ ଦୋକାନ ମାନ ବୃଦ୍ଧିି ପାଉଥିବା ବେଳେ ଅବକାରୀ ବିଭାଗ ହାତବାନ୍ଧି ବସିଛି । ବେଆଇନ ମଦ ଦୋକାନକୁ ବନ୍ଦ କରିବା ବଦଳରେ ଦୋକାନୀଙ୍କୁ ପ୍ରତ୍ସାହନ ଯୋଗାଉଥିବା ଅଭିଯୋଗ ହେଉଛି । ଏହି ବେଆଇନ ମଦ ଦୋକାନ ଖୋଲିବା ପଛରେ ବିଭିନ୍ନ ଭାଟିର ପ୍ରଚ୍ଛନ୍ନ ହାତ ରହୁୁଛିି । ମିଳିଥିବା ସୂଚନା ଅନୁଯାଇ, ଜିଲ୍ଲାରେ ସରକାରୀ ଭାବରେ ୧୩ଟି ବିଦେଶୀ ମଦ ଦୋକାନ ରହିଥିବା ବେଳେ ଗୋଟିଏ ଅଫ ସପ ରହିଛି । ସେହିପରି ୨୬ଟି ଦେଶୀ ମଦ ଭାଟି ରହିଛି । କିନ୍ତୁ ଜିଲ୍ଲାରେ ସରକାରୀ ମଦ ଦୋକାନ ଛାଡି ଦେଲେ ଶତାଧିକ କୁଚିଆ ମଦ ଦୋକାନ ଖୋଲାଯାଇ ଖୁଲମ ଖୁଲା ବ୍ୟବସାୟ କରାଯାଉଛି । ଏପରିକି ଯେଉଁସ୍ଥାନମାନଙ୍କରେ ନିଶେଧାଞ୍ଚଳ ଭାବରେ ପରିଚିତ ସ୍ଥାନମାନଙ୍କରେ ଖୁଲଖୁଲା ବେଆଇନ ଭାବରେ ମଦ ବ୍ୟବସାୟ ଚାଲୁଛି । ଜିଲ୍ଲାରେ ମଦ ବିରୋଧରେ ବିଭିନ୍ନ ସମୟରେ ମହିଳାମାନେ ରାଜରାସ୍ତା ଅବରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଆଦି ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମଦ ମାଫିଆମାନଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଓ ରାଜସ୍ୱ ବୃଦ୍ଧି ଆଳରେ ମାଫିଆମାନଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହ କରାଯାଉ ନାହିଁ । ଫଳରେ ବେଆଇନ ମଦବିକ୍ରି ବୃଦ୍ଧି ପାଉଛି । ମଦକୁ ନେଇ ଜିଲ୍ଲାରେ ପ୍ରତିଦିନ ପାରିବାରିକ କଳହ ଦେଖାଦେଉଥିବା ବେଳେ ଏପରିକି ବିଭିନ୍ନ ସମୟରେ କଥା ଥାନା, କୋର୍ଟ ,କଚେରୀ ପର୍ଯ୍ୟନ୍ତ ପହଞ୍ଚୁଛି । ପ୍ରଶାସନ ଜନସାଧାରଣଙ୍କ ସୁରକ୍ଷା ପାଇଁ କାମ କରିବା ବଦଳରେ ଏଠି ମଦ ମାଫିଆମାନଙ୍କ ସୁରକ୍ଷା କଥା ଚିନ୍ତା କରୁଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାର ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।
ବୋଲେର ଧକ୍କାରେ ଜଣେ ଆହତ
ବୈାଦ୍ଧ/ମନମୁଣ୍ଡା,୨୩/୧୦-ବୈାଦ୍ଧଜିଲ୍ଲାଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ଥାନା ଗୁଦୁଗୁଦା ଠାରେ ଆଜି ଏକ ବୋଲେର ଧକ୍କାରେ ଜଣେ ଆହତ ହୋଇଛନ୍ତି । ଆହତ ଜଣକ ହେଲେ ବୈାଦ୍ଧ ସହରର କାନନ ଖମାରୀ । ସେ ଏକ ବାଇକରେ ବୈାଦ୍ଧରୁ ସୋନପୁର ଆଡକୁ ଯାଉଥିବା ସମୟରେ ଗୁଦଗୁଦା ଠାରେ ସମ୍ମୁଖରୁ ଆସୁଥିବା ଏକ ବୋଲେର ଧକ୍କା ଦେଇଥିଲେ । ଆହତ ଅବସ୍ଥାରେ କାନନକୁ ସୋନପୁର ଡାକ୍ତରଖାନା ନିଆଯାଇଥିଲା । ସେପଟେ ଦୁର୍ଘଟଟଣ।। ପରେ ବୋଲେର ଡ୍ରାଇଭର ମଧ୍ୟ ଅସୁସ୍ଥ ହୋଇ ପଡିଥିôଲେ । ତାଙ୍କୁ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ବୋଲଲେରର ଡ୍ରାଇଭର ସୁୁସ୍ଥ ଅନୁଭବ କରିବା ପରେ ଘଟଣ।।ସ୍ଥଳ ଆସି ଗାଡି ଧରି ଫେରାର ହୋଇଯାଇଥିବା ଜଣାପଡିଛି । ହେଲେ ଦୁର୍ଘଟଣା ଘଟାଇଥିôବା ଗ।।ଡି ନମ୍ବରଟି ଜାଲ ନମ୍ବର ବୋଲି ଆଲୋଚନା ହେଉଉଛି । ଏନେଇ ମନମୁଣ୍ଡା ଥାନାରେ କୈାଣସି ଅଭିଯୋଗ ହୋଇ ନ ଥିôବା ସପୋଲିସ କହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031