Indus Valley Times

ଆର ସି ଏମ ହାଇସ୍କୁଲ ସୁବର୍ଣ୍ଣଜୟନ୍ତୀ ସମାରୋହ :୧୯୮୧ ବ୍ୟାଚ ପକ୍ଷରୁ ଗଠିତ ହେଲା ଅନ୍ଵେଷା ଟ୍ରଷ୍ଟ

 Breaking News

ଆର ସି ଏମ ହାଇସ୍କୁଲ ସୁବର୍ଣ୍ଣଜୟନ୍ତୀ ସମାରୋହ :୧୯୮୧ ବ୍ୟାଚ ପକ୍ଷରୁ ଗଠିତ ହେଲା ଅନ୍ଵେଷା ଟ୍ରଷ୍ଟ

ଆର ସି ଏମ ହାଇସ୍କୁଲ ସୁବର୍ଣ୍ଣଜୟନ୍ତୀ ସମାରୋହ :୧୯୮୧ ବ୍ୟାଚ ପକ୍ଷରୁ ଗଠିତ ହେଲା ଅନ୍ଵେଷା ଟ୍ରଷ୍ଟ
April 24
20:33 2023


RCM High School Golden Jubilee celebrated; Anwesha Trust launched

ଖଲ୍ଲିକୋଟ :24/4: କହ୍ନେଇପୁରସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଦ୍ୱିତୀୟ ଦିବସରେ ୧୯୭୭-୮୧ ବ୍ୟାଚର ବିଦ୍ୟାର୍ଥୀ ମାନଙ୍କ ଏକ ବନ୍ଧୁ ମିଳନ ଆୟୋଜିତ ହୋଇଯାଇଛି ।ଏଥିରେ ସମସ୍ତ ବ୍ୟାଚମେଟ ମାନଙ୍କ ଉଦ୍ୟମରେ ଅନ୍ଵେଷା ଟ୍ରଷ୍ଟ ନାମରେ ଏକ ସଂଗଠନ ଗଢାଯାଇଛି । ସ୍ଥାନୀୟ ଅଂଚଳର ଶିକ୍ଷା ,ସ୍ୱାସ୍ଥ୍ୟ ,ଜୀବିକାର୍ଜନ ଓ ମେଧାବୀ ବିଦ୍ୟାର୍ଥୀଙ୍କ ଉନ୍ନତି ଦିଗରେ ଏହି ଟ୍ରଷ୍ଟ ସହାୟକ ହେବ ବୋଲି କୁହାଯାଇଛି । ଇଂଜିନିୟର ହରିହର ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ବ୍ୟାଚର ସ୍ୱତନ୍ତ୍ର ବୈଠକରେ ଅନ୍ଵେଷା ଟ୍ରଷ୍ଟର ଲକ୍ଷ ଓ ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରାଯାଇଥିଲା । ସାମ୍ବାଦିକ ଦିଲ୍ଲୀପ ସୁବୁଦ୍ଧି ଆଗାମୀ ଦିନରେ ଏହି ବ୍ୟାଚ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଜଡିତ ହେବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଅନାଥ ଚରଣ ନାହାକ ଓ ଦେବରାଜ ଦାସଙ୍କ ନାମରେ ଏକ ଯୁଗ୍ମ ସଂଚୟ ଖାତା ବ୍ୟାଙ୍କରେ ଖୋଲିବା ଦିଗରେ ନିଷ୍ପତ୍ତି ନିଆଯାଇଥିଲା । ପ୍ରତିମାସରେ ପ୍ରତ୍ୟେକ ଅଂଶୀଦାର କିଛି କିଛି ଆର୍ଥିକ ସହଯୋଗ କରିବାର ନିଷ୍ପତ୍ତି ନିଆଯାଇଥିଲା ।
ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଗୁରୁପୂଜନ ଓ ସମ୍ବର୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରଲୋକପ୍ରାପ୍ତ ସେବାନିବୃତ ଶିକ୍ଷକ ଓ ବିଦ୍ୟାର୍ଥୀ ମାନଙ୍କୁ ୧୯୭୭-୮୧ ବ୍ୟାଚ ପକ୍ଷରୁ ନିଆରା ଭାବେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଏଥିରେ ସର୍ବଶ୍ରୀ ହରିହର ମହାପାତ୍ର ,ଗଣେଶ ଚନ୍ଦ୍ର ମହାରଣା ,ଅନାଥ ଚନ୍ଦ୍ର ନାହାକ ,ବିପିନ ବିହାରୀ ସାହୁ ,କିଶୋର ଚନ୍ଦ୍ର ନାହାକ ,ସିମାଞ୍ଚଳ ନାହାକ ,ଦେବରାଜ ଦାସ ,କମଳାକାନ୍ତ ମହାପାତ୍ର ,ପ୍ରଭାକର ମହାରଣା ,ଜନ୍ମେଜୟ ସାହୁ ,ତ୍ରିଲୋକେଶ୍ୱର ମିଶ୍ର ଓ ସୁକୁରିଆ ସେଠି ପ୍ରମୁଖ ସାଥି ଯୋଗଦାନ କରିଥିଲେ । ଆଗାମୀ ଦିନରେ ବ୍ୟାଚର ସମସ୍ତ ସାଥି ମାନଙ୍କୁ ଏଥିରେ ଯୋଡିବାର ନିଷ୍ପତ୍ତି ନିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031