Indus Valley Times

ଡିସେମ୍ବର ଆରମ୍ଭ ହେଲାଣି, ଶୀତର ପ୍ରଖରତା ଅନୁଭବ ହେଉନାହିଁ

 Breaking News

ଡିସେମ୍ବର ଆରମ୍ଭ ହେଲାଣି, ଶୀତର ପ୍ରଖରତା ଅନୁଭବ ହେଉନାହିଁ

December 02
19:49 2021

Cold wave gives a miss to Odisha this winter
ଗୋପାଳ ବିଶ୍ୱାଳଂକ ରିପୋର୍ଟ
ଭୁବନେଶ୍ୱର, ୨/୧୨: ନଭେମ୍ବର ସରି ଡିସେମ୍ବର ଆସିଲାଣି । କିନ୍ତୁ ରାଜ୍ୟର କିଛି ସ୍ଥାନକୁ ଛାଡ଼ିଦେଲେ ଅଧିକାଂଶ ସ୍ଥାନରେ ଶୀତର ଉପସ୍ଥିତି ଶୂନ୍ୟ। ତେବେ ଓଡ଼ିଶାର କିଛି ସ୍ଥାନରେ ଶୀତ ଅନୁଭୂତ ହୋଇଥିଲେ ମଧ୍ୟ ପୂର୍ବ ବର୍ଷ ଶୀତ ତୁଳନାରେ ପରିମାଣ କମ ରହୁଛି। ଅଦିନରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଫଳରେ ରାଜଧାନୀ ସମେତ ଉପକୂଳ ଓଡିଶାରେ ଶୀତ ଏକପ୍ରକାର ନାହିଁ କହିଲେ ଚଳେ। ସାଧାରଣତଃ ଦୀପାବଳି, କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଶୀତର ଉପସ୍ଥିତ ଅନୁଭୂତ ହୁଏ। କିନ୍ତୁ ଏ ବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି।
ଡିସେମ୍ବର ମାସରେ ଶୀତର ପ୍ରଖରତା ଏପର୍ଯ୍ୟନ୍ତ ହୋଇନାହିଁ।
ଦିନକୁ ଦିନ ପରିବେଶରେ ଏଭଳି ଅସନ୍ତୁଳନ ଦେଖି ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତମାନେ। ତେବେ ପରିବେଶବିତଙ୍କ ମତରେ ଏହା ପଛର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ଅନେକଙ୍କ ମତରେ ଅତ୍ୟଧିକ ଗାଡ଼ିମଟରର ବ୍ୟବହାର ଆଉ ବେଆଁଇନ କଲକାରଖାନା ମୁଖ୍ୟତଃ ଦାୟୀ। ରାସ୍ତା ସମ୍ପ୍ରସାରଣ, ବଡ ବଡ କୋଠା ନିର୍ମାଣ ପାଇଁ ଅନେକ ଗଛ କଟାଯାଉଛି। ଅଧିକ ମାତ୍ରାରେ ଜଙ୍ଗଲ କ୍ଷୟ ହେବା କମ ମାତ୍ରାରେ ଜଙ୍ଗଲ ସୃଷ୍ଟି ହେବା ଫଳରେ ପରିବେଶରେ ଅସନ୍ତୁଳନ ସୃଷ୍ଟି ହେଉଛି।
ତେବେ ଏସବୁକୁ ଦେଖିଲେ ଲାଗୁଛି ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିପାରେ। ସହର ଛଡ଼ା ଗ୍ରାମାଞ୍ଚଳରେ ମଧ୍ୟ ପରିବେଶରେ ତାରତମ୍ୟ ପରିଲକ୍ଷିତ ହେଉଛି।ଅଦିନରେ ବର୍ଷା ଦ୍ୱାରା ଫସଲ ନଷ୍ଟ ହେଉ ଅବା ଉଚିତ ପରିମାଣର ଫସଲ ଅମଳ ନେହେବା ଏହାହିଁ ପ୍ରମାଣିତ କରୁଛି ଜଳବ୍ୟୟୁ ପରିବର୍ତ୍ତନର ପ୍ରଭାବ ସବୁଆଡେ ପଡୁଛି। ତେବେ ପରିବେଶ ସୁରକ୍ଷା ପାଇଁ ଆଉ ଜଳବ୍ୟୟୁ ପରିବର୍ତ୍ତନ ଉପରେ ଅନେକ ସଚେତନତା କାର୍ଯ୍ୟ କରାଯାଉଛି। ଆଉ ସରକାରଙ୍କ ତରଫରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି। ବାସ୍ତବରେ ଏହି ସବୁ ସଚେତନ ଓ ପଦକ୍ଷେପ କାର୍ଯ୍ୟକାରୀ ହେଉଛି ନା ନାହିଁ ଆଗାମୀ ସମୟ କହିବ।

Report by Gopal Biswal

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031