Indus Valley Times

ବଲାଙ୍ଗୀର: ପୋଖରୀକୁ ଖସିଗଲା କାର, ଅଳ୍ପକେ ବଂଚିଗଲେ ଦମ୍ପତି

 Breaking News

ବଲାଙ୍ଗୀର: ପୋଖରୀକୁ ଖସିଗଲା କାର, ଅଳ୍ପକେ ବଂଚିଗଲେ ଦମ୍ପତି

ବଲାଙ୍ଗୀର: ପୋଖରୀକୁ ଖସିଗଲା କାର, ଅଳ୍ପକେ ବଂଚିଗଲେ ଦମ୍ପତି
September 13
09:23 2022

Car plunges into pond in Balangir, close shave for couple

By Mahendra Kumar Darjee

Balangir, 13/9: ବଲାଙ୍ଗୀର ଜିଲ୍ଲା ବୁଢ଼ୀ ପଦର୍ ପଞ୍ଚାୟତ ଅନ୍ତର୍ଗତ ଘୁସୁରମୁଣ୍ଡା ଗ୍ରାମର ମୁନ୍ନା ସାହୁ ଏବଂ ତାଙ୍କ ପତ୍ନୀ ବଲାଙ୍ଗୀର ମେଡିକାଲରୁ ଫେରୁ ଥିବା ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।
ମୁନା ନିଜ ମାରୁତି ଇକୋ ଗାଡ଼ିରେ ନିଜ ପତ୍ନୀକୁ ନେଇ ମେଡିକାଲ ରୁ ଫେରୁଥିବା ସମୟରେ ଛତମଖନା ନିକଟସ୍ଥ ଜାମସର୍ ରାସ୍ତା ପାର୍ଶ୍ବରେ ଥିବା ପୋଖରୀ କୁ ନିୟନ୍ତ୍ରଣ ହରାଇ ପଶି ଯାଇଥିଲା । ପୋଖରୀ ରେ ୧୦ ଫୁଟ ରୁ ଉର୍ଦ୍ଧ୍ବ ପାଣି ଥିବାରୁ କୌଣସି ପ୍ରକାରେ ସେ ଗାଡ଼ି ଭିତରୁ ବାହାୁରି ଆସି ପୋଖରୀ କଡ଼ରେ ବସି କାନ୍ଦି ଲୋକଙ୍କୁ ଡାକିଥିଲେ । କେହି ତାଙ୍କର କଥା ଶୁଣି ନ ଥିଲେ ।
ଏହି ଘଟଣା ରାତି ପ୍ରାୟ ୮ ଘଣ୍ଟା ସମୟରେ ହୋଇଥିବା ବେଳେ ଖବର ପାଇ ଦମକଳ ବାହୀନି ଆସି ଖୋଜାଖୋଜି କରି ରାତି ୧୦ ଟା ବେଳେ ପାଣି ଭିତରେ ଗାଡ଼ି କୁ ଠାବ କରିଥିଲେ । ଦମକଳ ବାହିନୀ ଗାଡ଼ି ଠାବ କରିବାର ଅଧ ଘଣ୍ଟା ପର‌୍ୟ୍ୟନ୍ତ ଅକ୍ସିଯେନ୍ ନନେଇ ଗାଡ଼ିକୁ ବାହାର କରିବାରେ ବିଳମ୍ବ କରିଥିଲେ ।
ରାତି ପ୍ରାୟ ୧୧ ଟା ୩୦ ମିନିଟ ସମୟରେ ଗାଡ଼ି କୁ ପାଣି ଭିତରୁ କାଢି ମହିଳା ଜଣକୁ ଭୀମ ଭୋଇ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031